ଅନ୍ଧାରରେ ସାନଘାଗରା

କେନ୍ଦୁଝର,୭ା୧୧(ସ୍ବ.ପ୍ର.):ଶୀତର ଆଗମନ ସହିତ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଛି। ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରସଜବାଜ ହେଉଛି। ତେବେ ରାଜ୍ୟର ପ୍ରସିଦ୍ଧ ସାନଘାଗରା ଜଳପ୍ରପାତ ପର୍ଯ୍ୟଟନ କେନ୍ଦ୍ରର ଅବସ୍ଥା ଏ ପର୍ଯ୍ୟନ୍ତ ସୁଧୁରୁ ନାହିଁ। ଏହାର ବିକାଶ ପାଇଁ ସ୍ଥାନୀୟ ପ୍ରଶାସନ, ପର୍ଯ୍ୟଟନ ବିଭାଗ ଅନେକ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ କିଛି ବର୍ଷ ହେଲା ପରିସର ଅନ୍ଧକାରରେ ରହିଛି। ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି। ଏଥିସହ ଏଠାରେ ଅନ୍ୟାନ୍ୟ ମୌଳିକ ସୁବିଧା ମଧ୍ୟ ମିଳୁ ନ ଥିବାରୁ ପର୍ଯ୍ୟଟକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପ୍ରକାଶ ଯେ, ଏହାର ତଦାରଖ ପାଇଁ ସାନଘାଗରା ଉନ୍ନୟନ କମିଟି ଗଠନ କରାଯାଇଛି। ପର୍ଯ୍ୟଟକ ସାନଘାଗରା ଜଳପ୍ରପାତର ମନୋରମ ଦୃଶ୍ୟ ଦେଖିବା ସହ ଏହାର ସବୁଜିମା ପରିସର ବୁଲି ଭୋଜିଭାତ କରିବାକୁ ଆସିଥାନ୍ତି। ବୋଟିଂର ମଜା ମଧ୍ୟ ଉଠାଇଥାନ୍ତି। ମାତ୍ର ପର୍ଯ୍ୟଟନ କେନ୍ଦ୍ର ପରିସରରେ ଗତ କିଛି ବର୍ଷ ହେଲା ବିଦ୍ୟୁତ୍‌ ବ୍ୟବସ୍ଥା ଅଚଳ ହୋଇ ପଡ଼ିଥିବା ବେଳେ ପରିସରରେ ଲାଗିଥିବା ୬ଟି ସୋଲାର ସିଷ୍ଟମ୍‌ ମଧ୍ୟ କାମ କରୁନି। ଏସବୁ ଯୋଗାଇଥିବା ସଂସ୍ଥା ମରାମତି ପ୍ରତି ଧ୍ୟାନ ଦେଉ ନ ଥିବାରୁ ଏଠାରେ ଅନ୍ଧକାର ରାଜ୍‌ କରୁଛି। ଜଙ୍ଗଲ ଓ ପାହାଡ଼ ପରିବେଷ୍ଟିତ ଉକ୍ତ ଅଞ୍ଚଳରେ ହାତୀ ଓ ଅନ୍ୟ ପ୍ରାଣୀଙ୍କ ଚଳପ୍ରଚଳ ରହୁଥିବାରୁ ଅନ୍ଧାରରେ ଅଘଟଣ ଘଟିବା ଆଶଙ୍କା ରହୁଛି। ପାର୍କିଂ ୟାର୍ଡ ମଧ୍ୟ ଅନ୍ଧାର ରହୁଛି। ପରିସରରେ ସିସିଟିଭି କ୍ୟାମେରା ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ଏଥିସହ ଶୁଦ୍ଧ ପାଣି ମିଳୁ ନ ଥିବା ବେଳେ ଶୌଚଳାୟ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପରିସରରେ ପର୍ଯ୍ୟଟକଙ୍କ ପାଇଁ ବହୁ ଲକ୍ଷ ଟଙ୍କା ବ୍ୟୟରେ ଆଦିବାସୀ ମ୍ୟୁଜିୟମ ପ୍ରତିଷ୍ଠା କରାଯାଇଛି। କିନ୍ତୁ ଏହା ଉଦ୍‌ଘାଟନ ହେବା ଦିନଠାରୁ ବନ୍ଦ ରହିଛି। ଉକ୍ତ ପର୍ଯ୍ୟଟନ କେନ୍ଦ୍ରରେ ପ୍ରବେଶ ପାଇଁ ଫି’ ଦେବାକୁ ପଡ଼ିଥାଏ। ଏହା ସହିତ ବୋଟିଂ, ପାର୍କିଂ, ଭୋଜି ଆଦି ପାଇଁ ଫି’ ଆଦାୟ କରାଯାଉଛି। ମାତ୍ର ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।
ସାନଘାଗରା ଜଳପ୍ରପାତ ହେଉଛି ରାଜ୍ୟ ପ୍ରସିଦ୍ଧ। ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ପର୍ଯ୍ୟଟକ ଆସୁଛନ୍ତି। ଆଗରୁ ଏହାର ରକ୍ଷଣାବେକ୍ଷଣ ତଥା ଏଣ୍ଟ୍ରି ଫି’ ଆଦାୟ ପାଇଁ ଟେଣ୍ଡର କରାଯାଉଥିଲା। କିନ୍ତୁ ଟେଣ୍ଡର ବ୍ୟବସ୍ଥାକୁ ବନ୍ଦ କରି ନିଜେ ପ୍ରଶାସନ ଦାୟିତ୍ୱ ନେଉଥିବାରୁ ରାଜସ୍ବ ଆଦାୟ କମିବା ସହ ପର୍ଯ୍ୟଟକଙ୍କ ସମସ୍ୟା ବଢୁଛି ବୋଲି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିମ୍ବାଧର ବେହେରା କହିଛନ୍ତି।
ନେଇ ଉପଜିଲାପାଳ ତଥା ସାନଘାଗରା ଉନ୍ନୟନ କମିଟିର ସଭାପତି ରାମଚନ୍ଦ୍ର କିସ୍କୁ କହିଛନ୍ତି ଯେ, ବିଦ୍ୟୁତ୍‌ ବ୍ୟବସ୍ଥା ସୁଧାରିବା ପାଇଁ ପଦକ୍ଷେପ ନିଆଯାଉଛି। ପର୍ଯ୍ୟଟକଙ୍କ ସୁବିଧା ଓ ସୁରକ୍ଷାକୁ ଧ୍ୟାନ ଦିଆଯାଉଛି। ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ କୁହନ୍ତି, ସେ ନିଜେ ଯାଇ ବିଦ୍ୟୁତ୍‌ ଓ ସୋଲାର ଲାଇଟ୍‌ ମରାମତି କରିବା ପାଇଁ ପଦକ୍ଷେପ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri