ବାଳିକାଙ୍କ ଶିକ୍ଷାବନ୍ଦକୁ ବର୍ଷେ ପୂରିଲା, ନିନ୍ଦା କଲା ଜାତିସଂଘ…

ଜେନେଭା/କାବୁଲ, ୧୮।୯ : ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ବର୍ଷେ ବ୍ୟାପୀ ବାଳିକାଙ୍କ ଶିକ୍ଷାବନ୍ଦ କରାଯାଇଥିବା ଘଟଣାରେ ଜାତିସଂଘ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ତାଲିବାନ ଶାସନକୁ ଆସିବା ପରେ ୨୦୨୧ ସେପ୍ଟେମ୍ବର ୧୮ରେ ଦେଶରେ ବାଳିକାଙ୍କ ଶିକ୍ଷା ଉପରେ କଟକଣା ଜାରି କରିଥିଲା। ଇତିମଧ୍ୟରେ ଏହି ଘଟଣାକୁ ବର୍ଷେ ପୂରଣ ହୋଇଛି। ଶୀଘ୍ର ବାଳିକାଙ୍କ ଲାଗି ଉପଯୋଗୀ ଥିବା ସ୍କୁଲଗୁଡ଼ିକୁ ଖୋଲିବା ପାଇଁ ଜାତିସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

ଚଳିତ ବର୍ଷ ମାର୍ଚ୍ଚ ୨୩ରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବାଳିକାଙ୍କ ପାଇଁ ସେକେଣ୍ଡାରୀ ସ୍କୁଲ ଖୋଲା ଯାଇଥିଲା। ମାତ୍ର କିଛି ଘଣ୍ଟା ମଧ୍ୟରେ ତାଲିବାନ ନେତା ଏସବୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ।
ସ୍କୁଲ ବନ୍ଦ ଯୋଗୁ ୧୦ ଲକ୍ଷରୁ ଅଧିକ ବାଳିକା ଆବଶ୍ୟକୀୟ ଶିକ୍ଷାଦାନ ପାଇ ପାରୁ ନଥିବା ଆଫଗାନିସ୍ତାନରେ କାର୍ଯ୍ୟ କରୁଥିବା ଜାତିସଂଘ ସହାୟତା ମିଶନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଫଗାନିସ୍ତାନ ଜାତିସଂଘ ସହାୟତା ମିଶନର ମୁଖ୍ୟ ମାର୍କୁସ ପୋଟଜେଲ୍‌ ତାଲିବାନର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଏହା ଦ୍ୱାରା ବାଳିକାଙ୍କ ଭବିଷ୍ୟତ ଅନ୍ଧକାରରେ ରହିଥିବା ସେ କହିଛନ୍ତି।
ଏନେଇ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗ୍ୟୁଟେରସ୍‌ କହିଛନ୍ତି ଯେ, ତାଲିବାନ ପରିସ୍ଥିତିକୁ ବୁଝି ଶୀଘ୍ର କଟକଣା ପ୍ରତ୍ୟାହାର କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

‘ଧୁରନ୍ଧର’ ବାପା ଚାଇନାର ଏହି ଫିଲ୍ମ, କଲାଣି ୧୮,୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ,୨୯।୧୨: ୨୦୨୫ ବର୍ଷର ଶେଷ ଭାଗରେ ବଲିଉଡ୍ ବକ୍ସ ଅଫିସ୍‌ରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ-ଥ୍ରୀଲର ‘ଧୁରନ୍ଧର’ ନିଜର ଜୟଯାତ୍ରା ଜାରି ରଖିଛି। ରଣବୀର ସିଂ...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri