ନନ୍ଦନକାନନ ପିଛା ଛାଡ଼ୁନି ବିବାଦ

ଭୁବନେଶ୍ୱର, (ବ୍ୟୁରୋ)/ବାରଙ୍ଗ, ୨୯।୫ (ଡି.ଏନ୍‌.ଏ.): ଦେଶର ଅନ୍ୟତମ ପ୍ରମୁଖ ଚିଡ଼ିଆଖାନା ନନ୍ଦନକାନନ ଏବେ ଅସୁରକ୍ଷିତ ପ୍ରାଣୀ ଉଦ୍ୟାନରେ ପରିଣତ ହୋଇଛି। ପ୍ରତିଦିନ ଜୀବଜନ୍ତୁଙ୍କ ମୃତ୍ୟୁ ଖବର ମିଳୁଛି। ଦୁର୍ନୀତି, ପର୍ଯ୍ୟଟକଙ୍କୁ ଆକ୍ରମଣ, ଦୁର୍ବ୍ୟବହାର ଘଟଣାରେ ନନ୍ଦନକାନନ ବିବାଦ ଘେରକୁ ଚାଲି ଆସିଥିବାବେଳେ ଏବେ ଆଉଏକ ଘଟଣା କର୍ତ୍ତୃପକ୍ଷଙ୍କ ଅବହେଳାକୁ ପଦାରେ ପକାଇଛି। ଶନିବାର ଚିତି ସାପ କାମୁଡ଼ାରେ ଏକ ଆଫ୍ରିକୀୟ ସିଂହୀ ‘ଗଙ୍ଗା’ର ମୃତ୍ୟୁ ହୋଇଛି। ଆବଶ୍ୟକ ଆଣ୍ଟିଭେନମ୍‌ ଇଞ୍ଜେକ୍ସନ ନ ଥିବାରୁ ସିଂହୀଟିର ଜୀବନ ଯାଇଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଅଭିଯୋଗ ଆଣିଛନ୍ତି।
୧୫ ବର୍ଷ ବୟସର ସିଂହୀ ‘ଗଙ୍ଗା’ ଏନ୍‌କ୍ଲୋଜର (ନଂ. ୨୯ବି)ରେ ଅନ୍ୟ ଏକ ସିଂହୀ ସହ ରହୁଥିଲା। ଶନିବାର ସକାଳେ ତା’ର ଅସ୍ବାଭାବିକ ଆଚରଣ ଦେଖି ଦାୟିତ୍ୱରେ ଥିବା ଜଣେ ପ୍ରାଣୀ ରକ୍ଷକ ନନ୍ଦନକାନନ ଜନ୍ତୁ ବିଭାଗକୁ ସୂଚନା ଦେଇଥିଲେ। ଜନ୍ତୁ ବିଭାଗଠାରୁ ଖବରପାଇ ଡାକ୍ତରୀ ଦଳ ପହଞ୍ଚତ୍ ସ୍ବାସ୍ଥ୍ୟାବସ୍ଥା ପରଖିଥିଲେ। ସେହି ସମୟରେ ଏକ ବିଷଧର ଚିତି ସାପ ଖୁଆଡ଼ରେ ଥିବା ପାଣିକୁଣ୍ଡ ନିକଟରେ ଯାଉଥିବା ଦେଖିବାକୁ ମିଳିଥିଲା। ସାପ କାମୁଡ଼ିଥିବା ଅନୁମାନ କରି ଡାକ୍ତରମାନେ ସିଂହୀ ଶରୀରରେ ଆଣ୍ଟିଭେନମ ଇଞ୍ଜେକ୍ସନ ଦେଇଥିଲେ। ହେଲେ କିଛି ଘଣ୍ଟା ପରେ ଗଙ୍ଗା ଛଟପଟ ହୋଇ ଆଖି ବୁଜିଥିଲା। ତେବେ ମୃତ୍ୟୁ ସମୟରେ ସିଂହୀଟି ଝାଡ଼ା ପରିସ୍ରା କରିଦେଇଥିବା ଦେଖିବାକୁ ମିଳିଥିଲା। ଏହି ମୃତ୍ୟୁ ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରାଯାଉଛି। କାରଣ ଭାରତ ସରକାରଙ୍କ ସ୍ନେକ୍‌ ବାଇଟ୍‌ ମ୍ୟାନେଜମେଣ୍ଟ ପ୍ରୋଟୋକଲ ୨୦୦୭ ଅନୁସାରେ, ବିଷଧର ସାପ କାମୁଡ଼ିଲେ ପ୍ରଥମ ଡୋଜ୍‌ରେ ୧୦ ଭାଏଲ୍‌ ଆଣ୍ଟିଭେନମ୍‌ ଦେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ମାତ୍ର ନନ୍ଦନକାନନରେ ଷ୍ଟକ୍‌ ନ ଥିବାରୁ ମାତ୍ର ୩ ଭାଏଲ ଆଣ୍ଟି ଭେନମ୍‌ ଦିଆଯାଇଥିଲା। ଫଳରେ ସିଂହୀଟିର ଅକାଳରେ ମୃତ୍ୟୁ ଘଟିଥିବା ଜଣାପଡିଛି। ପୁଣି ଚିତି ସାପ କାମୁଡ଼ିଲେ ଉତ୍କଟ ନ୍ୟୁରୋ ଟକ୍ସିକ୍‌ ବିଷ ରକ୍ତଦ୍ୱାରା ଶରୀରକୁ ବ୍ୟାପିଯାଇଥାଏ। ଠିକ୍‌ ସମୟରେ ଆଣ୍ଟିଭେନମ୍‌ ଦିଆ ନ ଗଲେ ମୃତ୍ୟୁ ନିଶ୍ଚିତ ହୋଇଥାଏ। ଇଞ୍ଜେକ୍ସନ ଦେବାରେ ବିଳମ୍ବ ହୋଇଥିବା ମଧ୍ୟ କୁହାଯାଉଛି। ନନ୍ଦନକାନନର ଉପନିର୍ଦ୍ଦେଶକ ସଞ୍ଜୀତ କୁମାର ସିଂହୀକୁ ମାତ୍ର ୩ ଭାଏଲ ଆଣ୍ଟିଭେନମ ଦିଆଯାଇଥିବା ସ୍ବୀକାର କରିଛନ୍ତି। ତେବେ ଆବଶ୍ୟକ ଇଞ୍ଜେକ୍ସନ ମହଜୁଦ ନ ଥିବା ସମ୍ପର୍କରେ ସେ କହିଛନ୍ତି, ଆଣ୍ଟିଭେନମ ମେଡିସିନଗୁଡ଼ିକ ଖୁବ୍‌କମ୍‌ ଦିନରେ ଏକ୍ସପାୟରି ହୋଇଥାଏ। ତେବେ ଏହାକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି, ସ୍ନେକ୍‌ ହେଲ୍ପଲାଇନର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ। ସେ କହିଛନ୍ତି, ଆଣ୍ଟିଭେନମଗୁଡ଼ିକ ଠିକ୍‌ ସଂରକ୍ଷଣରେ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ରହିଥାଏ। ମାତ୍ର ନନ୍ଦନକାନନ ଉପନିର୍ଦ୍ଦେଶକ ଜଣେ ପ୍ରାଣୀ ଚିକିତ୍ସକ ହୋଇ ମଧ୍ୟ ଏଭଳି ବିଭ୍ରାନ୍ତିକର କଥା କହି ଦୋଷ ଲୁଚାଇଛନ୍ତି। ପ୍ରକୃତ କଥା ହେଲା, ନନ୍ଦନକାନନରେ ଆଣ୍ଟିଭେନମ ଷ୍ଟକ ନ ଥିଲା, ଯାହାକୁ ଲୁଚାଇବା ପାଇଁ ସେ ବିଫଳ ପ୍ରୟାସ କରିଛନ୍ତି। ଆଗକୁ ଏପରି ଘଟଣାର ପୁନରାବୃତ୍ତି ଯେଭଳି ନ ହେବ ସେଥିପାଇଁ ଅତି କମ୍‌ରେ ୩୦ ଭାଏଲ୍‌ ଆଣ୍ଟିଭେନମ ଷ୍ଟକ୍‌ ମହଜୁଦ ରଖାଯାଉ। ନନ୍ଦନକାନନରେ ଅହିରାଜ ସାପ ଥିବାରୁ ଥାଇଲାଣ୍ଡରୁ ସ୍ବତନ୍ତ୍ର କିଙ୍ଗ କୋବ୍ରା ଆଣ୍ଟିଭେନମ ମଧ୍ୟ ତୁରନ୍ତ ଅଣାଯାଇ ମହଜୁଦ ରଖାଯାଉ। ନ ହେଲେ ଯଦି କେବେ କେଉଁ ପ୍ରାଣୀ ରକ୍ଷକଙ୍କୁ ଅହିରାଜ କାମୁଡ଼ିଲା, ସେ ଆଉ ବଞ୍ଚତ୍ବେ ନାହିଁ। କାରଣ ଭାରତରେ ଅହିରାଜ ଆଣ୍ଟିଭେନମ୍‌ ମିଳେ ନାହିଁ।
ସେପଟେ ଏହି ଘଟଣାକୁ ନେଇ ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ରର ମୁଖ୍ୟ ପୁରବୀ ପାତ୍ର ନନ୍ଦନକାନନ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ଜନ୍ତୁ ବିଭାଗର ରେଞ୍ଜର ଓ ଦାୟିତ୍ୱରେ ଥିବା ଭେଟେରିନାରି ଡାକ୍ତରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଓୟୁଏଟି ଭେଟେରିନାରୀ ବିଶେଷଜ୍ଞଙ୍କ ଦ୍ବାରା ମୃତ ସିଂହୀର ବ୍ୟବଚ୍ଛେଦ କରାଯାଇଛି। ହେଲେ ଓୟୁଏଟିରେ ଥିବା ସେଣ୍ଟର ଫର୍‌ ୱାଇଲ୍ଡ ଲାଇଫ୍‌ ହେଲ୍‌ଥକୁ ନନ୍ଦନକାନନ ପକ୍ଷରୁ ବର୍ଷକୁ ୫୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଦିଆଯାଉଛି। ତେଣୁ ନନ୍ଦନକାନନର କୌଣସି ଭୁଲ୍‌ ଓୟୁଏଟି ପଦାକୁ ଆଣୁନାହିଁ। ସାପ କାମୁଡା ଏକ ମେଡିକୋ ଲିଗାଲ କେସ୍‌ ହୋଇଥିବାରୁ ପୋଲିସ ଏହି ଘଟଣାର ତଦନ୍ତ କରିବା ନିହାତି ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। ତେଣୁ ଅବହେଳା ସହ ପରୋକ୍ଷରେ ସିଂହୀ ମୃତ୍ୟୁ ପାଇଁ ନନ୍ଦନକାନନରେ ଚାଲିଥିବା ବ୍ୟାପକ ଦୁର୍ନୀତିକୁ ମଧ୍ୟ ଦାୟୀ କରାଯାଉଛି। ପୂର୍ବରୁ ଠିକା କର୍ମଚାରୀଙ୍କ ପିଏଫ୍‌ଏ ଟଙ୍କା, ବିନା ଜିଏସ୍‌ଟି ବିଲ୍‌ ଦେଇ ବ୍ୟାପକ ସାମଗ୍ରୀ କ୍ରୟ, ଆଡ୍‌ମିନିଷ୍ଟ୍ରେଟିଭ୍‌ ବ୍ଲକ ଓ ଷ୍ଟାଫ କ୍ୱାର୍ଟର୍ସ ନିର୍ମାଣ ଆଦିରେ ବ୍ୟାପକ ଦୁର୍ନୀତି ହୋଇଥିବା ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ପ୍ରକାଶିତ ଖବରକୁ ଭିତ୍ତି କରି ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ଭିଜିଲାନ୍ସ ବିଭାଗ ନନ୍ଦନକାନନରେ ଚାଲିଥିବା ବ୍ୟାପକ ଆର୍ଥିକ ଦୁର୍ନୀତିର ତଦନ୍ତ ଭାର ନେଇଥିଲା। ପରେ କରୋନା କଟକଣା ଯୋଗୁ ତଦନ୍ତ ପ୍ରକ୍ରିୟା ବ୍ୟାହତ ହୋଇଥିଲା।
ନନ୍ଦନକାନନ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଥାନାରେ ଅଭିଯୋଗ
ସାପ କାମୁଡାରେ ଆଫ୍ରିକୀୟ ସିଂହୀ ଗଙ୍ଗାର ମୃତ୍ୟୁ ଘଟଣା ଓ ଜୀବଜନ୍ତୁଙ୍କ ସୁରକ୍ଷା ନେଇ ଆନିମଲ ଓ୍ବେଲଫେୟାର ଟ୍ରଷ୍ଟ ପକ୍ଷରୁ ନନ୍ଦନକାନନ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ଟ୍ରଷ୍ଟ ମୁଖ୍ୟ ପୁରବୀ ପାତ୍ର ଦେଇଥିବା ଏତଲାରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଥାନାଧିକାରୀ ବିଶ୍ବରଞ୍ଜନ ସେନାପତି କହିଛନ୍ତି, ଅଭିଯୋଗ ପାଇଛୁ। ଷ୍ଟେଶନ ଡାଏରି କରି ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri