Posted inଖେଳ

ଭୁଇଙ୍କ ଶତକ: ଦକ୍ଷିଣାଞ୍ଚଳର ବୃହତ୍‌ ସ୍କୋର

ସାଲେମ(ତାମିଲନାଡୁ), ୧୭।୯: ରୋହନ କୁନ୍ନୁମ୍ମାଲ ଓ ଅଧିନାୟକ ହନୁମା ବିହାରୀଙ୍କ ପରେ ଉଇକେଟକିପର ରିକି ଭୁଇଙ୍କ ଶତକ ସହାୟତାରେ ଦକ୍ଷିଣାଞ୍ଚଳ ଏଠାରେ ଚାଲିଥିବା ଦୁଲୀପ ଟ୍ରଫି କ୍ରିକେଟ ସେମିଫାଇନାଲରେ ଏହାର ପ୍ରଥମ ଇନିଂସକୁ ୬୩୦/୮ରେ ଘୋଷଣା କରିଛି। ଶୁକ୍ରବାର ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଉତ୍ତରାଞ୍ଚଳ କୌଣସି ଉଇକେଟ ନ ହରାଇ ୨୪ ରନ ସଂଗ୍ରହ କରିଛି। ପ୍ରତିଭା ସମ୍ପନ୍ନ ୟାଶ୍‌ ଧୁଲ ୮ ଓ ମନନ ଭୋରା ୧୧ ରନରେ ଅପରାଜିତ ଅଛନ୍ତି। ସମସ୍ତ ଉଇକେଟ ସୁରକ୍ଷିତ ଥିବାବେଳେ ଉତ୍ତରାଞ୍ଚଳ ୬୦୬ ରନ ପଛରେ ରହିଛି।
ପ୍ରଥମ ଦିବସର ଅସମାପ୍ତ ସ୍କୋର ୩୨୪/୨ରୁ ଖେଳ ଆରମ୍ଭ କରିଥିବା ଦକ୍ଷିଣାଞ୍ଚଳ ଆଉ ୫୦ ରନ ଯୋଗ କରିବା ପରେ ହନୁମାଙ୍କ ଉଇକେଟ ହରାଇଥିଲା। ୨୫୫ ବଲ୍‌ ଖେଳିଥିବା ହନୁମା ୧୦ ଚୌକା ଓ ୨ ଛକା ସହାୟତାରେ ୧୩୪ ରନ କରିଥିଲେ। ଦ୍ୱିତୀୟ ଦିବସରେ ଆକର୍ଷଣର କେନ୍ଦ୍ରରେ ରହିଥିଲେ ଭୁଇ। ସେ ୧୭୦ଟି ବଲ୍‌ ଖେଳି ୧୦ ଚୌକା ଓ ୨ ଛକା ସହ ୧୦୩ ରନକରି ଅପରାଜିତ ରହିଥିଲେ। ବାବା ଇନ୍ଦ୍ରଜିତ ଅର୍ଦ୍ଧଶତକ ହାସଲ କରି ୬୫ ରନ କରିଥିଲେ। ଟେଲ୍‌ ଏଣ୍ଡର କ୍ରିଷ୍ଣାପ୍ପା ଗୋଥାମ ୪୮ ଓ ରବି ତେଜା ୪୨ ରନର ଉପଯୋଗୀ ଇନିଂସ ଖେଳିବାରୁ ଦକ୍ଷିଣାଞ୍ଚଳ ବୃହତ୍‌ ସ୍କୋରରେ ପହଞ୍ଚତ୍ ଯାଇଥିଲା। ପ୍ରଥମ ଦିବସରେ ଓପନର ରୋହନ କୁନ୍ନୁମ୍ମାଲ ୧୪୩ ରନର ଇନିଂସ ଖେଳିଥିଲେ। ଉତ୍ତରାଞ୍ଚଳ ବୋଲରଙ୍କ ମଧ୍ୟରେ ମୟଙ୍କ ଡାଗର ୩ଟି, ନିଶାନ୍ତ ସିନ୍ଧୁ ଓ ପୁଲକିତ ନାରଙ୍ଗ ୨ଟି ଲେଖାଏ ଏବଂ ନବଦୀପ ସଇନୀ ଗୋଟିଏ ଉଇକେଟ ନେଇଥିଲେ।
ଦୃଢ଼ ସ୍ଥିତିରେ ପଶ୍ଚିମାଞ୍ଚଳ
କୋଏମ୍ବାଟୁରଠାରେ ଚାଲିଥିବା ଅନ୍ୟ ସେମିଫାଇନାଲରେ କେନ୍ଦ୍ରାଞ୍ଚଳ ବିପକ୍ଷରେ ପଶ୍ଚିମାଞ୍ଚଳ ନିଜର ସ୍ଥିତି ସୁଦୃଢ଼ କରିଛି। ପ୍ରଥମ ଦିବସର ଅସମାପ୍ତ ସ୍କୋର ୨୫୨/୯ରୁ ଖେଳ ଆରମ୍ଭ କରିଥିବା ପଶ୍ଚିମାଞ୍ଚଳ ଆଉ ୫ ରନ ଯୋଗକରି ଅଲ୍‌ଆଉଟ ହୋଇ ଯାଇଥିଲା। କେନ୍ଦ୍ରାଞ୍ଚଳ କିନ୍ତୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରଥମ ଇନିଂସରେ ମାତ୍ର ୧୨୮ ରନରେ ଅଲ୍‌ଆଉଟ ହୋଇ ଯାଇଥିଲା। ଅଧିନାୟକ କରନ ଶର୍ମା ସର୍ବାଧିକ ୩୪ ରନ କରିବାକୁ ସକ୍ଷମ ହୋଇଥିଲେ। ପଶ୍ଚିମାଞ୍ଚଳ ବୋଲରଙ୍କ ମଧ୍ୟରେ ଜୟଦେବ ଉନାଡକଟ ଓ ତନୁଶ କୋଟିଆନ ୩ଟି ଲେଖାଏ, ଅତୀତ ସେଠ୍‌ ୨ଟି ଏବଂ ଚିନ୍ତାନ ଗାଜା ଓ ଶାମ୍ସ ମୁଲାନୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ପଶ୍ଚିମାଞ୍ଚଳ ଦ୍ୱିତୀୟ ଇନିଂସରେ ୩ ଉଇକେଟ ହରାଇ ୧୩୦ ରନ ସଂଗ୍ରହ କରିଛି। ଓପନର ପୃଥ୍ବୀ ଶ’ ଶତକ (୧୦୪ ରନ) ହାସଲ କରି ଅପରାଜିତ ରହିଛନ୍ତି। ଫଳରେ ୭ ଉଇକେଟ ସୁରକ୍ଷିତ ଥାଇ ପଶ୍ଚିମାଞ୍ଚଳ ମୋଟ ୨୫୯ ରନରେ ଅଗ୍ରଣୀ ହାସଲ କରିଛି। କେନ୍ଦ୍ରାଞ୍ଚଳର ଅଙ୍କିତ ରାଜପୁତ ୨ଟି ଓ ଅନିକେତ ଚୌଧାରୀ ଗୋଟିଏ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର
ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସ: ୬୩୦/୮ (ଘୋଷଣା)। ଉତ୍ତରାଞ୍ଚଳ ପ୍ରଥମ ଇନିଂସ ୨୪/୦। ପଶ୍ଚିମାଞ୍ଚଳ ପ୍ରଥମ ଇନିଂସ: ୨୫୭/ଅଲ୍‌ଆଉଟ। କେନ୍ଦ୍ରାଞ୍ଚଳ ପ୍ରଥମ ଇନିଂସ: ୧୨୮/ଅଳ୍‌ଆଉଟ। ପଶ୍ଚିମାଞ୍ଚଳ ଦ୍ୱିତୀୟ ଇନିଂସ: ୧୩୦/୩।


Enter your email to get our daily news in your inbox.

All Right Reserved By Dharitri.Com

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri