କାମ ମିଳୁନାହିଁ, ଯୋଜନା ଅପହଞ୍ଚ

ସୋନପୁର,୨୩।୧୦:  ରାଜ୍ୟର ୧୧ଟି ଦାଦନପ୍ରବଣ ଜିଲା ମଧ୍ୟରୁ ସୁବର୍ଣ୍ଣପୁର ଅନ୍ୟତମ। ଏହି ଜିଲାରେ ଦାଦନ ଚାଲାଣ ହୁଏନାହିଁ ବୋଲି ଜିଲା ପ୍ରଶାସନ ପୂର୍ବରୁ ବାହୁସ୍ଫୋଟ ମାରୁଥିଲା। କିନ୍ତୁ କରୋନା ମହାମାରୀ ପ୍ରଶାସନର ଦାବିକୁ ଭୁଲ୍‌ ପ୍ରମାଣିତ କରିଥିଲା, ଯେତେବେଳେ ୧୫,୦୦୦ରୁ ଊର୍ଦ୍ଧ୍ୱ ଶ୍ରମିକ ଲକ୍‌ଡାଉନ୍‌ ଯୋଗୁ ଅନ୍ୟ ରାଜ୍ୟରୁ ଘରକୁ ଫେରିଥିଲେ। ଗରିବଙ୍କୁ ନିଜ ଅଞ୍ଚଳରେ କାମ ମିଳୁନି। ସେମାନଙ୍କ ପାଇଁ ଗଢ଼ାଯାଇଥିବା ସରକାରୀ ଯୋଜନା ଠିକ୍‌ ଭାବରେ କାର୍ଯ୍ୟକାରୀ ହେଉନି। ଫଳରେ ଦାଦନ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଛି।
ସୁବର୍ଣ୍ଣପୁର ଏକ କୃଷି ପ୍ରଧାନ ଜିଲା। ଶିଳ୍ପ ବିହୀନ ଏହି ଜିଲାର ୮୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି। ହୀରାକୁଦ କେନାଲ ସିଷ୍ଟମ ଦ୍ୱାରା ଜଳସେଚିତ ହେଉଥିବା ଜିଲାର ବିନିକା ଓ ଡୁଙ୍ଗୁରିପାଲି ବ୍ଳକକୁ ଅଞ୍ଚଳର ଭାତହାଣ୍ଡି କୁହାଯାଏ। କିନ୍ତୁ ଏଠାରେ ଦାଦନ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ସାଧାରଣରେ ଚିନ୍ତା ବଢ଼ାଇଛି। ପ୍ରତ୍ୟେକ ବର୍ଷ ଡୁଙ୍ଗୁରିପାଲି, ବିନିକା ଓ ତରଭା ବ୍ଲକରୁ ଅନେକ ହଜାର ଦାଦନ ଶ୍ରମିକ ସେମାନଙ୍କ ପରିବାର ସହିତ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ତାମିଲନାଡୁ ଭଳି ରାଜ୍ୟକୁ ଯାଉଛନ୍ତି। ସେହିପରି ବେକାର ଯୁବତୀଯୁବକ ବିଭିନ୍ନ ଶିଳ୍ପ ସଂସ୍ଥାରେ କାମ କରିବା ପାଇଁ ଗୁଜରାଟ, ତାମିଲନାଡୁ, କେରଳ, ମହାରାଷ୍ଟ୍ର ଓ କର୍ନାଟକ ଭଳି ରାଜ୍ୟକୁ ଯାଉଛନ୍ତି। କିନ୍ତୁ ଦାଦନ ଯାଉଥିବା ଶ୍ରମିକଙ୍କ ପ୍ରକୃତ ହିସାବ ଜିଲା ଶ୍ରମ ବିଭାଗ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟରେ ରହୁନାହିଁ। ନିୟମ ଅନୁସାରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ ପଞ୍ଚାୟତ କାର୍ଯ୍ୟାଳୟରେ ନିଜର ଓ ନିଜ ପରିବାର ସଂଖ୍ୟା ଏବଂ କେଉଁଠିକୁ କାମ କରିବାକୁ ଯାଉଛନ୍ତି, ସବିଶେଷ ବିବରଣୀ ସହ ପଞ୍ଜୀକରଣ କରିବା କଥା। କିନ୍ତୁ ସଚେତନତା ଅଭାବରୁ କୌଣସି ପଞ୍ଚାୟତରେ ଶ୍ରମିକମାନେ ପଞ୍ଜୀକରଣ କରାଉନାହାନ୍ତି। ଗତବର୍ଷ ବାହାର ରାଜ୍ୟକୁ ଖଟିବାକୁ ଯାଇ ନିର୍ଯାତିତ ହୋଇ ପରେ ପ୍ରଶାସନ ସହାୟତାରେ ଶତାଧିକ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଜିଲାରେ ଏମଜିଏନ୍‌ଆରଇଜିଏସ୍‌ରେ ଶ୍ରମିକଙ୍କୁ ୧୦୦ ଦିନର କାର୍ଯ୍ୟ ଯୋଗାଇଦେବାର ନିୟମ ରହିଛି। କିନ୍ତୁ ନାମକୁ ମାତ୍ର ଶ୍ରମିକଙ୍କୁ ଶହେ ଦିନର କାମ ମିଳୁଛି। ଶ୍ରମିକଙ୍କ ବଦଳରେ ମେଶିିନ ଦ୍ୱାରା ମାଟି କାମ ହେଉଛି। ଗରିବଙ୍କ ପାଇଁ ଆସୁଥିବା ସରକାରୀ ଯୋଜନାରେ ରାଜନୈତିକ ହସ୍ତକ୍ଷେପ ହେଉଛି। ତେଣୁ ପ୍ରକୃତ ହିତାଧିକାରୀ ଏହାର ସୁଫଳ ନ ପାଇ ଦାଦନ ଖଟିବାକୁ ଯାଉଛନ୍ତି।
ଜିଲା ଗଠନକୁ ୨୯ ବର୍ଷ ବିତିଲାଣି। ଏଯାଏ ଜିଲାରୁ ଦାଦନ ସମସ୍ୟା ଦୂର ନ ହେବା ଚିନ୍ତାର ବିଷୟ। ବିଶେଷକରି ଗଣପର୍ବ ନୂଆଁଖାଇ ସରିଲା ପରେ ଜିଲାରୁ ଶ୍ରମିକମାନେ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥାନ୍ତି। ଗଣପର୍ବ ପୂର୍ବରୁ ଦାଦନ ସର୍ଦ୍ଦାର ଗାଁ ଗାଁ ବୁଲି ସେମାନଙ୍କୁ ଉତ୍ସବ ମନାଇବା ପାଇଁ ଅଗ୍ରିମ ଟଙ୍କା ଦେଇଥାନ୍ତି। ଭଲ ରୋଜଗାର ଆଶା ଦେଖାଇ ଗରିବ ଲୋକଙ୍କୁ ବାହାର ରାଜ୍ୟକୁ ନେଇଥାନ୍ତି। ସେଠାରେ ବିଶେଷ ଭାବରେ ଇଟାଭାଟିରେ ଶ୍ରମିକଙ୍କୁ ନିୟୋଜିତ କରାଯାଇଥାଏ। ଅଧିକ ରୋଜଗାର ଆଶା ଦେଖାଇ ଇଟାଭାଟି ମାଲିକମାନେ ଅଧିକ ଖଟାଇଥାନ୍ତି। କିନ୍ତୁ ଉପଯୁକ୍ତ ମଜୁରି ଦେଇନଥାନ୍ତି। ଏହାର ପ୍ରତିବାଦ କଲେ ନାନା ଅକଥନୀୟ ନିର୍ଯାତନା ମିଳିଥାଏ। ନଦୀ ଓ ନାଳ ପରିବେଷ୍ଟିତ ଏହି ଜିଲାରେ କୃଷି ଓ କୃଷକର ଉନ୍ନତି ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏହା ଠିକ୍‌ ଭାବରେ କାର୍ଯ୍ୟକାରୀ ହେଲେ ଲୋକେ କାମ ପାଇପାରନ୍ତେ। ତେବେ କୃଷିର ବିକାଶ ଦିଗରେ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଲେ ଓ ଜଳସେଚନର ବ୍ୟବସ୍ଥା କଲେ ଦାଦନ ସମସ୍ୟା ଦୂର ହୋଇପାରନ୍ତା। ଖରିଫ ଚାଷ ସମୟରେ ପ୍ରାୟ ୬ ମାସ ଲୋକଙ୍କୁ ଠିକ୍‌ ଭାବରେ କାମ ମିଳିଥାଏ। ବାକି ସମୟରେ ଶ୍ରମଭିତ୍ତିକ କାର୍ଯ୍ୟ ମିଳୁ ନ ଥିବାରୁ ଲୋକେ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ଗରିବଙ୍କ ପାଇଁ ଦିଆଯାଉଥିବା ଟଙ୍କିକିଆ ଚାଉଳ ଓ କରୋନା ମହାମାରୀ ସମୟରେ ମିଳୁଥିବା ମାଗଣା ଚାଉଳ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ନୁହେଁ। ସରକାରୀ ଯୋଜନାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ସହ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇଦେଲେ ଜିଲାରୁ ଦାଦନ ସମସ୍ୟା ହଟିବ ବୋଲି ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା କୁହନ୍ତି, ସରକାରୀ ଭାବେ ପ୍ରତିବର୍ଷ ଶହେରୁ କମ୍‌ ସଂଖ୍ୟକ ଶ୍ରମିକ ପଞ୍ଜୀକୃତ ହୋଇ ରାଜ୍ୟ ବାହାରକୁ କାମ ପାଇଁ ଯାଉଛନ୍ତି। ଅଧିକାଂଶ ଶ୍ରମିକ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ବେଚ୍ଛାକୃତ ଭାବେ ନାମ ପଞ୍ଜୀକରଣ କରୁନାହାନ୍ତି। ଶ୍ରମିକମାନେ କର୍ମକ୍ଷେତ୍ରରେ ନିର୍ଯାତନାର ଶିକାର ହେଲେ ଠିକଣା ଜଣା ନ ଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସମୟରେ ସମସ୍ୟା ହେଉଛି। ଏ ଦିଗରେ ଶ୍ରମିକଙ୍କୁ ସଚେତନ କରାଯାଉଥିବା ଶ୍ରମ ଅଧିକାରୀ କହିଛନ୍ତି।

 

ମୃତ୍ୟୁଞ୍ଜୟ ଶତପଥୀ

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri