ଚକ୍ରବ୍ୟୁହରେ ଫସିଛି ବ୍ୟାସନଗର

ଯାଜପୁର ରୋଡ,୨୧ା୧୦(ଡି.ଏନ.ଏ.):ରାଜନୈତିକ ଓ ପ୍ରଶାସନିକ ଚକ୍ରବ୍ୟୁହରେ ଫସିଛି ବ୍ୟାସନଗର ସହର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ କରିବାରେ ପାତରଅନ୍ତର ନୀତି ଏବଂ ବିଭିନ୍ନ ଆଳ ଦେଖାଇ ପ୍ରକଳ୍ପ କାମ ଶେଷ ହେବା ପୂର୍ବରୁ ବନ୍ଦ କରାଯିବା କାରଣରୁ ସହରବାସୀଙ୍କୁ ଆନ୍ଦୋଳନମୁଖୀ କରିଛି। ଏପରି କି ସ୍ବତନ୍ତ୍ର ଜିଲା ଗଠନ ହିଁ ଏକମାତ୍ର ଉପାୟ ବୋଲି କେତେକାଂଶରେ ଦାବି ଉଠିଛି। ରେଲୱେ ଓଭରବ୍ରିଜ କିମ୍ବା ଗଳିପୋଲ, ଟାଉନ ହଲ, ସଂସ୍କୃତି ଭବନ, ପାନ୍ଥଶାଳା, ଷ୍ଟାଡିୟମ, ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ, ବ୍ୟାସ ସରୋବରର ବିକାଶ, ସୁପର ସ୍ପେଶିଆଲିଟି ଡାକ୍ତରଖାନା, ଉପଖଣ୍ଡ ମାନ୍ୟତା ପ୍ରତିଶ୍ରୁତି ଆଦି ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ଶଂସୟ ପ୍ରକାଶ ପାଇଛି। ସହରର ସର୍ବାଙ୍ଗୀନ ବିକାଶ ପାଇଁ କୌଣସି ରାଜନୈତିକ ଦଳ ବି ଆନ୍ତରିକତା ଦେଖାଉ ନାହାନ୍ତି । ବରଂ ସହରକୁ ୨୦ ବର୍ଷ ପଛକୁ ଠେଲି ଦେବାକୁ ବିଭିନ୍ନ ଉପାୟରେ ଷଡଯନ୍ତ୍ର କରାଯାଉଛି ବୋଲି ଚର୍ଚ୍ଚା ହେଉଛି।
ବ୍ୟାସନଗର ସହରକୁ ଲାଗି ଏକାଧିକ ଶିଳ୍ପ ଓ ଖଣି ପ୍ରତିଷ୍ଠାନ ଯୋଗୁ ଏହା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ। ପ୍ରାୟ ସମସ୍ତ ଶିଳ୍ପ କାରଖାନାର ଅଧିକାରୀ ଓ କର୍ମଚାରୀ ଏହି ସହର ଉପରେ ନିର୍ଭର କରିଥାନ୍ତି। ତେଣୁ ସହରର ଲୋକ ସଂଖ୍ୟା ବେସରକାରୀ ଭାବେ ପ୍ରାୟ ଦେଢ ଲକ୍ଷ ଟପିଲାଣି। ୧୯ା୫ା୧୯୯୪ ରେ ଯାଜପୁରରୋଡ ଏନଏସିକୁ ବ୍ୟାସନଗର ପୌରପରିଷଦ ଭାବେ ସ୍ବୀକୃତି ମିଳିଥିଲା ା ୨୦୦୮ରେ ୨୬ଟି ୱାର୍ଡରେ ଏହା ପରିଣତ ହୋଇଛି ା ୨୦୧୩ ପୌର ନିର୍ବାଚନ ପରେ ପରେ ଅନାସ୍ଥା ପ୍ରସ୍ତାବ ନାଟକ ସହରକୁ ରସାତଳଗାମୀ କରିଥିଲା। ଏହାପରେ ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ ପ୍ରଶାସନ ଶାସନରେ ସେଭଳି କୌଣସି ଆଖିଦୃଶିଆ ବିକାଶ ଦେଖିବାକୁ ମିଳି ନ ଥିଲା। ପୌର ପରିଷଦ ଗଠନ ପରେ ଏବେ ଅଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ବିବାଦ ପୁଣି ଏକ ନୂତନ ସମସ୍ୟା ସୃଷ୍ଟି କରିଛି। ସହରର ବିକାଶକୁ ଜଳାଞ୍ଜଳି ଦେଇ କେବଳ ନିଜ ସ୍ବାର୍ଥ ସାଧନ ଏକମାତ୍ର ଲକ୍ଷ୍ୟ ହେଉଛି ବୋଲି ମତପ୍ରକାଶ ପାଇଛି। ୧୯୮୪ରେ ନିର୍ମିତ ହୋଇଥିବା ଏକ ଷ୍ଟାଡିୟମ ଅଧାଗଢା ଅବସ୍ଥାରେ ପଡି ରହିଛି। ଗତ ୧୨ ବର୍ଷ ହେଲା ଯାଜପୁର ରୋଡ ପାନ୍ଥଶାଳା ଅଚଳ ହୋଇ ପଡିଛି। ପ୍ରଶାସନ ଏଥିପ୍ରତି ଆଦୌ ଦୃଷ୍ଟି ଦେଉ ନ ଥିବାରୁ ତାହା ଭୂତକୋଠିରେ ପରିଣତ ହୋଇଛି। ୨୦୧୬ରେ ଶିଳାନ୍ୟାସ ହୋଇଥିବା କଲ୍ୟାଣ ମଣ୍ଡପ ନିର୍ମାଣ କାମ ଆରମ୍ଭ ହୋଇ ପାରିନାହିଁ। ବ୍ୟାସନଗର ବସଷ୍ଟାଣ୍ଡକୁ ଅତ୍ୟାଧୁନିକ ବସ ଟର୍ମିନାଲରେ ପରିଣତ କରିବାକୁ ପ୍ରଶାସନ ଘୋଷଣା କରିଥିଲା। ହେଲେ କେନ୍ଦ୍ରୀୟ ପଣ୍ୟାଗାର ସମ୍ମୁଖରେ ଚିହ୍ନଟ ଜମିରେ ଜବରଦଖଲ କାରଣରୁ ଏହା ଦିବାସ୍ବପ୍ନ ହୋଇଛି। ସେହିପରି ଭେଣ୍ଡିଂ ଜୋନ ନିର୍ମାଣ ଫଳକରେ ସୀମିତ ରହିଛି। ଯାଜପୁର ରୋଡ ଥାନା ନିକଟରେ ନିର୍ମିତ ଶ୍ରମିକ ଆଶ୍ରୟ ସ୍ଥଳୀ ୫ ବର୍ଷ ପରେ ବି ସରୁନି। ଦଳାଛକ ନିକଟରେ ନିର୍ମାଣାଧୀନ ବ୍ୟାସ ଟାଉନ ହଲ ମଧ୍ୟ ଅସମ୍ପୂର୍ଣ୍ଣ ହୋଇ ପଡିଛି। ବିଶେଷ କରି ୬୪ କୋଟି ଟଙ୍କାରେ ନିର୍ମାଣାଧୀନ ବ୍ୟାସସରୋବରର ବିକାଶ କାମ ବନ୍ଦ ହେବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ରରୂପ ନେବାରେ ଲାଗିଛି। ଏନ୍‌ଜିଟି କବଳରୁ ମୁକ୍ତ କରିବାକୁ ପ୍ରଶାସନିକସ୍ତରରେ ଆନ୍ତରିକତାର ଅଭାବ ଜଳଜଳ ହୋଇ ଦିଶୁଛି। ଏନଜିଟିର ସ୍ଥଗିତାଦେଶ ଉଠାଇବାକୁ ପ୍ରଶାସନ ପକ୍ଷରୁ ତାରିଖର ଦିନକ ପୂର୍ବରୁ ଆବେଦନ କରିବା ଏହାର ପ୍ରମାଣ ବୋଲି ଅଭିଯୋଗ ହୋଇଛି। ଏଥିପାଇଁ ସଂପୃକ୍ତ ଠିକାସଂସ୍ଥା କାମ ଛାଡି ଚାଲିଯିବାକୁ ମନସ୍ଥ କରିଥିବା ସୂଚନା ମିଳିଛି।
ଏହାବାଦ୍‌ ଦୀର୍ଘ ୫୦ ବର୍ଷ ହେଲା ସହରବାସୀଙ୍କୁ ଦୁଃଖ ବାଣ୍ଟୁଥିବା ସାଇ ମନ୍ଦିର ରେଲୱେ ଫାଟକ ଉପରେ ଏକ ଓଭର ବ୍ରିଜ ନିର୍ମାଣ ପ୍ରଶାସନିକ ଅବହେଳା କାରଣରୁ ବନ୍ଦ ହେବାର ଆଶଙ୍କା ପ୍ରକାଶ ପାଇଛି। ଯାଜପୁର ସହରର ବିକାଶ ପାଇଁ ଶତାଧିକ ବେସରକାରୀ ଜମି ଅଧିଗ୍ରହଣ କରାଯାଇଥିବା ସହ ଏକାଧିକ ଗୃହ ଭଙ୍ଗା ଯାଉଛି। କିନ୍ତୁ ବ୍ୟାସନଗର ସହରରେ ଜମି ଅଧିଗ୍ରହଣ ଭୟ ଯୋଗୁ ଏହି ପ୍ରକଳ୍ପକୁ ଅଣଦେଖା କରାଯାଇଛି। ଏଥିପାଇଁ ବ୍ୟାସନଗର ନାଗରିକ କମିଟି ପକ୍ଷରୁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ବିକାଶ ସ୍ବପ୍ନ ଦେଖାଇ ଠକୁଥିବା ରାଜନେତାମାନେ କ୍ରମଶଃ ସହରବାସୀଙ୍କ ଆସ୍ଥା ହରାଉଥିବା ଅଭିଯୋଗ ହୋଇଛି ା ରେଲୱେ ଓଭରବ୍ରିଜ ନିର୍ମାଣ ପାଇଁ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ଜିତେନ୍ଦ୍ର କୁମାର ପଢିହାରୀ କହିଛନ୍ତି, ରେଳ ବିଭାଗ ଏବଂ ରାଜ୍ୟସ୍ତରରେ ଉଚ୍ଚ କର୍ତ୍ତୃପକ୍ଷ ଏହି ପ୍ରକଳ୍ପ ଆରମ୍ଭ କରିବାକୁ ସବୁଜ ସଙ୍କେତ ଦେଇ ସାରିଛନ୍ତି। ଯଦି ଜିଲାପାଳ ଏଥିରେ ସହଯୋଗ କରୁ ନାହାନ୍ତି ତେବେ ସେଥିପାଇଁ ସେ ବ୍ୟକ୍ତିଗତ ଭାବେ ଦାୟୀ ରହିବେ। ସାମାଜିକ କର୍ମୀ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ବ୍ୟାସନଗର ସହରର ବିକାଶରେ କେହି ଜଣେ ଜାଣିଶୁଣି ଅନ୍ତରାୟ ସୃଷ୍ଟି କରୁଛନ୍ତି। ଏଥିପାଇଁ ଅନେକ ପ୍ରକଳ୍ପ ନିର୍ମାଣାଧୀନ ଅବସ୍ଥାରେ କିମ୍ବା କେତେକ କାମ ନ ହୋଇ ପଡି ରହିଛି। ଏଥିରେ ସହରବାସୀଙ୍କ ମଧ୍ୟରେ ଏକ ନକରାମତ୍କ ଚିନ୍ତାଧାରା ଜନ୍ମ ନେଉଛି। ଯାହାକି ଖୁବଶୀଘ୍ର ଆନ୍ଦୋଳନ ମାଧ୍ୟମରେ ପରିସ୍ପୁଟ ହେବ।
ରେଲୱେ ଓଭରବ୍ରିଜ ନିର୍ମାଣ ସଂକ୍ରାନ୍ତରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରେ ସେ କୁହନ୍ତି, ଏଯାଏ ରେଳ ବିଭାଗ ପକ୍ଷରୁ ତାଙ୍କୁ କୌଣସି ଯୋଗାଯୋଗ କରାଯାଇ ନାହିଁ । ନିର୍ମାଣ ଏବଂ ଜମି ଅଧିଗ୍ରହଣ ସଂକ୍ରାନ୍ତରେ ପତ୍ର ଆସିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri