ମୂଲ୍ୟବୃଦ୍ଧି କମାଇବାରେ ଆର୍‌ବିଆଇ ବିଫଳ: ମୁଦ୍ରାସ୍ଫୀତି ୭.୧୪%କୁ ବୃଦ୍ଧି

ନୂଆଦିଲ୍ଲୀ,୧୨।୧୦: ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଛନ୍ତି। ସେପ୍ଟେମ୍ବରରେ ଖାଉଟି ମୂଲ୍ୟସୂଚୀ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ୭.୪୧ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଗତ ୫ ମାସ ମଧ୍ୟରେ ସର୍ବାଧିକ। କ୍ରମାଗତ ତୃତୀୟ ତ୍ରୈମାସିକରେ ମୁଦ୍ରାସ୍ଫୀତି ସହ୍ୟ ସ୍ତର ୨-୬%ରୁ ଅଧିକ ରହିଛି।
ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି ତଥ୍ୟ ଅନୁଯାୟୀ ସେପ୍ଟେମ୍ବର ମାସରେ ମୁଦ୍ରାସ୍ଫୀତି ୭.୪୧%କୁ ବୃଦ୍ଧି ପାଇଛି। ଖାଦ୍ୟ ସାମଗ୍ରୀଗୁଡ଼ିକର ଦରଦାମ୍‌ ବୃଦ୍ଧି ଯୋଗୁ ଅଗଷ୍ଟରେ ମୁଦ୍ରାସ୍ଫୀତି ୭.୦୦ ପ୍ରତିଶତକୁ ବଢ଼ିଥିଲା। ମୁଦ୍ରାସ୍ଫୀତିକୁ ୨ରୁ ୪ ପ୍ରତିଶତ ମଧ୍ୟରେ ସୀମିତ ରଖିବା ଲାଗି ସରକାର ଆର୍‌ବିଆଇ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଏଥିରେ ୨ ପ୍ରତିଶତ ବେଶୀ କିମ୍ବା କମ୍‌ ହୋଇପାରେ। ତେବେ ଗତ ଏପ୍ରିଲ ମାସରୁ ମୁଦ୍ରାସ୍ଫୀତି ଏହାଠାରୁ ଅଧିକ ରହିଆସିଛି। ଏହାକୁ ହ୍ରାସ କରିବାକୁ ଯାଇ ରିଜର୍ଭ ବ୍ୟାଙ୍କ କ୍ରମାଗତ ଭାବେ ରେପୋ ରେଟ୍‌ ବଢ଼ାଇ ଚାଲିଛନ୍ତି। ଏହା ସତ୍ତ୍ୱେ ମୁଦ୍ରାସ୍ଫୀତି କମୁ ନ ଥିବାରୁ ଆଗାମୀ ଦିନରେ ସୁଧହାର ପୁଣି ବଢ଼ିବା ସମ୍ଭାବନା ସୃଷ୍ଟି ହୋଇଛି। ସୁଧ ହାର ବଢ଼ିଲେ ସାଧାରଣ ଲୋକଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡ଼ିବ।
ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟି (ଏମ୍‌ପିସି) ପ୍ରତି ଦୁଇ ମାସରେ ମୁଦ୍ରାନୀତିର ସମୀକ୍ଷା କରିଥାନ୍ତି। ମୁଦ୍ରାନୀତି ନିର୍ଦ୍ଧାରଣ ବେଳେ ଖୁଚୁରା ମୁଦ୍ରାସ୍ଫୀତି ସଂଖ୍ୟାକୁ ବିଚାରକୁ ନିଆଯାଇଥାଏ। ମୁଖ୍ୟତଃ ଇନ୍ଧନ ଓ ଖାଦ୍ୟସାମଗ୍ରୀ ମୂଲ୍ୟ ବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ବଢ଼ୁଛି। ଗତ ଫେବୃୟାରୀ ୨୪ରୁ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ଏହାର ପ୍ରଭାବ ବଜାର ଦର ଉପରେ ପଡ଼ିଛି। ଏହାକୁ ନିୟନ୍ତ୍ରଣକୁ ଆଣିବା ଲାଗି ଦୀର୍ଘ ସମୟ ଲାଗିବ ବୋଲି କୁହାଯାଉଛି। ଖୁଚୁରା ମୁଦ୍ରାସ୍ଫୀତି ବଢ଼ିବାରେ ଖାଦ୍ୟସାମଗ୍ରୀ ଦରବୃଦ୍ଧି ୪୦ ପ୍ରତିଶତ ଦାୟୀ। ସେପ୍ଟେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୬୦ ପ୍ରତିଶତରେ ପହଞ୍ଚତ୍ଛି, ଯାହାକି ପୂର୍ବ ମାସରେ ୭.୬୨ ପ୍ରତିଶତ ରହିଥିଲା। ସେହିପରି ଗତବର୍ଷ ସେପ୍ଟେମ୍ବରରୁ ଚଳିତ ବର୍ଷ ସେପ୍ଟେମ୍ବର ମଧ୍ୟରେ ଇନ୍ଧନ ଓ ବିଦ୍ୟୁତ୍‌ ଦର ୧୧.୪୪ ପ୍ରତିଶତ ବଢ଼ିଛି। ଅନ୍ୟପକ୍ଷରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ଗତ ସପ୍ତାହରେ ଏକ ଡଲାରର ବିନିମୟ ମୂଲ୍ୟ ୮୨ ଟଙ୍କା ୩୨ ପଇସାରେ ପହଞ୍ଚତ୍ଛି। ଆଗାମୀ ୬ ମାସ ଯାଏ ଏହି ଚାପ ରହିବ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri