କେଉଁଠି ଅଧିକ, କେଉଁଠି ଅଭାବ: ଶିକ୍ଷକ ନିଯୁକ୍ତି ଭେଳିକି…

Teacher Recruitment

ଧାମନଗର,୧୮।୮(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ବିଭିନ୍ନ ବିଦ୍ୟାଳୟରେ ସମାନ୍ତରାଳ ଭାବେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। କେଉଁଠି ଆବଶ୍ୟକତାଠାରୁ ଅଧିକ ଅଛନ୍ତି ତ ଆଉ କେଉଁଠି ଶିକ୍ଷକ ଅଭାବ ଦେଖାଯାଇଛି। ଫଳରେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଉଛି।

ବ୍ଲକରେ ମୋଟ ୨୮୩ ସ୍କୁଲ ମଧ୍ୟରୁ ୧୮୮ଟି ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ୱାରା ରେସନାଲାଇଜେଶନରେ ଅନ୍ତର୍ଭୁକ୍ତ। ସେଥିମଧ୍ୟରୁ ୧ମରୁ ୫ମ ପର୍ଯ୍ୟନ୍ତ ୧୦୬ ବିଦ୍ୟାଳୟ, ପ୍ରଥମରୁ ସପ୍ତମ ୧୫ଟି, ୧ମରୁ ୮ମ ପର୍ଯ୍ୟନ୍ତ ୪୮ ଏବଂ ୧ମରୁ ୧୦ମ ପର୍ଯ୍ୟନ୍ତ ୧୯ଟି ବିଦ୍ୟାଳୟ ଅଛି। ୧୮୮ ବିଦ୍ୟାଳୟକୁ ୧୯ଟି ଆଞ୍ଚଳିକ ସାଧନ କେନ୍ଦ୍ର (କ୍ଲଷ୍ଟର)ରେ ଭାଗ କରାଯାଇଛି। ମାତ୍ର ସରକାରଙ୍କ ନିୟମ ଅନୁଯାୟୀ ଭିନ୍ନ ଭିନ୍ନ ପ୍ରକାରର ଛାତ୍ର ଓ ଶିକ୍ଷକଙ୍କ ଅନୁପାତ ଅନୁସାରେ ୭୫୮ ଶିକ୍ଷକଙ୍କ ସ୍ଥାନରେ ଅଛନ୍ତି ୬୬୮। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୦୬ ବିଦ୍ୟାଳୟ ମଧ୍ୟରୁ ବ୍ରହ୍ମପୁର ଉ.ପ୍ରା. ବିଦ୍ୟାଳୟରେ ୨୬ ପିଲା ଥିବାବେଳେ ତାଂପଳା ପ୍ରାଥମିକ ବିଦ୍ୟାଳୟରେ ୫୨, ଡିଲୋ ପ୍ରାଇମେରୀରେ ୫୩, ଇଟୁଆ ପ୍ରାଇମେରୀରେ ୨୮, କୋରକଦା ପ୍ରାଇମେରୀରେ ୪୫, ଦେଉଳିଡିହି ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟରେ ୩୬, ମଠସାହି ପ୍ରାଥମିକ ବିଦ୍ୟାଳୟରେ ୪୪, ମୁହାଣପଡ଼ା ପ୍ରାଇମେରୀରେ ୬୪, ଇଟାପାଳ ପ୍ରାଇମେରୀରେ ୪୩ ଏବଂ ଖଳାଗ ପ୍ରୋଜେକ୍ଟ ପ୍ରାଇମେରୀରେ ୫୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏହି ୧୦ ବିଦ୍ୟାଳୟରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି। କିନ୍ତୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୩୦ ବିଦ୍ୟାଳୟରେ ୩୦ରୁ କମ୍‌ ପିଲା ଥିବାବେଳେ ପ୍ରାୟ ୨ ଜଣ ଲେଖାଏ ଶିକ୍ଷକ ଅଛନ୍ତି। ଏପରିକି ୨୩ ପିଲା ସଂଖ୍ୟା ଥିବା ସ୍କୁଲରେ ୩ଜଣ ଶିକ୍ଷକ ଥିବା ଜଣାପଡ଼ିଛି। କିନ୍ତୁ ମୁହାଣପଡ଼ା ପ୍ରାଥମିକ ସ୍କୁଲରେ ୬୪ ପିଲାଙ୍କୁ ଜଣେ ଶିକ୍ଷକ ନିଯୁକ୍ତ।

ତଥ୍ୟ ଅନୁସାରେ ବ୍ଲକର ୧ମରୁ ୫ମ ପର୍ଯ୍ୟନ୍ତ ମୋଟ ୧୦୬ଟି ବିଦ୍ୟାଳୟରେ ପିଲା ସଂଖ୍ୟା ୧୨୩୫୭। କେବଳ ୬ଷ୍ଠ ଓ ୭ମରେ ୭୯୯ ଓ ୬ଷ୍ଠରୁ ୮ମ ପର୍ଯ୍ୟନ୍ତ ୫୬୫୨ ଛାତ୍ରୀଛାତ୍ରା। ତେବେ ବ୍ଲକର ମୋଟ ଛାତ୍ରୀଛାତ୍ର ସଂଖ୍ୟା ୧୮,୮୦୭ ା ପନ୍ଦରବାଟିଆ, ପତ୍ରିସାହି, ହରିଅଂଶ, ଶ୍ରୀଗଙ୍ଗା, ଡିଲୋ ଶାସନ, ତୋର ବନ୍ତିଆ, ବାରବିଲ, ବାଲିପଡ଼ା, ପଛାଲୋ, ସୂର୍ଯ୍ୟପୁର, ପାଟୁଳି, କଲ୍ୟାଣି ଆଦି ସ୍କୁଲରେ ଜଣେ, ଦୁଇ, ତିନିଜଣ କରି ମୋଟ ୧୯ଜଣ ଶିକ୍ଷକ ଅଧିକ ଥିବାବେଳେ ଫଳପୁର ସ୍କୁଲରେ ୧ମରୁ ୮ମ ପର୍ଯ୍ୟନ୍ତ ୧୩୪ ପିଲାଙ୍କୁ ୭ ଜଣ ଶିକ୍ଷକ ଅର୍ଥାତ୍‌ ୨ ଜଣ ଅଧିକ ଅଛନ୍ତି। କିନ୍ତୁ ପାଖରେ ଥିବା ଜୟକିଷାନ ସ୍କୁଲରେ ୧୨୫ ପିଲା ଥିବାବେଳେ ୪ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅନୁଯାୟୀ ଆବଶ୍ୟକ ଶିକ୍ଷକ ନାହାନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ବିଇଓ କୈଳାସ ଜେନା କହିଛନ୍ତି, ଆଗରୁ ଏହି ଶିକ୍ଷକମାନେ ନିଯୁକ୍ତି ପାଇଛନ୍ତି। ସମାନ୍ତରାଳ ଭାବେ ଶିକ୍ଷକ ନିଯୁକ୍ତି ପାଇଁ ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ଆବଶ୍ୟକ। ଜିଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଲେ ସେମାନଙ୍କ ବଦଳି କିମ୍ବା ଡେପୁଟେଶନରେ ପଠାଯାଇ ପାରିବ। ତେବେ ଏ ଦିଗରେ ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri