Posted inଫୁରସତ

ବେଡ୍‌ରୁମ୍‌ରେ ମହୁମାଛି ବସା, ଶବ୍ଦ ଶୁଣିବା ପାଇଁ ଲୋକେ ଦେଉଛନ୍ତି ଏତିକି ଟଙ୍କା

ମହୁମାଛି ପ୍ରାୟତଃ ଦେଖିଥିବେ। ଏହାର ବସାରେ ଯଦି ଥରେ କୌଣସି ଆଘାତ ଲାଗିଲା ତେବେ ଏମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥାନ୍ତି। ଅନେକ ସ୍ଥାନରେ ମହୁମାଛି ଆକ୍ରମଣରେ ଲୋକେ ମରୁଥିବାର ମଧ୍ୟ ଖବର ଜାଣିବାକୁ ମିଳିଥାଏ। ଆଜି ହେଉଛି ବିଶ୍ୱ ମହୁମାଛି ଦିବସ। ତେବେ ଆଜିର ଏହି ସ୍ବତନ୍ତ୍ର ଦିନରେ ମହୁମାଛି ବିଷୟରେ ଜାଣନ୍ତୁ କିଛି ରୋଚକ କଥା…

ସାଧାରଣତଃ ମହୁମାଛି ଗଛରେ ବସା କରିଥାନ୍ତି। ମାତ୍ର ଥରେ ଭାବିଲେ ଯଦି ବେଡ୍‌ରୁମ୍‌ରେ ଏହି ବସା ରହିଥାଏ ତେବେ ଲୋକେ ଶୋଇବେ କିପରି। କିନ୍ତୁ ଇଟାଲୀର ଏକ ଘରେ ମହୁମାଛି ବସା ରହିଛି। ଏହି ସ୍ଥାନ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଛି। ପ୍ରକୃତି ନିକଟରେ ଯଦି କିଛି ସମୟ ବିତାଇବାକୁ ଇଚ୍ଛା ଥାଏ ତେବେ ଏଠାରେ ମହୁମାଛିର ଗୁଣୁଗୁଣୁ ଶବ୍ଦ ଏଥିରୁ ବେଶ୍‌ ଆନନ୍ଦ ଦେଇଥାଏ। ଏହି ସ୍ଥାନର ନାମ ହେଉଛି ଓ୍ବାଣ୍ଡର ବି ଆଣ୍ଡ୍‌ ବି।

ଯେଉଁ ମହୁମାଛି ଦେଖି ଲୋକଙ୍କ ଲୋମ ଟାଙ୍କୁରି ଉଠେ ସେହି ମହୁମାଛିକୁ ଜାଣିଶୁଣି ବେଡ୍‌ରୁମ୍‌ରେ ରଖାଯାଇଛି। ଏହି ଘରେ ୧୦ ଲକ୍ଷରୁ ଅଧିକ ମହୁମାଛି ବାସ କରନ୍ତି। ଓ୍ବାଣ୍ଡର ମହୁମାଛି କାନ୍ଥ ଏବଂ କ୍ୟାବିନ ମଧ୍ୟରେ ରହିଛନ୍ତି। ଏହି ଘରଟି ମାଲିକ ରୋକୋ ଫିଲୋମେନୋଙ୍କ ଦ୍ୱାରା ନିର୍ମିତ ହୋଇଛି।

ସମୁଦାୟ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ରୋକୋ ଏହାକୁ ତିଆରି କରିଛନ୍ତି। ଏଠାରେ ଗୋଟିଏ ବେଡ୍‌ରୁମ୍‌ ଅଛି, ଯେଉଁଥିରେ ୨ ଜଣଙ୍କ ପାଇଁ ରହିବା ସ୍ଥାନ ଅଛି। ପୂରା ଘରେ ସମୁଦାୟ ୯ଟି ମହୁଫେଣା ଅଛି, ଯେଉଁଥିରେ ୧୦ ଲକ୍ଷ ମହୁମାଛି ରହୁଛନ୍ତି। ଯେହେତୁ ମହୁମାଛି ବାହାରେ ଏକ ନେଟ୍‌ ଲାଗିଛି ତେଣୁ ସେମାନେ ଲୋକଙ୍କର କିଛି କ୍ଷତି କରନ୍ତି ନାହିଁ। ଏହି ଘରେ ଏକ ବାଥରୁମ୍‌ ଅଛି। ଯଦି ଏହି ଅଞ୍ଚଳରେ ବିଦ୍ୟୁତ୍‌ ନାହିଁ, ତେବେ ବଲ୍‌ବଗୁଡିକ ସୋଲାର ଲାଇଟ୍‌ ଦ୍ୱାରା ଜଳାଯାଏ। ଏଠାରେ ରହିବା ପାଇଁ ଗୋଟିଏ ରାତିକୁ ୧୪ ହଜାର ଟଙ୍କା ଭଡ଼ା ନିଆଯାଏ। କେବଳ ମହୁମାଛିର ଶବ୍ଦ ଶୁଣି ମନରେ ଶାନ୍ତି ପାଇବା ପାଇଁ ଲୋକେ ଏଠାକୁ ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri