Posted inଜାତୀୟ

କମ୍ପ୍ୟୁଟରରେ ମିଛ ପ୍ରମାଣ ଭରିଥିଲା ପୋଲିସ

ଓ୍ବାଶିଂଟନ୍‌/ପୁଣେ,୨୦।୬: ମହାରାଷ୍ଟ୍ରର ବହୁଚର୍ଚ୍ଚିତ ଭୀମା-କୋରେଗାଓଁ ହିଂସା ମାମଲାରେ ପୁଣେ ପୋଲିସ ୧୬ ଜଣ ସାମାଜିକ କର୍ମୀ ଓ ବୁଦ୍ଧିଜୀବୀଙ୍କୁ ଗିରଫ କରିବା ପୂର୍ବରୁ ସେମାନଙ୍କ କମ୍ପ୍ୟୁଟରରେ ମିଥ୍ୟା ଫାଇଲ ପ୍ଲାଣ୍ଟ୍‌ କରିଥିଲା। ସରକାର ଓ ଏକ ଟେକ୍ନୋଲୋଜି ସଂସ୍ଥାର ମିଳିତ ଉଦ୍ୟମରେ ସ୍ବର୍ଗତ ଷ୍ଟାନ୍‌ ସ୍ବାମୀ, ଓ୍ବାରାଓ୍ବାରା ରାଓ, ରୋନା ଓ୍ବିଲ୍‌ସନ ଏବଂ ହାନି ବାବୁଙ୍କ ବିରୋଧରେ ମିଛ ପ୍ରମାଣ ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ପୋଲିସ ହ୍ୟାକର୍ସ ଗ୍ରୁପ୍‌ର ସହାୟତା ନେଇଥିବା ବର୍ତ୍ତମାନ ଆମେରିକୀୟ ଟେକ୍‌ ଫାର୍ମ ‘ସେଣ୍ଟିନେଲ୍‌ ଓ୍ବାନ୍‌’ର ଗବେଷଣାରୁ ଜଣାପଡ଼ିଛି। ଏହାର ଏକ ବିସ୍ତୃତ ରିପୋର୍ଟ ସେଠାକରେ ଜଣାଶୁଣା ପତ୍ରିକା ‘ଓ୍ବାୟର୍ଡ’ରେ ପ୍ରକାଶ ପାଇଛି।
ବ୍ରିଟିଶ ସେନା ପକ୍ଷରୁ ପେଶଓ୍ବାର ଆର୍ମି ବିରୋଧରେ ମାହାର ଦଳିତ ରେଜିମେଣ୍ଟ ଯୁଦ୍ଧରେ ବିଜୟୀ ହୋଇଥିଲା। ୨୦୧୮ ଜାନୁୟାରୀ ୧ରେ ପଶ୍ଚିମ ମହାରାଷ୍ଟ୍ରର ପୁଣେ ନିକଟସ୍ଥ ଭୀମା-କୋରେଗାଓଁରେ ଏହାର ୨୦୦ତମ ବାର୍ଷିକୀ ପାଳନ ଅବସରରେ ଭୀମା କୋରେଗାଓଁ ଗ୍ରାମରେ ଦଳିତ ଓ ମରାଠୀ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ହୋଇଥିଲା। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଥିଲେ।

ଏଥିପାଇଁ ପୂର୍ବରାତିରେ ଏଲ୍‌ଗାର ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବକ୍ତାମାନଙ୍କ ଉତ୍ତେଜକ ଭାଷଣକୁ ପୋଲିସ ଦାୟୀ କରିଥିଲା। ଘଟଣାରେ ସ୍ବର୍ଗତ ଷ୍ଟାନ୍‌ ସ୍ବାମୀ, ଓ୍ବାରାଓ୍ବରା ରାଓ, ରୋନା ଓ୍ବିଲ୍‌ସନ, ହାନି ବାବୁ, ସୁଧା ଭରଦ୍ୱାଜ, ଅରୁଣ ଫେରେଇରା, ଅରୁଣ ଗୋନ୍‌ସାଲ୍‌ଭେସ୍‌, ଆନନ୍ଦ ତେଲ୍‌ତୁମ୍ବଡେ, ଗୌତମ ନଭ୍‌ଲଖା, ଭେରନୋନ ଗୋନ୍‌ସାଲ୍‌ଭେସ୍‌ଙ୍କ ସମେତ ୧୬ ଜଣଙ୍କୁ ପୁଣେ ପୋଲିସ ଗିରଫ କରିଥିଲା। ପରେ ଘଟଣାର ତଦନ୍ତ ଭାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ନେଇଥିଲା। ଏନ୍‌ଆଇଏ ସମସ୍ତ ଅଭିଯୁକ୍ତଙ୍କ ନାମରେ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ବଳରେ ମାମଲା ରୁଜୁ କରିଥିଲା। ସେମାନେ କେନ୍ଦ୍ର ସରକାରଙ୍କ ପତନ ପାଇଁ ଷଡ଼ଯନ୍ତ୍ର କରିଥିବା ଏନ୍‌ଆଇଏ ଅଭିଯୋଗ ଆଣିଥିଲା। ଏପରି କି ଅଭିଯୁକ୍ତମାନେ ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ମଧ୍ୟ କୁହାଯାଇଥିଲା। ଗିରଫଙ୍କ ମଧ୍ୟରୁ କେତେଜଣ ସିପିଆଇ (ମାଓବାଦୀ)ର ସକ୍ରିୟ ସଦସ୍ୟ ଥିଲେ। ସେମାନେ ମାଓବାଦୀ ଚିନ୍ତାଧାରା ପ୍ରଚାର ସହ ହିଂସାକାଣ୍ଡ ଭିଆଇଥିଲେ ବୋଲି ଏହି ତଦନ୍ତକାରୀ ସଂସ୍ଥା କହିଥିଲା।
ଓ୍ବାନ୍‌ ରିପୋର୍ଟ ମୁତାବକ, ପୁଣେ ପୋଲିସ ହ୍ୟାକର୍ସଙ୍କ ସହାୟତାରେ ରୋନା ଓ୍ବିଲ୍‌ସନ ଏବଂ ଓ୍ବାରାଓ୍ବାରା ରାଓଙ୍କ କମ୍ପ୍ୟୁଟର ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ହ୍ୟାକ୍‌ କରିଥିଲା। ନେ୍‌ଟ ଓ୍ବେର ମାଲ୍‌ଓ୍ବେର ଜରିଆରେ ଓ୍ବିଲ୍‌ସନ୍‌ଙ୍କ କମ୍ପ୍ୟୁଟରରେ ୩୨ଟି ଫାଇଲ ଏଣ୍ଟ୍ରି କରାଇଥିଲା। ଆର୍ସେନାଲ ବିଶେଷଜ୍ଞଙ୍କ ମତରେ ଓ୍ବାରାଓ୍ବାରାଙ୍କ ଇ-ମେଲ୍‌ରୁ ଯାଇଥିବା ଏକ ଆଟାଚ୍‌ମେଣ୍ଟରେ ମାଲଓ୍ବେରକୁ ‘ମଡିଫାଏଡ ଏଲିଫ୍ୟାଣ୍ଟ’ ଜରିଆରେ ଓ୍ବିଲସନ୍‌ଙ୍କ ଉପକରଣରେ ପ୍ଲାଣ୍ଟ୍‌ କରାଯାଇଥିଲା। ଓ୍ବିଲ୍‌ସନ୍‌, ଓ୍ବରାଓ୍ବରା, ହାନି ବାବୁଙ୍କ ଇ-ମେଲ୍‌କୁ ଅନ୍ୟ ମେଲ୍‌ ଆଇଡି ଏବଂ ଫୋନ୍‌ ନମ୍ବରରେ ବ୍ୟାକ୍‌ଅପ୍‌ କରାଯାଇଥିଲା। ସେମାନଙ୍କ ଅଜାଣତରେ ଇ-ମେଲ୍‌ ଆଇଡିରୁ ଅନ୍ୟମାନଙ୍କୁ ମେଲ୍‌ ପଠାଯିବା ସହ ସମସ୍ତଙ୍କ ବ୍ୟକ୍ତିଗତ ତଥ୍ୟ, ଠିକଣା ଆଦି ପୁଣେ ପୋଲିସ ହାତେଇଥିଲା। ଯେଉଁମାନଙ୍କ ନିକଟକୁ ଫିଶିଂ-ମେଲ୍‌ ପ୍ରେରଣ କରାଯାଇଥିଲା, ପୋଲିସ ସେମାନଙ୍କୁ ମଧ୍ୟ ଗିରଫ କରିଥିଲା। ଏ ନେଇ ଆର୍ସେନାଲ ଫାର୍ମ ଅଧ୍ୟକ୍ଷ ମାର୍କ ସ୍ପେନ୍‌ସର ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କୁ ଜଣାଇଥିଲେ। ତେବେ ଏପରି ଘଟଣା ନୂଆ ନୁହେଁ। ୨୦୧୨ରେ ମଧ୍ୟ ସମାନ ହ୍ୟାକର୍ସ ଗ୍ରୁପ୍‌ ଅନେକ ସାମାଜିକ କାର୍ଯ୍ୟକର୍ତ୍ତା, ଆଇନଜୀବୀ, ଜର୍ନାଲିଷ୍ଟଙ୍କୁ ଟାର୍ଗେଟ କରିଥିଲେ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଏଭଳି କାର୍ଯ୍ୟ ଅନୈତିକ ବୋଲି ସେଣ୍ଟିନେଲ ଓ୍ବାନ୍‌ର ସିକ୍ୟୁରିଟି ବିଶେଷଜ୍ଞ ଆଣ୍ଡ୍ରେସ୍‌ ଗୁଏରେରୋ-ସାଡେ କହିଛନ୍ତି। ସେ ଏବଂ ତାଙ୍କ ସହଯୋଗୀ ଟମ୍‌ ହେଗେଲ ଆସନ୍ତା ଅଗଷ୍ଟରେ ହେବାକୁ ଥିବା ବ୍ଲାକ୍‌ ହ୍ୟାଟ୍‌ ସିକ୍ୟୁରିଟି କନ୍‌ଫରେନ୍ସରେ ଗବେଷଣାର ବିସ୍ତୃତ ବିବରଣୀ ଉପସ୍ଥାପନ କରିବେ। ଏହା ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରାଇ ନ୍ୟାୟ ପ୍ରଦାନର ପଥ ପରିଷ୍କାର କରିବ ବୋଲି ସେଣ୍ଟିନେଲ ଓ୍ବାନ୍‌ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri