ପର୍ଯ୍ୟଟକଙ୍କୁ ପିଟିଲେ ସଫାରି କର୍ମଚାରୀ

ବାରଙ୍ଗ,୨୩।୫(ଡି.ଏନ୍‌.ଏ.): ନନ୍ଦନକାନନରେ ଘରୋଇକରଣରେ ଦିଆଯାଇଥିବା ସଫାରିକୁ ନେଇ ଏବେ ବିବାଦ ଛାଡୁ ନାହିଁ। ଟେଣ୍ଡର ସମୟରେ ହୋଇଥିବା ସର୍ତ୍ତକୁ ଖିଲାପ କରି ବିନା କାଗଜପତ୍ରରେ ବିପଦସଙ୍କୁଳ ଅବସ୍ଥାରେ ଚାଲୁଥିବା ବସ୍‌କୁ ନେଇ ବିବାଦରେ ଛନ୍ଦି ହୋଇଥିବାବେଳେ ରବିବାର ସଫାରି ବସ୍‌ର କର୍ମଚାରୀ କେତେଜଣ ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଏକ ମାମଲା (ନଂ.୭୦/୨୨) ରୁଜୁ କରି ତଦନ୍ତ ଚଳାଇଛି।
ପ୍ରକାଶ ଯେ, ଛତିଶଗଡ଼ ରାୟପୁରରୁ ୨୬ଜଣ ପର୍ଯ୍ୟଟକ ନନ୍ଦନକାନନ ଆସି ସଫାରିରେ ବୁଲିବା ପାଇଁ ଅପରାହ୍ନ ସୁଦ୍ଧା ସଫାରି କାଉଣ୍ଟରରେ ପହଞ୍ଚିଥିଲେ। ଟିକେଟ ପାଇ ବସ୍‌ରେ ଯିବା ପାଇଁ ଧାଡ଼ିରେ ଅପେକ୍ଷା କରିଥିଲେ ମଧ୍ୟ ଦୀର୍ଘ ସମୟ ହୋଇଯିବାରୁ ସଫାରି ବୁଲିବାର ସୁଯୋଗ ପାଇ ନ ଥିଲେ। ଏହାକୁ ନେଇ କାଉଣ୍ଟରରେ ଥିବା କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଫାରି କର୍ମଚାରୀମାନେ କେତେଜଣ ପର୍ଯ୍ୟଟକଙ୍କୁ ଠେଲାପେଲା କରିଥିଲେ। ପର୍ଯ୍ୟଟକ ଏହାର ବିରୋଧ କରିବା ବେଳେ ସେମାନେ ବ୍ୟାଟେରି ଗାଡି ଚଳାଉଥିବା କର୍ମଚାରୀଙ୍କୁ ଡାକିବା ଦ୍ୱାରା ଗଣ୍ଡଗୋଳ ବଢିଥିଲା। ବ୍ୟାଟେରି ଗାଡି ଓ ସଫାରିର ପ୍ରାୟ ୫୦ଜଣ ପିଲା ଏକାଠି ହୋଇଯାଇ ପର୍ଯ୍ୟଟକଙ୍କୁ ବାଡ଼ି ଓ ଷ୍ଟିଲ ରୋଡ୍‌କୁ ଓପାଡି ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଫଳରେ ପର୍ଯ୍ୟଟକ ହିମାଂଶୁ ଗୁପ୍ତା, ହରିଷ ଗୁପ୍ତା, ଅନୁ ଗୁପ୍ତା, ରଣକ ଗୁପ୍ତା, ପ୍ରେମଲତା ଗୁପ୍ତାଙ୍କ ସମେତ ଅନ୍ୟ କେତେଜଣ ପର୍ଯ୍ୟଟକ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରୁ ବର୍ତ୍ତିବା ପାଇଁ ପର୍ଯ୍ୟଟକମାନେ ପିଲାଛୁଆ ଧରି ମୁଖ୍ୟ ଫାଟକପାଖକୁ ଦୌଡ଼ି ପଳାଇଆସିଥିଲେ। ନନ୍ଦନକାନନ ନିରାପତ୍ତା ବିଭାଗ ବନାଞ୍ଚଳ ଅଧିକାରୀଙ୍କଠାରୁ ସୂଚନା ପାଇ ନନ୍ଦନକାନନ ପୋଲିସ ପହଞ୍ଚିଥିଲା। ସେଠାରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଥାନାକୁ ଆଣିବା ପରେ ସେମାନେ ଅଭିଯୋଗ କରିଥିଲେ। ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ବେଳେ ରକ୍ତାକ୍ତ ହୋଇଥିବା ୫ଜଣ ପର୍ଯ୍ୟଟକଙ୍କୁ ପୋଲିସ ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇବା ସହ ମାଡ଼ ମାରିଥିବା ଯୁବକଙ୍କ ମଧ୍ୟରୁ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପଟେ ଏହିର ଘଟଣା ତଦନ୍ତ ପାଇଁ ନନ୍ଦନକାନନ ଉପନିର୍ଦ୍ଦେଶକ ଡ.ସଞ୍ଜିତ କୁମାର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri