ବିଭିନ୍ନ ପ୍ରାକୃତିକ ଦୁର୍ବିପାକରେ ଫଶି ଯାଇଥିବା ବ୍ୟକ୍ତି ହୁଅନ୍ତୁ ଅବା ବୋମାର ସନ୍ଧାନ, ଏସବୁରେ ଅନୁସନ୍ଧାନୀ କୁକୁରର ଥାଏ ବେଶ୍ ଗୁରତ୍ୱପୂର୍ଣ୍ଣ ଭୂମିକା। ତେବେ ‘ଅପୋପୋ’ ନାମକ ସଂସ୍ଥାର ବୈଜ୍ଞାନିକମାନେ ଏବେ ଏହି ଜୀବନରକ୍ଷକ ଅନୁସନ୍ଧାନୀ କାମ ପାଇଁ ମୂଷାମାନଙ୍କୁ ତାଲିମ ଦେଉଛନ୍ତି। ବିଶ୍ୱାସ ନ ହେଲେ ବି ଏହା ସତ। କୁନି ପିଠିରେ ଲୋକେଶନ୍ ଟ୍ରାକର୍, କ୍ୟାମେରା, ମାଇକ୍ରୋଫୋନ୍ ଥିବା ବ୍ୟାକ୍ପ୍ୟାକ୍ ପିନ୍ଧାଯାଇ ଏହି ମୂଷାଙ୍କୁ ପଠାଯିବ ରେସ୍କ୍ୟୁ ଟିମ୍ ସହ। ଏମାନେ ଫଶି ରହିଥିବା ବ୍ୟକ୍ତିଙ୍କୁ ଖୋଜିବାରେ ସାହାଯ୍ୟ କରିବେ। ଫଳରେ ବଞ୍ଚତ୍ପାରିବ ଅନେକ ଜୀବନ। ସ୍କଟଲାଣ୍ଡର ୩୩ ବର୍ଷୀୟ ଅନୁସନ୍ଧାନୀ ବୈଜ୍ଞାନିକ ଡ. ଡୋନା କିନ୍ ଏହି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି। ଆଉ ସେ ୭ଟି ମୂଷାକୁ ତାଲିମ୍ ଦେଇସାରିଲେଣି। ଡୋନା କୁହନ୍ତି, ଆମେ ଆଫ୍ରିକାର ବଡ ବଡ ମୂଷାକୁ ତାଲିମ ଦେଉଛୁ। ଏମାନେ ଏବେ ଯେତେ ପ୍ରତିକୂଳ ପରିସ୍ଥିତି ହୋଇଥିଲେ ହେଁ ଖୁବ୍ ଭଲ ଭାବେ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ କରିବାରେ ସକ୍ଷମ। ଏହି ମୂଷାଙ୍କ ଭିତରୁ ଗୋଟିଏ ମୂଷା ଯାହାକୁ ହିରୋର଼୍ୟାଟ୍ ନାମରେ ନାମିତ କରାଯାଇଛି, ସେ ଅନୁସନ୍ଧାନୀ କାର୍ଯ୍ୟରେ ସାମିଲ ହୋଇ ଅନେକଙ୍କ ଜୀବନ ବଞ୍ଚାଇ ସାରିଲାଣି। ଏହି ମୂଷାଗୁଡିକୁ ବହୁତ ଯତ୍ନର ସହକାରେ ରଖାଯାଉଛି। ଖାଇବାକୁ ପୌଷ୍ଟିକର ଖାଦ୍ୟ ଦିଆଯାଉଥିବାବେଳେ ସାପ୍ତାହିକ ସ୍ବାସ୍ଥ୍ୟ ପରୀକ୍ଷଣ ବି କରାଯାଉଛି। ଆଉ ଏମାନେ ଛୋଟ ଓ ଚଞ୍ଚଳ ହୋଇଥିବାରୁ ଅନୁସନ୍ଧାନ କାର୍ଯ୍ୟରେ ମୃତ୍ୟୁବରଣ କରିବାର ଆଶଙ୍କା ବି ବହୁତ କମ୍ ଥାଏ।’
ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ
ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...
ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ
ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...
ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର
କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...
Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ
ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...
ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…
ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...
ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ
ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...
ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…
ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...
Archives


