କ୍ରୀଡ଼ାକୁ ପ୍ରୋତ୍ସାହନ: ଖୁବ୍‌ଶୀଘ୍ର ଆସିବ ନୂଆ କ୍ରୀଡ଼ା ନୀତି

ଭୁବନେଶ୍ୱର, ୧୯।୭(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ନୂତନ କ୍ରୀଡ଼ା ନୀତି (ସ୍ପୋର୍ଟସ୍‌ ପଲିସି) ଆସିବ। ଏଥିପାଇଁ ଚିଠା ନୀତି ପ୍ରସ୍ତୁତି ଚାଲିଛି। କ୍ରୀଡ଼ା ଓ କ୍ରୀଡ଼ା ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ଦେବା ସକାଶେ ଏଭଳି ପ୍ରଥମ ଥର ପାଇଁ ଏକ ସ୍ପୋର୍ଟସ୍‌ ପଲିସି ପ୍ରସ୍ତୁତ କରାଯାଉଛି ବୋଲି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି। ଶୁକ୍ରବାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବେଳେ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏବେ ସୁଦ୍ଧା କୌଣସି କ୍ରୀଡ଼ା ନୀତି ନାହିଁ। ଜାତୀୟ କ୍ରୀଡ଼ା ନୀତି-୨୦୦୧ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି। ଏହି ପଲିସିରେ ୪୭ଟି କ୍ରୀଡ଼ାକୁ ଅନ୍ତର୍ଭୁକ୍ତ କରାଯାଇଛି। ଓଡ଼ିଶାରେ ୩୯ଟି ଅନ୍ତର୍ଭୁକ୍ତ ହୋଇଛି। ସେଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ‘ଏ’ ବର୍ଗରେ ୬ଟି କ୍ରୀଡ଼ା ଯଥା ଆଥ୍‌ଲେଟିକ୍‌, ଧନୁଚାଳନା, କ୍ରିକେଟ, ଫୁଟବଲ୍‌, ହକି ଏବଂ ଭାରୋତ୍ତୋଳନକୁ ସାମିଲ କରାଯାଇଛି। ସେହିପରି ‘ବି’ ବର୍ଗରେ ବ୍ୟାଡ୍‌ମିଣ୍ଟନ, ବାସ୍କେଟବଲ, ବକ୍ସିଂ, ଚେସ୍‌, ସାଇକେଲିଂ, ଜିମ୍‌ନାଷ୍ଟିକ୍‌, ଜୁଡୋ, କବାଡୀ, ଖୋ ଖୋ, କରାଟେ, ସୁଇମିଂ, ଟେନିସ୍‌, ଟେବୁଲ୍‌ ଟେନିସ୍‌, ଟାଏକୋଣ୍ଡୋ, ଭଲିବଲ୍‌ ଏବଂ ରେସ୍‌ଲିଂ ଅନ୍ତର୍ଭୁକ୍ତ। ‘ସି’ ବର୍ଗରେ ୧୦ଟି ଏବଂ ‘ଡି’ ବର୍ଗରେ ୭ଟି ଖେଳକୁ ଅନ୍ତର୍ଭୁକ୍ତ କରାଯାଇଛି। ବିଜେଡି ସଭ୍ୟ ଭୁପିନ୍ଦର ସିଂହ ରାଜ୍ୟରେ ଖେଳକୁ ପ୍ରୋତ୍ସାହନ ଦେବା ପାଇଁ ସରକାର କାହିଁକି ସ୍ପୋର୍ଟସ୍‌ ପଲିସି କରୁ ନାହାନ୍ତି ବୋଲି ପଚାରିଥିଲେ। ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ କହିଥିଲେ, ସରକାର ଅବକାରୀ ପାଇଁ ପଲିସି କରୁଛନ୍ତି। ମାତ୍ର କ୍ରୀଡ଼ା ପାଇଁ ହେଉନି। ପାରମ୍ପରିକ ଖେଳପ୍ରତି ସରକାର ଅଧିକ ଧ୍ୟାନ ଦେବା ଦରକାର। ଭାଜପା ସଦସ୍ୟ ଶଙ୍କର ଓରାମ, ଜୟନାରାୟଣ ମିଶ୍ର, କୁସୁମ ଟେଟେ ଏବଂ ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ ପ୍ରମୁଖ ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉ ନ ଥିବାର ଅଭିଯୋଗ କରିଥିଲେ। ଓଡ଼ିଶାରେ ଯେତେ କ୍ରୀଡ଼ା ଛାତ୍ରାବାସ ରହିଛି ସେଠାରୁ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହୋଇପାରୁ ନାହାନ୍ତି। କ୍ରୀଡ଼ା ସଂଗଠନଗୁଡିକରେ ଅଣ ଖେଳାଳିମାନଙ୍କୁ ସଭାପତି ଓ ସମ୍ପାଦକ କରାଯାଇଛି। ସେମାନଙ୍କ ସ୍ଥାନରେ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ଙ୍କୁ ନିଯୁକ୍ତି ଦେବା ଦରକାର। ଓଡ଼ିଶାରେ କେତେ ଖେଳାଳି ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଅନ୍ତର୍ଜାତୀୟ ଖେଳରେ ସାମିଲ ହୋଇଛନ୍ତି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ କେତେ ଖେଳାଳି ଅଛନ୍ତି ଏ ନେଇ କୌଣସି ସର୍ଭେ କରାଯାଇ ନାହିଁ। ଜାତୀୟ ଓ ଅନ୍ତର୍ଜାତୀୟ ପଦକ ବିଜେତାଙ୍କୁ ଓଡ଼ିଶା ପୋଲିସରେ ଚାକିରି ଦିଆଯାଉଛି। ଏ ପର୍ଯ୍ୟନ୍ତ ୯୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଓଏମ୍‌ସିରେ ଦୂତୀ ଚାନ୍ଦ ଏବଂ ଓଏଚ୍‌ପିସିରେ ଶ୍ରାବଣୀ ନନ୍ଦଙ୍କୁ ଚାକିରି ଦିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ନାମାଙ୍କନପତ୍ର ଦାଖଲ କଲେ ନବକୁମାର, ସରୋଜ

ବୌଦ୍ଧ,୨ା୫(ଅଜିତ କୁମାର ବାରିକ): ବୌଦ୍ଧ କଂଗ୍ରେସ ପକ୍ଷରୁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ଏବଂ ବୌଦ୍ଧ କଂଗ୍ରେସ ପ୍ରାର୍ଥୀ ନବକୁମାର...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କଲେ ନବୀନ

ଭୁବନେଶ୍ୱର,୨ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ତାଙ୍କର ନାମାଙ୍କନପତ୍ର...

ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କଟକ,୨।୫(କାର୍ତ୍ତିକ ସାହୁ): ଚାଉଳିଆଗଞ୍ଜ ଦୁର୍ଗାମଣ୍ଡପ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି,...

ଲିଙ୍ଗରାଜରୁ ଖୋର୍ଦ୍ଧା ଯାଏ ଦୌଡିଲେ ମନ୍ମଥ

ଭୁବନେଶ୍ୱର,୨।୫: ଭୁବନେଶ୍ୱର ଲୋକ ସଭା ଆସନରୁ ବିଜୁ ଜନତା ଦଳ(ବିଜେଡି)ର ପ୍ରାର୍ଥୀ ମନ୍ମଥ ରାଉତରାୟ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା...

ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଧର୍ମେନ୍ଦ୍ର, ଅପରାଜିତା,ମନ୍ମଥ, ଅରୁପ

ଭୁବନେଶ୍ୱର,୨।୫: ଲୋକ ସଭା ନିର୍ବାଚନ ପାଇଁ ଗୁରୁବାର ୪ ହେଭିଓ୍ବେଟ ନେତା ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱର ଲୋକ...

ଦ୍ୱିତୀୟ ନିର୍ବାଚନ କ୍ଷେତ୍ର କଣ୍ଟାବାଞ୍ଜିରୁ ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟାକ ଗୁରୁବାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ପ୍ରାଥିପତ୍ର ଦାଖଲ କରିବେ ବୋଲି ଖବର ରହିଛି। ଏହା ନବୀନଙ୍କ ଦ୍ୱିତୀୟ ନିର୍ବାଚନ କ୍ଷେତ୍ର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri