୩ ଦିନ କ୍ଷୟକ୍ଷତି ଆକଳନ କରିବ ଟିମ୍‌

ଖୋର୍ଦ୍ଧା ଅଫିସ,୨୮।୮: ଚଳିତ ବନ୍ୟାରେ ଖୋର୍ଦ୍ଧା ଜିଲାର ଅନେକ ଗଁା ଜଳମଗ୍ନ ହୋଇଥିବା ବେଳେ ଶତାଧିକ ଗ୍ରାମବାସୀ ପ୍ରଭାବିତ ହୋଇଥିଲେ। ଏକର ଏକର ଚାଷଜମିରେ ବନ୍ୟାପାଣି ମାଡ଼ି ଫସଲ ନଷ୍ଟ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ଓଡ଼ିଶାର ସ୍ଥିତି ଅନୁଧ୍ୟାନ କରିଥିଲେ। କୃଷି ବିଭାଗ ପକ୍ଷରୁ ସପ୍ତାହକ ମଧ୍ୟରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରବିବାରଠାରୁ ଜିଲାରେ ୩ ଦିନ ଧରି ରାଜସ୍ବ, ଉଦ୍ୟାନ ଏବଂ କୃଷି ବିଭାଗ ମିଳିତ ଭାବେ ଫସଲ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବେ। ଆକଳନ ସମୟରେ ଯୋଗ୍ୟ ହିତାଧିକାରୀ ଯେପରି କ୍ଷତିପୂରଣ ତାଲିକାରୁ ବାଦ୍‌ ନ ପଡ଼ନ୍ତି, ସେଥିପ୍ରତି ଦୃଷ୍ଟିଦେବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଯେପରି ଅଯୋଗ୍ୟ ହିତାଧିକାରୀ ତାଲିକାରେ ସ୍ଥାନ ନ ପାଇବେ, ସେଥିଲାଗି ସୁନିଶ୍ଚିତ କରିବାକୁ ତାଗିଦ୍‌ କରିଛନ୍ତି। କ୍ଷୟକ୍ଷତି ଆକଳନ ଲାଗି ବ୍ଲକସ୍ତରରେ କମିଟି ଗଠନ କରାଯାଇଛି। ଉକ୍ତ ଟିମ୍‌ରେ ପଞ୍ଚାୟତିରାଜ, ରାଜସ୍ବ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ରହିଛନ୍ତି। ଏହି ଟିମ୍‌ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ ଆକଳନ ବେଳେ ସମ୍ପୃକ୍ତ ହିତାଧିକାରୀଙ୍କ କ୍ଷୟକ୍ଷତି ସ୍ଥାନର ଫଟୋ ଜିଓଟ୍ୟାଗିଂ କରିବ।
ଜିଲା ମୁଖ୍ୟ କୃଷି କାର୍ଯ୍ୟାଳୟର ସୂଚନା ଅନୁସାରେ, ଚଳିତ ଲଘୁଚାପ ବର୍ଷା ଓ ବନ୍ୟା ପ୍ରଭାବରେ ଜିଲାର ୯ଟି ବ୍ଲକର ୮୨ ପଞ୍ଚାୟତର ୨୪୩ ଗ୍ରାମର ପ୍ରାୟ ୧୦ ହଜାର ୯୬୩ ହେକ୍ଟର ଫସଲ ନଷ୍ଟ ହୋଇଛି। ସେଥିରୁ ୧୦ହଜାର ୬୫୦ ଧାନ ଏବଂ ୩୧୨ ହେକ୍ଟର ଅଣଧାନ(ପନିପରିବା) ନଷ୍ଟ ହୋଇଛି। ତେବେ ଗାଁରୁ ପାଣି ଖସିଥିବା ବେଳେ ଚାଷଜମିରେ ପାଣି ରହିଛି। ମାଟିରେ ମିଶିଯାଇଛି ଚାଷୀଙ୍କ ଫସଲ। ଦୁଇ ବର୍ଷ କରୋନା ଯୋଗୁ ଆଦାୟ ଫସଲ ବିକ୍ରି କରି ନ ପାରି କ୍ଷତି ସହିଥିଲେ। ଏବେ ପୁଣି ଲଘୁଚାପ ପରେ ବନ୍ୟାଜଳ ମାଡ଼ି ସବୁକିଛି ଛାର୍‌ଖାର କରିଦେଇଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଖୋର୍ଦ୍ଧା ବ୍ଲକର ୧୨ ପଞ୍ଚାୟତର ୪୨ ଗ୍ରାମର ୨୨୬୮ ହେକ୍ଟର ଧାନ ଏବଂ ୪୦ ହେକ୍ଟର ପନିପରିବା ନଷ୍ଟ ହୋଇଛି। ସେହିପରି ବେଗୁନିଆ ବ୍ଲକର ୨୧ ପଞ୍ଚାୟତର ୪୫ ଗଁାର ୧୭୩୧ ହେକ୍ଟର ଧାନ, ବୋଲଗଡ଼ ବ୍ଲକର ଗୋଟିଏ ପଞ୍ଚାୟତର ୩ଟି ଗ୍ରାମର ୭ ହେକ୍ଟର, ଟାଙ୍ଗୀ ବ୍ଲକ ୬ଟି ପଞ୍ଚାୟତ ୨୪ ଗ୍ରାମର ୬୬୫ ହେକ୍ଟର ଧାନ ଓ ୫୦ ହେକ୍ଟର ପରିବା, ବାଣପୁର ବ୍ଲକ ଗୋଟିଏ ପଞ୍ଚାୟତର ୪ଟି ଗ୍ରାମର ୧୬ ହେକ୍ଟର ଧାନ, ଭୁବନେଶ୍ୱର ବ୍ଲକର ୬ଟି ପଞ୍ଚାୟତର ୨୧ ଗ୍ରାମର ୮୪୪ ହେକ୍ଟର ଧାନ ଓ ୪୯ ଏକର ପରିବା, ଜଟଣୀ ବ୍ଲକ ୬ ପଞ୍ଚାୟତ ୩୪ଟି ଗ୍ରାମର ୧୫ଶହ ହେକ୍ଟର ଧାନ, ବାଲିଅନ୍ତା ବ୍ଲକର ୧୬ ପଞ୍ଚାୟତ ୨୮ ଗ୍ରାମର ୧୪୦୨ ହେକ୍ଟର ଧାନ ଓ ୨୭ ହେକ୍ଟର ପରିବା ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାଲିପାଟଣା ବ୍ଲକର ୧୩ ପଞ୍ଚାୟତର ୪୨ ଗଁାର ୨୨୧୭ ହେକ୍ଟର ଧାନ ଓ ୧୪୬ ହେକ୍ଟର ପନିପରିବା ନଷ୍ଟ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିପ୍ସ ପ୍ୟାକେଟରେ ଥିବା ଖେଳଣା ହେଲା ବିସ୍ଫୋରଣ: ନାବାଳକଙ୍କ ଆଖି ନଷ୍ଟ, ଥାନାରେ ପହଞ୍ଚିଲେ ମା’ବାପା

ବଲାଙ୍ଗୀର,୧୩।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ଶଗଡ ଘାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନାନୁଯାୟୀ, ଚିପ୍ସ ପ୍ୟାକେଟରେ ଥିବା...

ଭାରତ ସହ ବଡ଼ ଡିଲ୍‌, ଟ୍ରମ୍ପଙ୍କୁ ଝଟ୍‌କା!

ନୂଆଦିଲ୍ଲୀ,୧୩।୧: ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପାଇଁ ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନା ଏବେ ଏକ...

୧୮ରୁ ଶୀତରେ ଲାଗିବ ବ୍ରେକ୍‌

ଭୁବନେଶ୍ୱର,୧୩ା୧: ରାଜ୍ୟର ପୁଣି ଲେଉଟିଛି ଶୀତ। ବିଭିନ୍ନ ସହରରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବା ବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି...

ଅଟୋରେ ଯାଉଥିଲେ ୧୦ ଜଣ ଯାତ୍ରୀ, ଭରସାମ୍ୟ ହରାଇ ଘାଟିରେ ଓଲଟିପଡିଲା ଅଟୋ

ଗୁଣୁପୁର,୧୩।୧ (ସଂକେତ ପାତ୍ର): ରାୟଗଡା ଜିଲା ପୁଟାସିଂ ଥାନା ସିନ୍ଦୁବା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ । ଅଟୋରେ ପ୍ରାୟ ୧୦ ଜଣ...

ଚାଇନା-ପାକିସ୍ତାନକୁ ଚେତାବନୀ ଦେଲା ଭାରତ: ଆମେ ସ୍ବାର୍ଥ ରକ୍ଷା ପାଇଁ…

ନୂଆଦିଲ୍ଲୀ,୧୩।୧: ଭାରତ ପୁଣିଥରେ ଶାକ୍ସଗାମ ଉପତ୍ୟକା ସମ୍ପର୍କରେ ଚାଇନା ଏବଂ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇଛି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପୁନର୍ବାର କହିଛନ୍ତି,...

ସମସ୍ୟା ଦୂର ପାଇଁ ପ୍ରତିଶ୍ରୁତି ଦେଲେ ବିଡିଓ: ଭଲ ଶିକ୍ଷାଦାନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୩।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡ଼ି ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଦ୍ୟାଳୟର...

ପର୍ବପର୍ବାଣୀରେ ଛୁଟି ପାଉନାହାଁନ୍ତି ପୋଲିସ, ଜିଲାକୁ ମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ରହୁଥିବାରୁ…ସରକାରଙ୍କୁ ତେର୍ଚ୍ଛାବାଣ ମାରିଲେ କିରାଣୀ

ପାଟଣା,୧୩।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ହାଇସ୍କୁଲର କିରାଣୀ, ଭାଷ୍ୟକାର ତଥା ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ସଚିଦାନନ୍ଦ ମହାକୁଡ଼ ସୋମବାର...

୧୭ ଯାଏଁ ଶୀତ!: ୧୮ରୁ ବଢ଼ିବ

ଭୁବନେଶ୍ୱର,୧୩।୧: ରାଜ୍ୟରେ ୧୭ ତାରିଖ ଯାଏଁ ଜାରି ରହିବ ଶୀତ। ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ପଶ୍ଚିମାଝଡ଼ ପ୍ରଭାବରେ ୧୮ରୁ ତାପମାତ୍ରା ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri