୩,୫୪୩ ୟୁନିଟ୍‌ ଯାନ ବିକ୍ରି କରିଛି ସ୍କୋଡା

ନୂଆଦିଲ୍ଲୀ,୩।୧୦: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆ ଚଳିତ ବର୍ଷ ସେପ୍ଟେମ୍ବରରେ ୩,୫୪୩ ୟୁନିଟ୍‌ ଯାନ ବିକ୍ରି କରିଛି। ଫଳରେ ଗତ ବର୍ଷ ସେପ୍ଟେମ୍ବର ତୁଳନାରେ କମ୍ପାନୀର ବିକ୍ରି ଅଭିବୃଦ୍ଧି ୧୭%ରୁ ଅଧିକ ରହିଛି। ଏପରିକି ୨୦୨୧ ସେପ୍ଟେମ୍ବରରେ କମ୍ପାନୀ ୩,୦୨୭ ୟୁନିଟ୍‌ କାର ବିକ୍ରି କରିଥିଲା। ବିଶେଷକରି ଉଚ୍ଚସ୍ତରର ସ୍ଥାନୀୟକରଣ ଏବଂ ନିର୍ମାଣ ସହ ଚେକ୍‌ ଆଧାରିତ କମ୍ପାନୀ ବର୍ଷକୁବର୍ଷ ବିକ୍ରି ଅଭିବୃଦ୍ଧି ରେକର୍ଡ କରିଛି।

ଏ ସମ୍ପର୍କରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍‌ ନିର୍ଦ୍ଦେଶକ ପେଟ୍ର ସୋଲ କହିଛନ୍ତି, ଭାରତ ବଜାରରେ ସ୍କୋଡାର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଏହା ଏକ ଉତ୍କୃଷ୍ଟ ଫଳାଫଳ ଏବଂ ଆମର ଦଳ ଓ ଡିଲର ସହଭାଗୀମାନଙ୍କର ସମସ୍ତ କଠିନ ପରିଶ୍ରମର ଏକ ବଡ଼ ସ୍ବୀକୃତି ବୋଲି ସେ ମତବ୍ୟକ୍ତ କରିଛନ୍ତି। ବିଶେଷକରି କୁଶାକ ଏବଂ ସ୍ଲାଭିଆ ଭଳି ମଡେଲ ଭାରତ ବଜାରରେ ସଫଳତାର ସହ ପ୍ରତିଷ୍ଠିତ ହୋଇଛି।

ଏପରିକି କମ୍ପାନୀର ସମସ୍ତ ଗାଡିର ବିକ୍ରୟ ବୃଦ୍ଧି ପରିଚାଳିତ ରହିଛି, ଏହା ସହିତ ଅକ୍ଟୋଭିଆ ଏବଂ ସୁପର୍ବ ପରି ଡି-ସେଗ୍‌ମେଣ୍ଟ ଉପତ୍ାଦଗୁଡିକ ମଧ୍ୟ ନିଜ ନିଜ ବର୍ଗରେ ଅଗ୍ରଣୀ ରହିଛନ୍ତି। ଆମର ଧ୍ୟାନ ବର୍ତ୍ତମାନ ଗ୍ରାହକଙ୍କ ସନ୍ତୁଷ୍ଟିକୁ ବଢାଇବା ଏବଂ ସମଗ୍ର ଭାରତରେ ସ୍କୋଡା ଗ୍ରାହକଙ୍କ ସ୍ପର୍ଶ ବିନ୍ଦୁ (ଟଚ୍‌ ପଏଣ୍ଟ) ବୃଦ୍ଧି ଉପରେ ରହିଛି। ସେହିପରି ୨୦୨୧ ଡିସେମ୍ବରରେ କମ୍ପାନୀର ୧୭୫ ସ୍ପର୍ଶ ବିନ୍ଦୁ ରହିଥିଲା ବେଳେ ୨୦୨୨ ଶେଷ ସୁଦ୍ଧା ତାହା ୨୫୦ରେ ପହଞ୍ଚତ୍ବା ଲକ୍ଷ୍ୟରେ ରହିଛି। ଏପରିକି ନିଜର ପହଞ୍ଚ ୨୦୫ରୁ ଅଧିକ ସ୍ପର୍ଶ ବିନ୍ଦୁକୁ ବିସ୍ତାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri