ପଥର ଖଣି ଲିଜ୍‌ ବନ୍ଦ ଦାବି

କେନ୍ଦୁଝର,୭ା୧୧(ସ୍ବ.ପ୍ର.): ବାଂଶପାଳ ବ୍ଲକ ଟଣ ପଞ୍ଚାୟତର ବେଣିଡିହି ଗ୍ରାମରେ ପଥର କ୍ୱାରୀ ଲିଜ୍‌ ଓ କ୍ରସର ବସାଇବାକୁ ଆଦିବାସୀମାନେ ବିରୋଧ କରି ସୋମବାର ଜିଲାପାଳ ଆଶିଷ ଠାକରେଙ୍କୁ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଗ୍ରାମରେ ୩୭୫ ଆଦିବାସୀ ପରିବାର ବସବାସ କରୁଛନ୍ତି। ୨୦୧୬-୧୭ରେ ଏଠାରେ ପଥର ଖଣି ଲିଜ୍‌ ଓ କ୍ରସର ଅନୁମତି ଦିଆଯାଇଥିଲା। ଫଳରେ ସେଠାରେ କାମ କରୁଥିବା ଲୋକମାନେ ବିଭିନ୍ନ ପ୍ରକାର ଅନୀତିକର କାର୍ଯ୍ୟ କରିବା ସହ ଗ୍ରାମର ଯୁବତୀମାନଙ୍କ ସହିତ ଅନ୍ୟାୟ ଅତ୍ୟାଚାର କରିଥିଲେ। ଏପରିକି ଜଣେ ପିଲାର ମୃତ୍ୟୁ ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି।
ସେହିପରି ଖଣି ଓ କ୍ରସର ଦ୍ୱାରା ଜଙ୍ଗଲ ଓ ପରିବେଶ ନଷ୍ଟ ହେବା ସହ ଆଦିବାସୀଙ୍କ ଜଙ୍ଗଲ ଅର୍ଥନୀତି କ୍ଷତିଗ୍ରସ୍ତ ହେଉଛି। ଏଣୁ ଗ୍ରାମ ନିକଟରେ କୌଣସି ଖଣି ଲିଜ୍‌ କିମ୍ବା କ୍ରସର ଅନୁମତି ଦିଆଯାଉନାହିଁ ବୋଲି ଦୀର୍ଘ ପ୍ରାୟ ୮୦କିମି ଦୂରରୁ ମହିଳା ଓ ପୁରୁଷମାନେ ଆସି ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଛନ୍ତି। ଟଣ ପଞ୍ଚାୟତ ସରପଞ୍ଚଙ୍କ ସମେତ ବହୁ ଲୋକ ଦସ୍ତଖତ କରି ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି।

ପ୍ରକାଶ ଯେ, ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକ ଟଣ ପଞ୍ଚାୟତର କାକଡ଼ଇମ୍ଭା, ଟୁଙ୍ଗୁରୁବାହାଳ, ରୁଗୁଡିହି, ଜନସନପୁର, ଜଟା ଆଦି ଗ୍ରାମର ଆଦିବାସୀମାନେ ବିଶେଷ କରି ଜଙ୍ଗଲପାହାଡ଼ ଉପରେ ନିର୍ଭର କରି ଚଳୁଛନ୍ତି। ଜଙ୍ଗଲରୁ କାଠପତ୍ର, ଚେରମୂଳି ଔଷଧ, କେନ୍ଦୁପତ୍ର, ମହୁଲ, ଶାଗ, ଆଳୁ ଆଦି ବିଭିନ୍ନ ପ୍ରକାରର ଫଳମୂଳ ସଂଗ୍ରହ କରି ସେସବୁ ବଜାରରେ ବିକି ପରିବାର ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ସେହିପରି ଗୋରୁଗାଈ, ଛେଳି, ମଇଁଷି ଆଦି ଜଙ୍ଗଲରେ ଚରାବୁଲା କରିଥାନ୍ତି। ଏଣୁ ଉକ୍ତ ଅଞ୍ଚଳରେ ପଥର ଖଣି ଲିଜ୍‌ ଓ କ୍ରସର ପ୍ରତିଷ୍ଠା କରାଗଲେ ସେମାନଙ୍କ ଜୀବନଜୀବିକା କ୍ଷତିଗ୍ରସ୍ତ ହେବା ସହ ଗୃହପାଳିତ ପଶୁ , ବନ୍ୟଜନ୍ତୁ ଆଦି କ୍ଷତିଗ୍ରସ୍ତ ହେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri