Odisha Elections 2024

ଜମି ଅଧିଗ୍ରହଣକୁ ବିରୋଧ: ୭୦ କିମି ପଦଯାତ୍ରାରେ ଆସି ଧାରଣା ଦେଲେ ଆଦିବାସୀ

ସୁନ୍ଦରଗଡ଼,୨୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରରେ ଥିବା ଏକ ଘରୋଇ କମ୍ପାନୀର ଚୂନ ପଥର ଖଣି ସମ୍ପ୍ରସାରଣ ପାଇଁ ଜମି ଅଧଗ୍ରହଣ ପ୍ରକ୍ରିୟାକୁ ବିରୋଧ କରି ଆଦିବାସୀ ଶୁକ୍ରବାର ସୁନ୍ଦରଗଡ଼ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ଗତ ୧୮ ତାରିଖରୁ ରାଜଗାଙ୍ଗପୁର କେଶ୍ରାମାଲରୁ ବାହାରିଥିବା ଏହି ୭୦ କିମି ପଦଯାତ୍ରାରେ ଶତାଧିକ ଆଦିବାସୀ ମହିଳା ପୁରୁଷ ସାମିଲ ହୋଇଛନ୍ତି। ପୂର୍ବାହ୍ନ ୧୧ଟାରେ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇ ଜିଲା ପ୍ରଶାସନ ତୁରନ୍ତ ଜମି ଅଧଗ୍ରହଣ ପ୍ରକ୍ରିୟାକୁ ବାତିଲ କରିବାକୁ ଆଦିବାସୀମାନେ ଦାବି କରିଛନ୍ତି।

ଆନ୍ଦୋଳନରେ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା ଯୋଗଦେଇ ଭିଟାମାଟି ପାଇଁ ଆନ୍ଦୋଳନ କରୁଥିବା ଆଦିବାସୀଙ୍କ ଜୀବନ ଜୀବିକାକୁ ରକ୍ଷା କରି ସମ୍ବିଧାନ, ଜଙ୍ଗଲ ଅଧିକାର, ନୂତନ ଜମି ଅଧିଗ୍ରହଣ ନୀତି ଅନୁଯାୟୀ ଗ୍ରାମସଭାକୁ ସମ୍ମାନ ଜଣାଇ ପ୍ରଶାସନ କାର୍ଯ୍ୟ କରୁ ବୋଲି ଦାବି କରିଛନ୍ତି। ଆନ୍ଦୋଳନରେ ରାଜଗାଙ୍ଗପୁର ବିଧାୟକ ସିଏସ୍‌ ରାଜେନ ଏକ୍କା, ଜିଲା କଗ୍ରେସ କମିଟି ସଭାପତି ବେଣୁମାଧବ ତ୍ରିପାଠୀ, ଅମିତା ବିଶ୍ବାଳ, ବିବୋଲ ଟପ୍ପୋ, ବିନୟ ଭୂଷଣ ବାର୍ଲା, ନିଳିମା ଟପ୍ପୋଙ୍କ ସମେତ ୫ଟି ପଞ୍ଚାୟତର ପ୍ରଭାବିତ ଗ୍ରାମବାସୀ ଏହି ଧାରଣାରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, କମ୍ପାନୀ ପକ୍ଷରୁ ଚୂନପଥର ଖଣି ସମ୍ପ୍ରସାରଣ ପାଇଁ ରାଜଗାଙ୍ଗପୁର ବ୍ଲକର ଅଲଣ୍ଡା, କୁକୁଡ଼ା, କେଶ୍ରାମାଲ, କଟଙ୍ଗ ଓ ଝରଗପୁର ପଞ୍ଚାୟତର ୭୧୭, ୬୩ ଏକର ଜମି ଆବଶ୍ୟକ ହେଉଛି। ଏଥିପାଇଁ ପ୍ରଭାବିତ ହେବାକୁ ଥିବା ଗ୍ରାମବାସୀ ଜମି ଅଧଗ୍ରହଣକୁ ବିରୋଧ କରୁଛନ୍ତି। ନିଜ ଗାଁ ଭିଟାମାଟି ଛାଡିବୁ ନାହିଁ କହି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରି ଏହି ପଦଯାତ୍ରାରେ ଆସି ସୁନ୍ଦରଗଡ଼ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି

ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି।...

ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି ଟିମ୍‌: ସୂଚନା ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ମହାନିର୍ଦ୍ଦେଶକ ଜୟନାରାୟଣ ପଙ୍କଜ ଏହି ଟିମ୍‌କୁ ତଦାରଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri