Posted inଜାତୀୟ

ରେଲେଓ଼୍ବ ଭର୍ତ୍ତି ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ରେଳମନ୍ତ୍ରୀ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୩।୬: ନୂଆଦିଲ୍ଲୀରେ ଶୁକ୍ରବାର ଇଣ୍ଡିଆନ ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇ ନିଯୁକ୍ତି ବୋର୍ଡ (RRB) ର ନିଯୁକ୍ତି ପ୍ରକ୍ରିୟାକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ରେଳମନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ, ସଠିକ କରିବା ଏବଂ ପ୍ରଯୁକ୍ତିବିଦ୍ୟା (ଟେକ୍ନୋଲୋଜି) ଆଧାରିତ ବ୍ୟବସ୍ଥା ଲାଗୁ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ସମୟରେ ସେ ସମସ୍ତ ବିଭାଗୀୟ ପରୀକ୍ଷାକୁ ସିବିଟି (CBT) ଅର୍ଥାତ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଜରିଆରେ କରିବା ଏବଂ ଟାବଲେଟ ଆଧାରିତ ଟେଷ୍ଟିଂ (TBT) ର ପରିସର ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ରେଳବାଇର ସମସ୍ତ ବିଭାଗୀୟ ନିଯୁକ୍ତି ପରୀକ୍ଷା ଏବେ ସିବିଟି ମୋଡ୍ରେ ହେବ। ଏହାସହ ନିଯୁକ୍ତି ପରୀକ୍ଷାଗୁଡ଼ିକରେ ଏବେ ଟାବଲେଟ ଆଧାରିତ ଟେଷ୍ଟିଂ (TBT) ର ପରିସରକୁ ଅଧିକ ବୃଦ୍ଧି କରାଯିବ।

ଟିବିଟି (TBT) ମୋଡ ପରୀକ୍ଷା ଅର୍ଥାତ ଟାବଲେଟ-ବେସଡ ଟେଷ୍ଟ। ଏହା ପରୀକ୍ଷାର ଏଭଳି ଏକ ପଦ୍ଧତି ଯେଉଁଥିରେ ପରୀକ୍ଷାର୍ଥୀମାନେ ପାରମ୍ପରିକ ପେନ ଏବଂ ପେପର୍‌ କିମ୍ୱା ଡେସ୍କଟପ କମ୍ପ୍ୟୁଟର ବଦଳରେ ହାତରେ ଧରିବା ଭଳି ଟାବଲେଟ୍ରେ ଡିଜିଟାଲ ଭାବେ ପରୀକ୍ଷା ଦିଅନ୍ତି। ଟିବିଟି ପରୀକ୍ଷାରେ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ଦିଆଯାଇଥିବା ସୁରକ୍ଷିତ ଟଚ୍‌ସ୍କ୍ରିନ୍‌ ଟାବଲ୍ଟେରେ ପ୍ରଶ୍ନ ପଢ଼ନ୍ତି। ପରୀକ୍ଷାର୍ଥୀମାନେ ସିଧାସଳଖ ଟାବଲେଟ ସ୍କ୍ରିନରେ ଉତ୍ତର ଚୟନ କରିପାରିବେ। ଏହାର ସୁରକ୍ଷା ଏବଂ ସୱଚ୍ଛତା ଅତି ମଜବୁତ। ପ୍ରଶ୍ନଗୁଡ଼ିକ ଏନକ୍ରିପ୍ଟେଡ (Encrypted) ହୋଇ ରହିଥାଏ ଏବଂ ପରୀକ୍ଷା ଆରମ୍ଭ ହେବାର ମାତ୍ର କିଛି ମିନିଟ ପୂର୍ୱରୁ ହିଁ ଟାବଲେଟ୍ରେ ଲୋଡ କରାଯାଇଥାଏ, ଯାହାଦ୍ୱାରା ପେପର୍‌ ଲିକ ହେବା ଏବଂ କପି କରିବାର ଆଶଙ୍କା ବହୁତ କମିଯାଏ।

ଭାରତୀୟ ରେଳବାଇ କ୍ରମାଗତ ଏବଂ ସମୟାନୁବର୍ତ୍ତୀ ନିଯୁକ୍ତି ପ୍ରକ୍ରିୟା ଜରିଆରେ ନିଜର ଶ୍ରମ ଶକ୍ତିକୁ ମଜବୁତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ରେଳବାଇ ଆର୍ଥିକ ବର୍ଷ ୨୦store୫-୨୬ ରେ ଛଅଟି ବର୍ଗରେ ୪୭,୦୮୪ ଟି ଶୂନ୍ୟପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ସେଶ କରି ୪୩,୭୮୧ ଜଣ ପରୀକ୍ଷାର୍ଥୀଙ୍କୁ ଚୟନ କରିଛି।

ରେଳବାଇ ଅନୁଯାୟୀ, ରେଳବାଇ ନିଯୁକ୍ତି ବୋର୍ଡର ନିଯୁକ୍ତି ପ୍ରକ୍ରିୟା ବେଶ ଜଟିଳ ଏବଂ ବ୍ୟାପକ ସ୍ତରରେ ହୋଇଥାଏ, ଯେଉଁଥିରେ ସାରା ଦେଶର ଅନେକ ସହର ଏବଂ କେନ୍ଦ୍ରରେ ପରୀକ୍ଷା ଆୟୋଜନ କରାଯାଏ। ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷାଗୁଡ଼ିକ ବିଭିନ୍ନ ଭାଷାଭାଷୀ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଅନେକ ସିଫ୍ଟରେ ୧୫ଟି ଭାଷାରେ ଆୟୋଜନ କରାଯାଇଥାଏ। ଏହି ମଲ୍ଟି-ସିଟି, ମଲ୍ଟି-ସିଫ୍ଟ ଏବଂ ମଲ୍ଟି-ଲିଙ୍ଗୁଆଲ ସିଷ୍ଟମରେ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ମଧ୍ୟରେ ନିରପେକ୍ଷତା, ମାନକୀକରଣ ଏବଂ ସୱଚ୍ଛତା ବଜାୟ ରଖିବା ପାଇଁ ବଡ଼ ଆକାରରେ ସମନୱୟ ଏବଂ ମଜବୁତ ଟେକ୍ନୋଲୋଜି ବ୍ୟବସ୍ଥାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?