Posted inଜାତୀୟ

ରାଜ୍ୟପାଳଙ୍କୁ ଜେଲ ପଠାଇବାକୁ ଦାବି କଲେ ଉଦ୍ଧବ…

ମୁମ୍ବାଇ,୩୦।୭ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ଶନିବାର ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ଟାର୍ଗେଟ କରିଛନ୍ତି। ଠାକରେ ଅଭିଯୋଗ କରିଛନ୍ତି ଯେ ରାଜ୍ୟପାଳ ମରାଠୀ ଲୋକଙ୍କୁ ଅପମାନିତ କରିଛନ୍ତି ଏବଂ ସେ ଉଦ୍ଦେଶ୍ୟମୂଳକ ଭାବେ ଏହି ବିବୃତ୍ତି ଦେଇଛନ୍ତି। ଶିବସେନା ମୁଖ୍ୟ କହିଛନ୍ତି ଯେ ରାଜ୍ୟପାଳ ସୀମା ଅତିକ୍ରମ କରିଛନ୍ତି। ସେ ନିଜ ପଦବୀକୁ ସମ୍ମାନ ଦେବା ଉଚିତ।

ରାଜ୍ୟପାଳ କେଉଁ ପ୍ରକାରର ବିବୃତ୍ତି ଦେଇଛନ୍ତି, ସେନେଇ ତାଙ୍କୁ ଜେଲକୁ ପଠାଯିବ ଆବଶ୍ୟକ ବୋଲି ଉଦ୍ଧବ କହିଛନ୍ତି। ରାଜ୍ୟପାଳ ମରାଠୀ ଲୋକଙ୍କ ନିକଟରେ କ୍ଷମା ମାଗିବାକୁ ପଡ଼ିବ। ଉଦ୍ଧବ କହିଛନ୍ତି ଯେ ମୁଁ ରାଜ୍ୟପାଳ ପଦରେ ବସିଥିବା କାହାକୁ ଅପମାନିତ କରିବାକୁ ଚାହେଁ ନାହିଁ। ମୁଁ ପଦବୀକୁ ସମ୍ମାନ କରେ କିନ୍ତୁ ରାଜ୍ୟପାଳ ମରାଠୀଙ୍କୁ ଅପମାନିତ କଲେ ଏବଂ ଲୋକମାନଙ୍କର କ୍ରୋଧ ବଢ଼ିବାର ଆଶଙ୍କା ରହିଛି।

ଧର୍ମ ଆଧାରରେ ସମାଜକୁ ବିଭାଜନ କରିବାକୁ ରାଜ୍ୟପାଳ ଚେଷ୍ଟା କରୁଛନ୍ତି। ଉଦ୍ଧବ ଆହୁରି କହିଛନ୍ତି ଯେ ରାଜ୍ୟପାଳ ହେଉଛନ୍ତି ରାଷ୍ଟ୍ରପତିଙ୍କ ଦୂତ। କିନ୍ତୁ ଯଦି ସେ ଭୁଲ କରନ୍ତି ତେବେ ତାଙ୍କ ବିରୋଧରେ କିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ? ସେ ମରାଠୀ ଲୋକ ଏବଂ ସେମାନଙ୍କର ଗୌରବକୁ ଅପମାନିତ କରିଛନ୍ତି।

ରାଜ୍ୟପାଳ ଶୁକ୍ରବାର ମୁମ୍ବାଇର ଅନ୍ଧେରିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମାରୱାଡି ଗୁଜୁରାଟୀ ସମ୍ପ୍ରଦାୟକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ସେମାନେ ଯେଉଁଠାକୁ ଯାଆନ୍ତି ଡାକ୍ତରଖାନା, ବିଦ୍ୟାଳୟ ଇତ୍ୟାଦି ନିର୍ମାଣ କରି ସେହି ସ୍ଥାନର ବିକାଶରେ ସହଯୋଗ କରନ୍ତି। ସେ କହିଛନ୍ତି ଯେ ଯଦି ଗୁଜରାଟୀ ଏବଂ ରାଜସ୍ଥାନବାସୀଙ୍କୁ ମହାରାଷ୍ଟ୍ରରୁ ହଟାଇ ଦିଆଯାଏ, ତେବେ ମହାରାଷ୍ଟ୍ର ପାଖରେ ଆଉ ଟଙ୍କା ରହିବ ନାହିଁ ଏବଂ ମୁମ୍ବାଇକୁ ଭାରତର ଅର୍ଥନୈତିକ ରାଜଧାନୀ କୁହାଯିବ ନାହିଁ।

ମହାରାଷ୍ଟ୍ର ନବନିର୍ମାଣ ସେନା ଅଧ୍ୟକ୍ଷ ରାଜ ଠାକରେ ମଧ୍ୟ ରାଜ୍ୟପାଳଙ୍କ ଅଭିଭାଷଣକୁ ଟାର୍ଗେଟ କରିଛନ୍ତି। ରାଜ ଠାକରେ କହିଛନ୍ତି ଯେ ମରାଠୀ ଲୋକଙ୍କୁ ବୋକା ବନାନ୍ତୁ ନାହିଁ। ଯଦି ଆପଣ ମହାରାଷ୍ଟ୍ରର ଇତିହାସ ବିଷୟରେ କିଛି ଜାଣି ନାହାଁନ୍ତି, ତେବେ ଏହା ବିଷୟରେ କଥାବାର୍ତ୍ତା କରନ୍ତୁ ନାହିଁ। ସେ କହିଛନ୍ତି ରାଜ୍ୟପାଳ ପଦ ଏକ ସମ୍ମାନଜନକ ପଦ, ତେଣୁ ଲୋକମାନେ ଏହା ବିରୋଧରେ କିଛି କହିବେ ନାହିଁ, କିନ୍ତୁ ଆପଣଙ୍କ ବିବୃତ୍ତି ମହାରାଷ୍ଟ୍ରର ଲୋକଙ୍କୁ ଆଘାତ ଦେଇଛି।

ସ୍ପଷ୍ଟୀକରଣ ଦେଇ ରାଜ୍ୟପାଳ କହିଛନ୍ତି ଯେ ମୁମ୍ବାଇ ହେଉଛି ମହାରାଷ୍ଟ୍ରର ଗର୍ବ। ଏହା ମଧ୍ୟ ଦେଶର ଆର୍ଥିକ ରାଜଧାନୀ । ମୁଁ ଗର୍ବିତ ଯେ ରାଜ୍ୟପାଳ ଭାବରେ ଛତ୍ରପତି ଶିବାଜୀ ମହାରାଜ ଏବଂ ମରାଠୀଙ୍କ ସେବା କରିବାର ସୁଯୋଗ ପାଇଛି। ଏହି କାରଣରୁ ମୁଁ ଖୁବ କମ ସମୟ ମଧ୍ୟରେ ମରାଠୀ ଭାଷା ଶିଖିବାକୁ ଚେଷ୍ଟା କଲି । ଗତକାଲି ରାଜସ୍ଥାନ ସମାଜ କାର୍ଯ୍ୟକ୍ରମରେ ମୁଁ ଦେଇଥିବା ବିବୃତ୍ତିରେ ମୋର ମରାଠୀଙ୍କୁ ଅବମାନନା କରିବାର ଉଦ୍ଦେଶ୍ୟ ନଥିଲା। ମୁଁ କେବଳ ଗୁଜୁରାଟୀ ଏବଂ ରାଜସ୍ଥାନୀ ମଣ୍ଡଳ ବ୍ୟବସାୟରେ ଦେଇଥିବା ଅବଦାନ ବିଷୟରେ କହିଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri