ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହେଲେ ଗୁଜରାଟ ଟାଇଟାନ୍ସ କୋଚ

ଅହମଦାବାଦ,୩୦।୫: ଆଇପିଏଲ୍‌ ୨୦୨୨ରେ ଗୁଜରାଟ ଟାଇଟାନ୍ସ (ଜିଟି)ର ସଫଳତା ପଛରେ ଖେଳାଳି ତଥା କୋଚିଂ ଷ୍ଟାଫ୍‌ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆଇପିଏଲ୍‌ର ଏହି ନୂତନ ଦଳ ଆଶିଷ ନେହେରାଙ୍କୁ ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ଦେଇଥିଲା। ମୁଖ୍ୟ କୋଚ ଭାବେ ନେହେରା ଆଇପିଏଲ୍‌ରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ଆଇପିଏଲ୍‌ରେ ସେ ଏପରି ସଫଳତା ହାସଲ କରିଥିବା ପ୍ରଥମ ଭାରତୀୟ ହୋଇପାରିଛନ୍ତି।
ଆଇପିଏଲ୍‌ ୨୦୨୨ରେ ଆଶିଷ ନେହେରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଯୋଡ଼ି ସୁପର ହିଟ୍‌ ହୋଇଥିଲା। ଅଧିନାୟକ ଭାବରେ ହାର୍ଦ୍ଦିକଙ୍କ ପାଇଁ ଏହା ଡେବ୍ୟୁ ସିଜିନ୍‌ ହୋଇଥିବାବେଳେ ମୁଖ୍ୟ କୋଚ ଭାବରେ ନେହେରାଙ୍କ ପାଇଁ ଏହା ପ୍ରଥମ ଆଇପିଏଲ୍‌ ଥିଲା। ଆଇପିଏଲ୍‌ ଇତିହାସରେ ନେହେରା ପ୍ରଥମ ଭାରତୀୟ ମୁଖ୍ୟ କୋଚ ଭାବେ ତାଙ୍କ ଦଳ ପାଇଁ ଆଇପିଏଲ୍‌ ଟ୍ରଫି ଜିତିଛନ୍ତି। ଏହି ସିଜିନ୍‌ ପୂର୍ବରୁ ଚାମ୍ପିୟନ ହୋଇଥିବା ଦଳର ମୁଖ୍ୟ କୋଚମାନେ ବିଦେଶୀ ଥିଲେ।
ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ୍‌ ଚାମ୍ପିୟନ ହୋଇଛି। ଏହିସବୁ ସିଜିନ୍‌ରେ ଦଳର ମୁଖ୍ୟ କୋଚ ମହେଲା ଜୟବର୍ଦ୍ଧନେ କୋଚ ରହିଛନ୍ତି। ଷ୍ଟିଫେନ୍‌ ଫ୍ଲେମିଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ୪ଥର ମୁଖ୍ୟ କୋଚ ଭାବରେ ଚାମ୍ପିୟନ କରିଛନ୍ତି। ଟ୍ରେଭର ବାଇଲିସ ଦୁଇଥର ମୁଖ୍ୟ କୋଚ ଭାବରେ ଆଇପିଏଲ୍‌ ଟ୍ରଫି ଜିତିଛନ୍ତି। ଏଥିସହିତ ଟମ୍‌ ମୁଡି, ରିକି ପଣ୍ଟିଂ, ଜନ୍‌ ରାଇଟ, ଡାରେନ ଲେହମାନ ଏବଂ ଶେନ୍‌ ଓ୍ବାନର୍ର୍ ଥରେ ଆଇପିଏଲ୍‌ ଟାଇଟଲ ଜିତିଛନ୍ତି। ପ୍ରଥମ ଭାରତୀୟ ମୁଖ୍ୟ କୋଚ ଥିବା ଆଶିଷ ନେହେରା ଏବେ ଏହି ତାଲିକାରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri