ଅସୁରକ୍ଷିତ ଜିଲା ଆଦିବାସୀ ଶିକ୍ଷା ସାଧନ କେନ୍ଦ୍ର

କେନ୍ଦୁଝର, ୧୯।୫(ସ୍ବ.ପ୍ର.): ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଥିବା ଜିଲା ଆସିବାସୀ ଶିକ୍ଷା ସାଧନ କେନ୍ଦ୍ର ଅସୁରକ୍ଷିତ ଅବସ୍ଥାରେ ରହିଥିଲେ ହେଁ କାହାରି ନିଘା ନାହିଁ। ସର୍ବଶିକ୍ଷା ଅଭିଯାନ ଅଧୀନରେ ଚାଲିଥିବା ଏହି ଆଦିବାସୀ ସମ୍ପଦ କେନ୍ଦ୍ର ପ୍ରତିଷ୍ଠା ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଇ ପ୍ରତିଷ୍ଠା କରାଯାଇଛି। ଏହି କେନ୍ଦ୍ରରେ ଲୋପ ପାଇବାକୁ ବସିଥିବା ଆଦିବାସୀ କଳାସଂସ୍କୃତି, ଭାଷାପରମ୍ପରା, ଅସ୍ତ୍ରଶସ୍ତ୍ର, ବେଶଭୂଷା କାୈଳିକ ପ୍ରଥା ଓ ବ୍ୟବସ୍ଥା ତଥା ସେମାନଙ୍କ ବ୍ୟବହାର୍ଯ୍ୟ ସାମଗ୍ରୀ ଆଦି ସାଇତି ରଖାଯାଇଛି। ବିଶେଷ କରି ଜିଲାର ଜୁଆଙ୍ଗ, ଭୂୟାଁ, ହୋ, ସାନ୍ତାଳ ଆଦି ଜନଜାତିଙ୍କ ମୂଲ୍ୟବାନ ପୁରୁଣା ସାମଗ୍ରୀ ସାଇତି ରଖାଯାଇଛି ା ଏହାକୁ ସମସ୍ତଙ୍କ ପ୍ରଦର୍ଶନ ସହିତ ଆଦିବାସୀ କଳାସଂସ୍କୃତି ଉପରେ ଗବେଷଣା ପାଇଁ ରଖାଯାଇଛି। ସେହିପରି ଏଠାରେ ଆଦିବାସୀଙ୍କ ଉପରେ ସେମିନାର, ବୈଠକ, ରିସର୍ଚ୍ଚ ସମ୍ପର୍କିତ କାର୍ଯ୍ୟକ୍ରମ ଆଦି ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଡିଜିଟାଲ ପ୍ଲାଟଫର୍ମ ବ୍ୟବସ୍ଥା କରାଯାଉଛି ବୋଲି ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି ା
ଏପରିକି ଏଠାକୁ ବାହାର ଜିଲାରୁ ମଧ୍ୟ ଆଦିବାସୀଙ୍କ ଉପରେ ଗବେଷଣା ବା ଅଧ୍ୟୟନ କରୁଥିବା ମେଧାବୀ ଛାତ୍ର ମାନେ ମଧ୍ୟ ଗସ୍ତ କରି ମୂଲ୍ୟବାନ ତଥ୍ୟ ସଂଗ୍ରହ କରୁଛନ୍ତି। ତେବେ କୋଭିଡ ପରେ ଏହାକୁ ବନ୍ଦ ରଖାଯାଇଥିଲା। ଏହାର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ ସୁବ୍ୟବସ୍ଥା କରାଯାଇଥିଲେ ହେଁ ଏବେ ଏହା ଅବହେଳିତ ହୋଇ ରହିଛି। ଏହାକୁ ଏବେ ପୂର୍ଣ୍ଣକାର୍ଯ୍ୟକ୍ଷମ କରାଯାଉ ନ ଥିବା ଅନେକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏହାର ବାହ୍ୟ ପାଚେରୀ ଦୀର୍ଘ ଦିନ ହେଲା ଭାଙ୍ଗିଯାଇଥିଲେ ହେଁ ମରାମତି କରାଯାଉ ନ ଥିବାରୁ ଏହି କେନ୍ଦ୍ରର ସୁରକ୍ଷା ତଥା ଏଠାରେ ଥିବା ମୂଲ୍ୟବାନ ସାମଗ୍ରୀର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ସେଠୀ କହିଛନ୍ତି, ଏହି କେନ୍ଦ୍ର ଶିକ୍ଷା ବିଭାଗର ଅନୁଦାନରେ ପ୍ରତିଷ୍ଠା ହୋଇଛି। ଏହାର ପାଚେରି ଭାଙ୍ଗିଥିବା ନେଇ ତାଙ୍କୁ କେହି ସୂଚନା ଦେଇ ନାହାନ୍ତି। ଏନେଇ ତୁରନ୍ତ ପଦକ୍ଷେପ ନିଆଯିବ ା ତୁରନ୍ତ ପାଚେରି ମରାମତି କରିବା ସହ ଉକ୍ତ କେନ୍ଦ୍ର ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri