ସନ୍ଧ୍ୟା ହେଲେ ଅଜଣା ଭୟରେ ପଡ଼ୁଛି ତାଟିକବାଟ: ସଚେତନ କରିବାକୁ ଅଣ୍ଟା ଭିଡିଲେ ଯୁବ ସରପଞ୍ଚ

କୋକସରା,୨।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ଗତକିଛି ଧରି ରାତିରେ ସନ୍ଦିଗ୍ଧ ବ୍ୟକ୍ତି ମାନେ ବୁଲୁଥିବା ଏବଂ ଚୋରି ଡକାୟତି କରୁଥିବା ନେଇ ବିଭିନ୍ନ ସୋସିଆଲ ମିଡ଼ିଆରେ ଖବର ଭାଇରାଲ ହେଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ଅଜଣା ଭୟ ଦେଖିବାକୁ ମିଳିଛି। କୋକସରା ବ୍ଲକରେ ମଧ୍ୟ ଏହି ଖବରର ପ୍ରଭାବ ଦେଖିବାକୁ ମିଳିଛି। ସନ୍ଧ୍ୟା ପରେ ରାସ୍ତା ଘାଟ ଖାଁ ଖାଁ ଲାଗୁଛି । ଲୋକେ ତାଟି କବାଟ ଦେଇ ଘରେ ରହୁଛନ୍ତି। ଏମିତିକି କୋକସରା ବ୍ଲକର ଅନେକ ପଞ୍ଚାୟତର ଗ୍ରାମ ଗୁଡିକରେ ଯୁବକମାନେ ସଂଘବଦ୍ଧ ହୋଇ ଗ୍ରାମର ସୁରକ୍ଷା ପାଇଁ ଦଳ ଦଳ ହୋଇ ବିଭିନ୍ନ ଗଳି, ଛକ, ରାସ୍ତାରେ ଠେଙ୍ଗା ଧରି ପହରା ଦେଉଛନ୍ତି। ଏସବୁ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଗୁଜବକୁ ବିଶ୍ୱାସ ନକରି କୌଣସି ଅଜଣା କିମ୍ବା ସନ୍ଦିଗ୍ଧ ଲୋକଙ୍କୁ ରାତିରେ ନିଜ ଅଞ୍ଚଳରେ ଦେଖିଲେ ପୋଲିସ ପ୍ରଶାସନକୁ ଖବର କରନ୍ତୁ ବୋଲି ନିଜ ପଞ୍ଚାୟତର ଲୋକଙ୍କୁ ସଚେତନ କରୁଛନ୍ତି ଯୁବ ସରପଞ୍ଚ। କୋକସରା ବ୍ଲକ ମୂଷାପାଲି ପଞ୍ଚାୟତର ଯୁବ ସରପଞ୍ଚ ଅକ୍ଷୟ କୁମାର ନାଏକ ନିଜ ପଂଚାୟତରେ ଗାଁ ଗାଁ ବୁଲି ଏପରି ଭାବେ ଲୋକଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି। ସରପଞ୍ଚଙ୍କ ଏହି ନିଆରା ଉଦ୍ୟମକୁ ପଞ୍ଚାୟତର ଜନସାଧାରଣ ମଧ୍ୟ ସାଧୁବାଦ ଦେଇଛନ୍ତି। ଅନ୍ୟପଟେ ଏନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରାଙ୍କୁ ପଚାରିବାରୁ ପୋଲିସ ମଧ୍ୟ ରାତି ତମାମ ପେଟ୍ରୋଲିଂ କରୁଛ। କୌଣସି ସନ୍ଦିଗ୍ଧ ଲୋକଙ୍କୁ ଦେଖିଲେ ଆଇନକୁ ହାତକୁ ନନେଇ ପୋଲିସକୁ ଖବର ଦେବାପାଇଁ ସଚେତନ କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri