ବେଆଇନ ବାଣ ପ୍ରସ୍ତୁତି ଉପରେ ଅଙ୍କୁଶ ନାହିଁ

ବେଗୁନିଆ,୨୧ା୧୦(ଡି.ଏନ୍‌.ଏ.) ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଚଳଚଞ୍ଚଳ ଗଁା ଠୁ ସହର। ଅନ୍ୟପଟେ ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଓ ବ୍ଲକ ଅଞ୍ଚଳର ଅନେକ ସ୍ଥାନରେ ବେଆଇନ ଭାବେ ବାଣ ପ୍ରସ୍ତୁତି ଚାଲିଛି। ପ୍ରସ୍ତୁତକାରୀ ଏବଂ ବ୍ୟବସାୟୀଙ୍କ ଉପରେ ପ୍ରଶାସନର କଟକଣା ନ ଥିବାରୁ ଗତ ୬ ବର୍ଷ ମଧ୍ୟରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡିଛି। ଆହତଙ୍କ ମଧ୍ୟରେ ସର୍ବାଧିକ ପିଲାମାନେ ରହିଛନ୍ତି। କେତେକ ଅଘଟଣକୁ ପ୍ରଘଟ କରା ନ ଯାଇ ଚପାଇ ଦିଆଯାଇଛି। ଏଥିପ୍ରତି ପୋଲିସ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।
ସୂଚନାଥାଉ କି, ବେଗୁନିଆ ବ୍ଲକ ସିକୋ ଗ୍ରାମସ୍ଥିତ କୁମ୍ଭାରସାହିରେ ୨୦୧୭ ଅଗଷ୍ଟରେ ବାଣ ବିସ୍ଫୋରଣ ଘଟି ଗୋଟିଏ ପରିବାରର ମା, ୩ ଝିଅ ଓ ପଡୋଶୀ ଘରର ଜଣେ ମହିଳାଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିସହ ୪ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବିସ୍ଫୋରଣର ପ୍ରକୋପ ଏତେ ଥିଲା ଯେ ମୃତକଙ୍କୁ ଜେସିବି ମାଧ୍ୟମରେ ମାଟି ତଳୁ ଉଦ୍ଧାର କରାଯାଇଥିଲା। ସେହିପରି ୨୦୧୪ ଓ ୨୦୧୬ରେ ପୃଥକ୍‌ ଭାବେ ଅଘଟଣ ଘଟି ୨ଜଣଙ୍କ ଜୀବନ ଯାଇଛି। ସେହିପରି ଅନେକ ସମୟରେ ବିଭିନ୍ନ ସଭା ସମିତି ଓ ଶୋଭାଯାତ୍ରା ବେଳେ ଅଫୁଟା ବାଣକୁ ଛାଡି ଦିଆଯାଉଛି। ଉକ୍ତ ବାଣକୁ ପିଲାମାନେ ସଂଗ୍ରହ କରି ଅଗ୍ନି ସଂଯୋଗ କରୁଛନ୍ତି। ୨୦୨୦ରେ ସିମୋର ଗଁାର ଜଣେ ଛାତ୍ର ବାଣ ଫୁଟାଇ ଆହତ ହୋଇଥିଲେ। ୨୦୨୧ ନଭେମ୍ବରରେ ମାଣିବନ୍ଧ ଗ୍ରାମର ୩ଜଣ ପିଲା ଅଫୁଟା ବାଣ ଫୁଟାଇ ଗୁରୁତର ହୋଇଥିଲେ। ୨୦୨୨ ମସିହା ଆରମ୍ଭରୁ ଗଁପୁର ଗ୍ରାମର ୪ ପିଲା ଅଫୁଟା ବାଣ ଫୁଟାଇ ଆହତ ହୋଇଥିଲେ। ସେହିପରି ବାଣ ପ୍ରସ୍ତୁତ ସମୟରେ ବିସ୍ଫୋରଣ ଘଟି ୨୦୧୩ ରେ ୮, ୨୦୧୫ ରେ ୪, ୨୦୨୧ରେ ୩ଜଣ ଆହତ ହୋଇଥିଲେ। ବରିଷ୍ଠ ନାଗରିକ ଅକ୍ଷୟ ରଥ, ପ୍ରସନ୍ନ ମହାପାତ୍ର ଏବଂ ସନ୍ତୋଷ ବେହେରା କୁହନ୍ତି, ଲେଖନପୁର, ପଙ୍ଗାରସିଂହ, ସିକୋ, କଣ୍ଟାବାଡ଼ ଆଦି ଗ୍ରାମରେ ଦୀର୍ଘ ବର୍ଷ ହେବ ବିନା ଲାଇସେନ୍ସରେ ବାଣ ପ୍ରସ୍ତୁତ କରାଯାଉଥିବା ନେଇ ବାଘମାରୀ, ଜଙ୍କିଆ ଓ ବେଗୁନିଆ ଥାନାରେ ଅଭିଯୋଗ କରାଯାଇଛି। ସର୍ବସାଧାରଣ ସ୍ଥାନରେ ବାଣ ପ୍ରସ୍ତୁତ ହେଉଥିବାବେଳେ ବିଭିନ୍ନ ସମୟରେ ଅଘଟଣ ଘଟି ବାସଗୃହ ପୋଡ଼ିଯାଇଥିବା ନଜିର ରହିଛି। ବୁଦ୍ଧିଜୀବୀ ଶିବ କୁମାର ମୁନି କୁହନ୍ତି, ବାଣ ପ୍ରସ୍ତୁତକାରୀଙ୍କ ନିକଟରେ ଲାଇସେନ୍ସ କିମ୍ବା ଅଗ୍ନି ନିର୍ବାପକ ଯନ୍ତ୍ର ଅଛିକି ନାହିଁ ଯାଞ୍ଚ କରାଯିବା ଆବଶ୍ୟକ। ଅନ୍ୟପକ୍ଷରେ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀ କୁହନ୍ତି, ବେଆଇନ ବାଣ ବିକ୍ରି ରୋକିବାକୁ ଟିମ୍‌ ଗଠନ କରାଯାଇଛି। ଏଥିସହ ବାଣ ପ୍ରସ୍ତୁତ ହେଉଥିବା ସ୍ଥାନରେ ବିଭିନ୍ନ ସମୟରେ ଚଢ଼ାଉ ଜାରି ରହିଛି। ସେହିପରି ବାଘମାରୀ ଥାନାଧିକାରୀ ପ୍ରଜ୍ଞା କର କୁହନ୍ତି, ବେଆଇନ ଭାବେ ବାଣ ପ୍ରସ୍ତୁତ ହେଉଥିବା ଖବର ମିଳିଲେ ଚଢ଼ାଉ କରାଯାଉଛି। ଗତ ବୁଧବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୬ବସ୍ତା ବାଣ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri