ଏନ୍‌ଜିଟି ନିର୍ଦ୍ଦେଶରେ ସ୍ଥିତି ଅନୁଧ୍ୟାନ କଲା ଟିମ୍‌

ଯୋଡ଼ା,୨୮ା୧୦(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ା ସହର ତଥା ଆଖପାଖ ବନାଞ୍ଚଳ ଗ୍ରାମ ଦେଇ ଯାଇଥିବା ଖଣିଜ ସ୍ଲରି ପାଇପ୍‌ଲାଇନ୍‌ର ଅନୁଧ୍ୟାନ କରିଛନ୍ତି ଜିଲା ଉଚ୍ଚସ୍ତରୀୟ ପ୍ରଶାସନିକ ଅଧିକାରୀ ଓ ଯନ୍ତ୍ରୀଙ୍କ ଏକ ଟିମ୍‌। ନ୍ୟାଶ୍‌ନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶରେ ପ୍ରତିନିଧି ଦଳ ଗୁରୁବାର ଯୋଡ଼ାରେ ପହଞ୍ଚି ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଟିମ୍‌ ନଦୀର ସ୍ଥିତିକୁ କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷଣ କରିଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୯ ଜୁଲାଇ ୧୦ ଓ ଅଗଷ୍ଟ ୧୨ରେ ‘ଓଡ଼ିଶା ପୋଷ୍ଟ’ରେ ଏ ସମ୍ପର୍କିତ ଖବର ପ୍ରକାଶ ପରେ ଏନ୍‌ଜିଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ବଡ଼ ବଡ଼ ଖଣି କମ୍ପାନୀ ନଦୀର ମଧୁର ଜଳକୁ ବ୍ୟବହାର କରି ପାଇପ୍‌ଲାଇନ୍‌ ଜରିଆରେ ସ୍ଲରି ତିଆରି କରି ପାରାଦୀପ ଓ ଯାଜପୁର ଅଞ୍ଚଳକୁ ଖଣିଜ ପରିବହନ କରୁଛନ୍ତି। କିଛି କମ୍ପାନୀ ସ୍ଲରି ପାଇପ୍‌ଲାଇନ୍‌ ମାଧ୍ୟମରେ ଖଣିଜ ପରିବହନ କରିବା ପାଇଁ ଉଦ୍ୟମ ମଧ୍ୟ ଆରମ୍ଭ କରିଛନ୍ତି। ମାଟି ଖୋଳି ପାଇପ୍‌ଲାଇନ ନେବା ଦ୍ୱାରା ଜମି, ଜଳ ଓ ଜଙ୍ଗଲ ପରି ପ୍ରାକୃତିକ ସମ୍ପଦ ନଷ୍ଟ ହେବାରେ ଲାଗିଛି। ହାତୀ ଚଲାପଥ ମଧ୍ୟ ପ୍ରଭାବିତ ହେଉଛି। ବିଶେଷ କରି ପାଇପ୍‌ଲାଇନ୍‌ରେ ଲୋକଙ୍କ ଜୀବନ ରେଖା କୁହାଯାଉଥିବା ନଦୀଗୁଡ଼ିକର ଜଳସ୍ରୋତ ବିଶେଷ ଭାବେ ପ୍ରଦୂଷିତ ହେବା ସହିତ ପ୍ରଭାବିତ ହେଉଛି। ଏହାକୁ ନେଇ ଗତ କିଛି ମାସ ହେବ ନଦୀର ସୁରକ୍ଷା ନେଇ ବିଭିନ୍ନ ସଂଗଠନ ଆନ୍ଦୋଳନର ଡାକରା ଦେଇଛନ୍ତି। ଲୋକଶକ୍ତି ଓ ଜନ ଆନ୍ଦୋଳନ ରାଷ୍ଟ୍ରୀୟ ସମନ୍ବୟ ତରଫରୁ ଓଡ଼ିଶାର ନଦୀ ଓ ଜଳ ଉତ୍ସ ଗୁଡ଼ିକର ସୁରକ୍ଷା ଅଭିଯାନ ଯାତ୍ରାର ଆହ୍ବାନ ଦିଆଯାଇଥିଲା। ଅନ୍ୟପକ୍ଷେ ସ୍ଲରି ପାଇପ୍‌ଲାଇନ୍‌ ଦ୍ୱାରା ଖଣିଜ ପରିବହନ ହେତୁ ସୁନ୍ଦରଗଡ଼ ଜିଲା କୋଇଡ଼ା, କେନ୍ଦୁଝର ଜିଲାର ଗୁଆଲି, ଭଦ୍ରାସାହି, ବଡ଼ବିଲ, ଯୋଡ଼ା, ବିଲେଇପଦା, ଜୁରୁଡ଼ି, ବାମେବାରି, କେନ୍ଦୁଝର, ଯାଜପୁରର ଚଣ୍ଡିଖୋଲ, ପାରାଦୀପ, ଜଗତସିଂପୁର ପ୍ରଭୃତି ଅଞ୍ଚଳର ଟ୍ରକ୍‌ ମାଲିକମାନେ ପ୍ରଭାବିତ ହେଉଛନ୍ତି। ଏଣୁ ଟ୍ରକ୍‌ ମାଲିକ ସଂଘ ମଧ୍ୟ ଏହାର ତୀବ୍ର ବିରୋଧ କରୁଛନ୍ତି। ଏହି ଅଭିଯୋଗକୁ ଭିତ୍ତିକରି ଏନ୍‌ଜିଟିଙ୍କ ନିର୍ଦ୍ଦେଶରେ ଜିଲା ପ୍ରଶାସନିକ ଅଧିକାରୀଙ୍କ ଟିମ୍‌ ଅନୁଧ୍ୟାନ କରିଛନ୍ତି। ଯୋଡ଼ା ସୁନାନଦୀରେ ମେଶିିନ ଲଗାଇ ନଦୀ ଗର୍ଭକୁ ଖୋଳି ପାଇପ ଲାଇନ୍‌ ନେବା ସ୍ଥାନଟିକୁ ପ୍ରତିନିଧିମାନେ ପରିଦର୍ଶନ କରିବା ପରେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ। ଟିମ୍‌ରେ କେନ୍ଦୁଝର ଜିଲା ଅତିରିକ୍ତ ଜିଲାପାଳ ଚନ୍ଦ୍ରମଣୀ ମହାଲଙ୍କ ନେତୃତ୍ୱରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅଧିକାରୀ ସନ୍ଦୀପ ସିଂ, ସେଣ୍ଟ୍ରାଲ ପଲ୍ୟୁସନ୍‌ କଣ୍ଟ୍ରୋଲ୍‌ ବୋର୍ଡ(କୋଲକାତା)ର ବୈଜ୍ଞାନିକ ଜି.ପି. ସିଂ, ଜଳ ସମ୍ପଦ ଅଧିକାରୀ ପ୍ରଣବ ନାୟକ, ଜିଲା ପ୍ରଦୂଷଣ ବିଭାଗ ଅଧିକାରୀ ପ୍ରଶାନ୍ତ କରଙ୍କ ସମେତ ବିଭାଗୀୟ ପ୍ରଶାସନିକ ଅଧିକାରୀମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri