Posted inଫୁରସତ

ଗହଳିରୁ ରକ୍ଷାକରିବ ଏୟାର ଟାକ୍ସି

ବେଙ୍ଗାଲୁରୁ: ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହେଲେ ଦୀର୍ଘ ସମୟ ଅପେକ୍ଷା କରିବା ଅଧିକାଂଶଙ୍କ ପାଇଁ କାଠିକର ପାଠ। ଅନେକେ ଭାବନ୍ତି ଯଦି ଭିଡ଼ରୁ ଉଡ଼ିକରି ଯିବାର ସୁବିଧା ଥାଆନ୍ତା ତେବେ ସେମାନେ ନିଶ୍ଚୟ ଉଡ଼ିଯାଇଥାନ୍ତେ। ହେହଲେ ଏବେ ତାହା କେବଳ ଏକ ଭାବନା ସତ ହେବାକୁ ଯାଉଛି। ଟ୍ରାଫିକ୍‌ ଜାମ୍‌ ସମୟରେ ଏଥର ହେଲିକପ୍ଟର ସାହାଯ୍ୟରେ ରାସ୍ତା ପାର୍‌ କରିହେବ। ଲୋକଙ୍କ ପାଇଁ ଏପରି ସୁବିଧା ଟ୍ରାଫିକ୍‌ ଜାମ୍‌ର ସହର କର୍ନାଟକର ବେଙ୍ଗାଲୁରୁରେ ହେବାକୁ ଯାଉଛି। ବ୍ଲେଡ୍‌ ଇଣ୍ଡିଆ ନାମକ ଏକ କମ୍ପାନୀ ଲୋକଙ୍କୁ ଟ୍ରାଫିକ୍‌ ଜାମ୍‌ରୁ ମୁକୁଳାଇବା ପାଇଁ ଏପରି ଅଫ୍‌ର ଦେଇଛି। ଏହି କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌(ହାଲ୍‌) ଦ୍ୱାରା ବେଙ୍ଗାଲୁରୁ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ପର୍ଯ୍ୟନ୍ତ ୨ଟି ହେଲିକପ୍ଟରର ସୁବିଧା ଯୋଗାଇଦେବ। ୧୦ ଅକ୍ଟୋବରରୁ ଏହି ସୁବିଧା ଆରମ୍ଭ କରାଯିବ। ଭିଡ଼ରୁ ବାହାରି ଲୋକେ ୧୨ ମିନିଟ୍‌ରେ ଯାଇ ଏୟାରପୋର୍ଟରେ ପହଞ୍ଚିପାରିବେ। ଏହି ଏୟାର ଟାକ୍ସିରେ ଥରକେ ୫ଜଣ ଯାତ୍ରୀ ଯାଇପାରିବେ। ହେଲେ ଏଥିପାଇଁ ସେମାନଙ୍କୁ ଦେବାକୁ ଅର୍ଥ ଦେବାକୁ ପଡିବ। ବାଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ହାଲ୍‌ ମଧ୍ୟରେ ଏହି ଟ୍ୟାକ୍ସି ବ୍ୟବହାର କଲେ ସିଟ୍‌ ପିଛା ୩,୨୫୦ ଟଙ୍କା ଦେବାକୁ ପଡ଼ିବ। ଲୋକଙ୍କ ପାଇଁ ଏପରି ସେବା ପୂର୍ବାହ୍ନ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ଲୋକଙ୍କୁ ଏୟାରପୋର୍ଟରେ ପହଞ୍ଚିବାକୁ ୧୨୦ ମିନିଟ୍‌ ସମୟ ଲାଗୁଥିବାବେଳେ ୧,୩୦୦ ଟଙ୍କା ଖର୍ଚ୍ଚ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri