ଡବ୍ଲ୍ୟୁଓଡିସି କାର୍ଯ୍ୟାଳୟ : ପଶ୍ଚିମ ଓଡ଼ିଶା ସ୍ଥାନ୍ତାନ୍ତର ନ ହେବା ନେଇ ଉଦ୍‌ବେଗ

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲ୍ୟୁଓଡିସି)ର ମୁଖ୍ୟାଳୟ ପଶ୍ଚିମ ଓଡ଼ିଶାକୁ ସ୍ଥାନ୍ତାନ୍ତରିତ ହୋଇପାରିଲା ନାହିଁ। ଦକ୍ଷ ଲୋକଙ୍କୁ ଅଧ୍ୟକ୍ଷ କରିବା ବଦଳରେ ହାରିଥିବା ଅଥବା ଦଳୀୟ ଟିକେଟ୍‌ରୁ ବଞ୍ଚିତ ହୋଇଥିବା ନେତାଙ୍କୁ ସେହି ପଦପଦବୀରେ ଥଇଥାନ କରାଯାଉଛି। ପରିଷଦକୁ ଅଧିକ ପରିମାଣରେ ଅର୍ଥ ଦିଆଯାଉ ନାହିଁ ବୋଲି ଯୋଜନା ଓ ସଂଯୋଜନା ବିଭାଗ ଖର୍ଚ୍ଚଦାବି ଆଲୋଚନା ସମୟରେ ଏକାଧିକ ସଦସ୍ୟ ମତ ରଖିଥିଲେ। ସେହିପରି ବିଧାୟକମାନଙ୍କୁ ମିଳୁଥିବା ହାତପାଣ୍ଠିକୁ କୋଟିଏ ଟଙ୍କାରୁ ବୃଦ୍ଧି କରାଯାଇ ଅନୂ୍ୟନ ୨କୋଟି କିମ୍ବା ୫ କୋଟି କରାଯାଉ ବୋଲି ମତ ପ୍ରକାଶ ପାଇଛି।
ଆଲୋଚନାକୁ ଆରମ୍ଭ କରି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଥିଲେ ଯେ, ବିଜୁ କେବିକେ ଯୋଜନାର ଅନୁଦାନ ୧୨୦ କୋଟିରୁ ୧୫୦ କୋଟି ଟଙ୍କାକୁ ବୃଦ୍ଧି କରାଯାଉ। ସେହିପରି ସ୍ବତନ୍ତ୍ର ଉନ୍ନୟନ ପାଣ୍ଠିର ଅନୁଦାନ ବୃଦ୍ଧି ପାଇଁ ସାମଲ ମତ ରଖିଥିଲେ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ଯୋଜନା ଓ ସଂଯୋଜନା ବିଭାଗରେ ପ୍ରକୃତ କାର୍ଯ୍ୟ ଅପେକ୍ଷା କାଗଜପତ୍ର କାମ ଅଧିକ କରାଯାଉଛି। ହୀରାକୁଦ ବିସ୍ଥାପିତଙ୍କୁ ଏ ଯାଏ ଥଇଥାନ କରାଯାଇ ପାରିଲା ନାହିଁ। ସ୍ଥିର ସରକାର ଥାଇ ଏପରି ନ ହୋଇପାରିବା ଦୁର୍ଭାଗ୍ୟଜନକ। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କଥା ସେମିତି ଶୁଣିଆସୁଛୁ, ହେଲେ ପ୍ରକଳ୍ପ କାର୍ଯ୍ୟ ସରୁ ନାହିଁ। ରେଳପଥ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ହୋଇପାରୁ ନାହିଁ, ତେଣୁ କି ବିଭାଗ ଇଏ ବୋଲି ନରସିଂହ ପ୍ରଶ୍ନ କରିଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ପଶ୍ଚିମ ଓଡ଼ିଶାକୁ ସ୍ଥାନ୍ତାନ୍ତରିତ ନ ହେବା ନେଇ ସେ ଉଦ୍‌ବେଗ ମଧ୍ୟ ପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାକୁ ନରସିଂହ ସମାଲୋଚନା କରିବା ସହ ପ୍ରକଳ୍ପ ବାବଦକୁ ନିର୍ଦ୍ଦିଷ୍ଟ ବ୍ୟୟବରାଦ ରଖିବା ପାଇଁ କହିବା ସହ ତାହାକୁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ବଣ୍ଟନ ପାଇଁ ନରସିଂହ ମତ ରଖିଥିଲେ। ବିଜେଡି ବିଧାୟକ ପ୍ରମୋଦ ମଲ୍ଲିକ ଡବ୍ଲ୍ୟୁଓଡିସିର ମୁଖ୍ୟାଳୟ ନେଇ ସହମତି ହେବା ଉପରେ ଗୁରୁତ୍ୱ ଦେଇଥିଲେ। ନୃସିଂହ ସାହୁ କେତେକ ପ୍ରସ୍ତାବ ରଖିବା ସହ ରାଜ୍ୟ ସରକାରଙ୍କ ଯୋଜନାକୁ ପ୍ରଶଂସା କରିଥିଲେ। ଏହା ପରେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ କହିଥିଲେ ଯେ, ଉପକୂଳ ଓଡ଼ିଶାର ଗୋଟିଏ ଗୋଟିଏ ଜିଲାର ବଜେଟ ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବଜେଟ ସମାନ ରହୁଛି। ସହଜରେ ପରିଷଦ ଅର୍ଥକୁ ବାଟମାରଣା କରାଯାଉଛି। ବିଧାୟକ ନ ଚାହିଁଲେ ବି ଠିକାଦାରଟିଏ ଅର୍ଥ ମଞ୍ଜୁର କରେଇ କାର୍ଯ୍ୟ ହାସଲ କରିପାରୁଛି ବୋଲି ଅଧିରାଜ କହିଥିଲେ। ଏହା ପରେ ମୀନାକ୍ଷୀ ମହନ୍ତ, ମୌଷଧୀ ବାଗ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ। ଏହା ପରେ କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ, କୌଣସି ଯୋଜନା ଗାଇଡଲାଇନ ଅନୁଯାୟୀ କାର୍ଯ୍ୟକାରୀ ହେଉନାହିଁ। ଡବ୍ଲ୍ୟୁଓଡିସି ସରକାରୀ ଦଳର ଥଇଥାନ କେନ୍ଦ୍ର ପାଲଟିଛି। ସରକାର ସେଠି ଦକ୍ଷ ଲୋକଙ୍କୁ ନିଯୁକ୍ତି କରନ୍ତୁ ବୋଲି ସାଲୁଜା ମନ୍ତବ୍ୟ ରଖିଥିଲେ। ଏହା ପରେ ଅନନ୍ତ ଦାସ କିଛି ପ୍ରସ୍ତାବ ରଖିବା ସହ ବିଧାୟକ ପାଣ୍ଠି ବୃଦ୍ଧି ନେଇ ମତ ରଖିଥିଲେ। ପରେ ପଏଣ୍ଟ ଅଫ୍‌ ଅର୍ଡର ଜରିଆରେ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, ଯାଜପୁର ଜିଲାର ନଗଡା ପରି ଅବିଭକ୍ତ କୋରାପୁଟ ଏବଂ ଗଜପତି ଜିଲାରେ ଅନେକ ଗାଁ ରହିଛି। ସେଠାରେ ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ ହୋଇପାରୁ ନାହିଁ। ଆଜିର ସମୟରେ ବାର୍ଷିକ କୋଟିଏ ଟଙ୍କା ବିଧାୟକ ପାଣ୍ଠି ବାବଦରେ କିଛି ନୁହେଁ, ତେଣୁ ଏହାକୁ ଅନୂ୍ୟନ ୫ କୋଟି ଟଙ୍କାକୁ ବୃଦ୍ଧି କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ

ଭୁବନେଶ୍ୱର ,୧୯।୧୨: ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ ରେକର୍ଡ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ

ଭୁବନେଶ୍ୱର,୧୮।୧୨(ଅନୁରାଧା ମହାରଣା): ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ...

Featured Video Play Icon

୫୨ ବର୍ଷରେ ଧରିତ୍ରୀ

ପାଳିତ ହୋଇଯାଇଛି ଦୈନିକ ଓଡ଼ିଆ ଖବରକାଗଜ ଧରିତ୍ରୀର ୫୨ ତମ ଜନ୍ମ ବାର୍ଷିକୀ ଉତ୍ସବ । ଧରିତ୍ରୀର ପ୍ରତିଷ୍ଠା ଦିବସ ନଭେମ୍ବର ୨୪ରେ ଥିବାବେଳେ ବୁଧବାର...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

ମୋକିମ ବହିଷ୍କାର ବିବାଦ, କଥାହେଲେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର,୧୭।୧୨:  କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଅନେକ ନେତା ମୋକିମ ସପକ୍ଷରେ ବାହାରୁଥିବା ଦେଖାଯାଇଛି । ଏହାରି...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri