Posted inଫୁରସତ

ଆଜାଦୀର ମହୋତ୍ସବ

ଆସନ୍ତାକାଲି ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେବ ଆଜାଦୀର ଅମୃତ ମହୋତ୍ସବ। ଦେଶର ପ୍ରତିଟି ଘରେ ଫରଫର ହୋଇ ଉଡ଼ିବ ତ୍ରିରଙ୍ଗା । ତେବେ ଏହି ବିଶେଷ
ଦିବସକୁ ସ୍ମରଣୀୟ କରିବା ଲାଗି ଭାରତବର୍ଷର ବିଭିନ୍ନ
ସ୍ଥାନରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା…

ସ୍ବାଧୀନ ଭାରତର ନାଗରିକ ଭାବେ ଆମେ ସମସ୍ତେ ଗର୍ବିତ। ଏହି ଆନନ୍ଦର ମୁହୂର୍ତ୍ତକୁ ଆସନ୍ତାକାଲି ପୂରୁଛି ୭୫ବର୍ଷ, ଯାହାକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ସାରା ଦେଶ ଏବେ ଉତ୍ସବମୁଖର । ତେବେ ଏହି ଅବସରକୁ ସ୍ମରଣୀୟ କରିବାକୁ କ’ଣ ରହିଛି ଯୁବପିଢ଼ିଙ୍କ ପ୍ଲାନିଂ, ସେ ସମ୍ପର୍କରେ ବିଶେଷ ଉପସ୍ଥାପନା…
ସମୂହ ରାଷ୍ଟ୍ରଗାନ ସହ ଜାଳିବୁ ଦୀପ
ଲୋହିତ ମହାପାତ୍ର (ଗୋଡ଼ିପଡ଼ା, ଖୋର୍ଦ୍ଧା)- ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆମ ଗ୍ରାମର ଯୁବକ ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘର୍‌ ଘର୍‌ ତ୍ରିରଙ୍ଗା ଅଭିଯାନର ବାର୍ତ୍ତା ଦେଇଛନ୍ତି। ଏହି ଅଭିଯାନରେ ସାମିଲ ହେବା ଲାଗି ଆମ ସଂଘ ପକ୍ଷରୁ ଗ୍ରାମରେ ପ୍ରତି ଘରେ ଘରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ସଚେତନ କରାଯାଇଛି। ସ୍ବାଧୀନତା ଦିବସରେ ଅମର ଶହୀଦଙ୍କ ଉଦ୍ଦେଶ୍ୟରେ ନିଜ ଠାକୁର ଘରେ ଦୀପ ଜାଳିବାକୁ ଆହ୍ବାନ ଦିଆଯାଇଛି। ଚଳିତବର୍ଷ ସ୍ବାଧୀନତା ଦିବସକୁ ସ୍ମରଣୀୟ କରିବା ଲାଗି ବହୁ ଯୋଜନା ହାତକୁ ନିଆଯାଇଛି। ଗ୍ରାମବାସୀଙ୍କ ଦ୍ୱାରା ସମୂହ ରାଷ୍ଟ୍ରଗାନ କରାଯିବା ସହ ସନ୍ଧ୍ୟାରେ ମନ୍ଦିରରେ ୭୫ ପ୍ରଦୀପ ପ୍ରଜ୍ବଳନ କରାଯିବ।
ସାମୂହିକ ତ୍ରିରଙ୍ଗା ଶୋଭାଯାତ୍ରା କରୁଛୁ
ତାରା ପ୍ରସାଦ ଦାଶ (ପୁରୀ)- ଆଜି ଆମେ ସ୍ବାଧୀନ ଭାରତର ନାଗରିକ ବୋଲି ଆନନ୍ଦିତ। ତେଣୁ ଆମ ଗର୍ବ ଆଉ ଗୌରବର ପ୍ରତୀକ ତ୍ରିରଙ୍ଗାକୁ ସ୍ବତନ୍ତ୍ରତାର ଅମୃତ ମହୋତ୍ସବ ଅବସରରେ ପୁରୀରେ ତିନିଦିନ ଧରି ସାମୂହିକ ଶୋଭାଯାତ୍ରା ଆୟୋଜନ କରିଥିଲୁ। ସୋମବାର ୭୬ତମ ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ ପରେ ମିଷ୍ଟାନ୍ନ ବଣ୍ଟନ, ଭୋଜିଭାତ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରିଛି। ସର୍ବୋପରି ବ୍ୟାପକ ଚାରାରୋପଣ ଓ ଭାରତ ମାତାର ପୂଜନ ଉତ୍ସବ ଆୟୋଜନ କରିଛୁ।
ସ୍ବାଧୀନତା ଦିବସରେ କରିବୁ ବୃକ୍ଷରୋପଣ
ଆଶିଷ ବିଭୁରେନ୍ଦ୍ର ଛୋଟରାୟ (ଭାଲିଆବାଡ଼ି, ଖୋର୍ଦ୍ଧା)- ପ୍ରତିବର୍ଷ ସ୍ବାଧୀନତା ଦିବସକୁ ଆଡ଼ମ୍ବର ସହକାରେ ପାଳନ କରୁ। କୋଭିଡ୍‌ କଟକଣା ଯୋଗୁ ଦୁଇ ବର୍ଷ ଫିକା ପଡ଼ିଥିଲା। ଚଳିତବର୍ଷ ଆଜାଦୀ କା ଅମୃତ ମହୋତ୍ସବକୁ ଧୁମ୍‌ଧାମରେ ପାଳନ କରିବା ପାଇଁ ଗ୍ରାମର ସମସ୍ତ ଯୁବକ ମିଶି ଅନେକ ଯୋଜନା କରିଛୁ। ଘର୍‌ ଘର୍‌ ତ୍ରିରଙ୍ଗା ଅଭିଯାନରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ସହ ସମୂହ ରାଷ୍ଟ୍ରଗାନ ଆୟୋଜନ କରାଉଛୁ। ୭୬ତମ ସ୍ବାଧୀନତା ଦିବସ ଅବସରରେ ୭୫ଟି ଦୀପ ଜାଳି ଜାତୀୟ ପତାକା ଉତ୍ତୋଳନ କରିବୁ। ପରିବେଶ ସୁରକ୍ଷା ନିମନ୍ତେ ଚାରାରୋପଣ କରାଯିବାର ବିଶେଷ ଯୋଜନା ରଖିଛୁ। ଏହା ବ୍ୟତୀତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଜନା ରହିଛି।
ବୀର ଶହୀଦମାନଙ୍କ ପାଇଁ
ଦୀପ ପ୍ରଜ୍ୱଳନ କରିବୁ
ରୋଜାଲିନ୍‌ ପଣ୍ଡା (ପୁରୀ)- ଆମର ଜନ୍ମ ଏହି ସ୍ବାଧୀନ ଭାରତରେ ହୋଇଥିବାରୁ ଆମେ ଭାଗ୍ୟବାନ୍‌। ପ୍ରତିବର୍ଷ ଆମେ ଏହି ଦିନକୁ ପାଳନ କରିଆସୁଛୁ ସତ, ହେଲେ ଏଥର ସେଲିବ୍ରେଶନ୍‌ କେବଳ ସ୍କୁଲ୍‌, କଲେଜ କିମ୍ବା କୌଣସି ଅନୁଷ୍ଠାନରେ ସୀମିତ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଭାରତର ପ୍ରତିଟି ଘରେ ଏହା ପାଳନ ହେବ। ଆମେ ବି ଘରେ ୩ଦିନ ତ୍ରିରଙ୍ଗା ଉଡ଼ାଉଛୁ। କାଲି ସପରିବାର, ବନ୍ଧୁବର୍ଗ ଓ ସମ୍ପର୍କୀୟ ମିଶି ଛାତ ଉପରେ ପତାକା ଉତ୍ତୋଳନ କରି ପ୍ରଥମ ଥର ପାଇଁ ଏକାଠି ଜାତୀୟ ସଂଗୀତ ଗାନକରିବୁ। ଦେଶ ପାଇଁ ବଳିଦାନ ଦେଇ ଆମକୁ ସ୍ବତନ୍ତ୍ରତାର ସ୍ବାଦ ଚଖାଇଥିବା ବୀର ଶହୀଦମାନଙ୍କ ପାଇଁ ଦୀପ ପ୍ରଜ୍ୱଳନ କରିବୁ। ସଂଧ୍ୟାରେ ସାହିପଡ଼ିଶା ପିଲାମାନଙ୍କୁ ନେଇ ନୃତ୍ୟସଂଗୀତ କାର୍ଯ୍ୟକ୍ରମ କରିବୁ।
ସୋସିଆଲ ମିଡିଆରେ
ଦେବୁ ଶହୀଦଙ୍କ ଡକ୍ୟୁମେଣ୍ଟାରି
ଆଦିତ୍ୟ ମହାରଣା (ଗୁରୁଜଙ୍ଗ, ଖୋର୍ଦ୍ଧା)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ୨୦ରୁ ଊଦ୍ଧର୍‌ବ ଯୁବକଙ୍କୁ ନେଇ ଅମୃତ ମହୋତ୍ସବ ସମିତି ଗଠନ କରାଯାଇଛି। ଏହା ମାଧ୍ୟମରେ ବହୁ କାର୍ଯ୍ୟକ୍ରମ ଜାରି ରହିଛି। ଘର୍‌ ଘର୍‌ ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ଲାଗି ଆହ୍ବାନ କରାଯାଉଛି। ଏହିଦିନ ପାଇଁ ଆମର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ଆମେ ଅମର ଶହୀଦଙ୍କ ସମ୍ପର୍କରେ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପ୍ରସାର ପ୍ରଚାର କରିବୁ। ଏହି ବିଶେଷ ଦିନରେ ଚାରାରୋପଣ ସହ ଭାରତ ମାତା ପୂଜନ ଉତ୍ସବ ବି କରାଯିବ।

 

ସ୍ବାଧୀନତା ଦିବସରେ
ଅସହାୟଙ୍କୁ ଖାଦ୍ୟ ବଣ୍ଟନ
ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ସ୍କୁଲ, କଲେଜଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସଭିଏଁ ପ୍ରସ୍ତୁତ। କିନ୍ତୁ ଏଭଳି କିଛି ସଙ୍ଗଠନ ରହିଛନ୍ତି, ଯେଉଁମାନେ ସ୍ବାଧୀନତା ଦିବସକୁ ଅଭିନବ ଢଙ୍ଗରେ ପାଳନ କରୁଛନ୍ତି। ଏଥିରୁ ବାଦ୍‌ପଡ଼ିନି ବ୍ରହ୍ମପୁର ସହରର କାହ୍ନା ଚାରିଟେବୁଲ ଟ୍ରଷ୍ଟ। ଏହି ସଂଘ ପ୍ରତି ସ୍ବାଧୀନତା ଦିବସକୁ ନିଆରା ଢଙ୍ଗରେ ପାଳନ କରିଥାଏ। ଚଳିତ ଥର ଟ୍ରଷ୍ଟ ପକ୍ଷରୁ ପ୍ରାୟ ୫୦୦ ଜଣ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ରହିଥିବା ଟ୍ରଷ୍ଟର ସଭାପତି ରଞ୍ଜନା ମିଶ୍ର କହିଛନ୍ତି। ଏହି ଦିନ ସ୍ବାଧୀନତା ଦିବସ ପତାକା ଉତ୍ତୋଳନ ସହ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ସେ କହିଛନ୍ତି। ପ୍ରତି ବର୍ଷ ଭଳି ଏଥର ବି ଟ୍ରଷ୍ଟ ପକ୍ଷରୁ ସ୍ବାଧୀନତା ଦିବସ ଅବସରରେ ବସ୍ତ୍ର ବଣ୍ଟନ ସହ ବୟସ୍କ ଲୋକଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ ବୋଲି ସଭାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri