ପଦାରେ ପଡ଼ିଲା ଭାଜପାର ଗୋଷ୍ଠୀ କନ୍ଦଳ

କେନ୍ଦୁଝର,୧୬ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଭାଜପାରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡ଼ିଛି। ଶୁକ୍ରବାର କେନ୍ଦୁଝର ଲୋକ ସଭା ମଣ୍ଡଳୀର ସମୀକ୍ଷା ବୈଠକରେ ବର୍ତ୍ତମାନର ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ଜିଲା ସଭାପତି ରାଧାକାନ୍ତ ମହାନ୍ତଙ୍କୁ ଆକ୍ରମଣ କରିବା ଘଟଣା ବିବାଦ ଲୋକଲୋଚନକୁ ଆସିଛି। କେନ୍ଦୁଝର ଲୋକ ସଭା ନିର୍ବାଚନମଣ୍ଡଳୀ ପ୍ରଭାରୀ ସଞ୍ଜୀବ ମହାନ୍ତି ଓ ସଂଯୋଜକ ଶୁକଦେବ ମହାନ୍ତଙ୍କ ଉପସ୍ଥିତିରେ ଘଟଣା ଘଟିଥିବାରୁ ଏହି ବାର୍ତ୍ତା ରାଜ୍ୟ ଓ କେନ୍ଦ୍ର ସଂଗଠନରେ ପହଞ୍ଚତ୍ଛି।

ସମୀକ୍ଷା ବୈଠକରେ କେନ୍ଦୁଝର ଲୋକ ସଭାର ୭ ବିଧାନସଭାର ବିଧାୟକ ପ୍ରାର୍ଥୀ, ପ୍ରଭାରୀ ଓ ସଂଯୋଜକମାନେ ଉପସ୍ଥିତ ଥିଲେ। ଚମ୍ପୁଆ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ, ପ୍ରଭାରୀ ଓ ସଂଯୋଜକଙ୍କୁ କାହିଁକି ଡକାଗଲା ନାହିଁ ବୋଲି ଲୋକ ସଭା ପ୍ରଭାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେହିପରି ବିନା ରାଜ୍ୟ ଅନୁମୋଦନରେ ମଣ୍ଡଳ ସଭାପତି ପରିବର୍ତ୍ତନ କରାଯିବା ଏବଂ ଏ ନେଇ କାହିଁକି ସମସ୍ତଙ୍କୁ ଅବଗତ କରାଗଲା ନାହିଁ ବୋଲି ପୂର୍ବତନ ସଭାପତି ରାଧାକାନ୍ତ ପ୍ରଶ୍ନ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଭାପତି ଅଂଶୁମାନ ସବୁଜ ତାଙ୍କ ଉପରକୁ ମୋବାଇଲ ଫିଙ୍ଗିବା ସହ ଗାଳିଗୁଲଜ କରିଥିଲେ। ରାଧାକାନ୍ତ ଆହତ ହୋଇ ଜିଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେବାକୁ ପଡ଼ିଥିଲା। ଘଟଣା ନେଇ ରାଧାକାନ୍ତ ଥାନାକୁ ଯାଇ ନ ଥିବା ବେଳେ ତାଙ୍କ ଉପରକୁ ମୋବାଇଲ ଫିଙ୍ଗାଯାଇଥିବା କଥା ସ୍ବୀକାର କରିଛନ୍ତି। ପୁରୁଣା ନେତା ଓ କର୍ମୀଙ୍କୁ ପ୍ରାଧାନ୍ୟ ଦିଆ ନ ଯିବାକୁ ନେଇ ଭାଜପାରେ ପୁଞ୍ଜୀଭୂତ ଅସନ୍ତୋଷ ବଢ଼ିବାରେ ଲାଗିଛି। ରାଜ୍ୟ ଓ କେନ୍ଦ୍ର ସଂଗଠନ ଗୁରୁତ୍ୱ ନ ଦେଲେ ଦଳର ସ୍ଥିତି ଦୁର୍ବଳ ହୋଇ ୨୦୨୪ ନିର୍ବାଚନରେ ଜିଲାରେ ଭାଜପା ଶୂନ ହୋଇଯିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା କହିଛନ୍ତି ଯେ, ଘଟଣା ସେଭଳି ନୁହେଁ ା ସାମାନ୍ୟ ଘଟଣାକୁ ବଡ଼ କରାଯାଉଛି। ତେବେ ଘଟଣା ଯାହା ହେଉନା କାହିଁକି ଏହି ଘଟଣା ରାଜ୍ୟ ଓ କେନ୍ଦ୍ର ଦଳୀୟ ନେତୃତ୍ୱ ପାଖରେ ପହଞ୍ଚତ୍ ସାରିଛି। ଆସନ୍ତା ମାସରେ କେନ୍ଦୁଝର ଦାୟିତ୍ୱରେ ଥିବା କେନ୍ଦ୍ର ଆଦିବାସୀ ସମ୍ବଳ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଜିଲା ଗସ୍ତରେ ଆସୁଥିବାରୁ ତା’ ପୂର୍ବରୁ ଏହି ବିବାଦ ସମାଧାନ ନ ହେଲେ ନିଶ୍ଚିତ ଭାବରେ ସମସ୍ୟା ସୃଷ୍ଟି କରିବ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

ସ୍ଥାନୀୟ ପ୍ରଶାସନକୁ କଥା ଦେଇ କଥା ରଖିଲାନି ଠିକାସଂସ୍ଥା: ମରାମତି ନୋହିଲା ଷ୍ଟ୍ରିଟ୍‌ ଲାଇଟ୍‌, ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଆଉ କିଛି ଦିନ ପରେ ପାଳିବ ଶୀତ ମହୋତ୍ସବ। ଏଥିପାଇଁ ପ୍ରଶାସନ ପକ୍ଷରୁ...

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri