ମଉଳିଯାଉଛି ସ୍ବପ୍ନାରାଣୀଙ୍କ ସ୍ବପ୍ନ

ପୁରୀ ଅଫିସ,୧୬।୫: ପୁରୀ ସହରର ପ୍ରତିଷ୍ଠିତ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟରେ ପଢ଼ି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାର ସ୍ବପ୍ନ ନେଇ ଜଣେ ଆଦିବାସୀ ଛାତ୍ରୀ ନବରଙ୍ଗପୁରରୁ ଏଠାକୁ ଧାଇଁ ଆସିଥିଲେ। ପାଠ ପଢି ପରୀକ୍ଷା ମଧ୍ୟ ଦେଇଥିଲେ। ହେଲେ ଏବେ ତାଙ୍କୁ ମାର୍କଶିଟ୍‌ କିମ୍ବା ସାର୍ଟିଫିକେଟ ମିଳିପାରୁନାହିଁ। ଫଳରେ ତାଙ୍କର ଗୋଟିଏ ଶିକ୍ଷାବର୍ଷ ନଷ୍ଟ ହେବା ସହ ଭବିଷ୍ୟତର ସ୍ବପ୍ନ ମଉଳିଯିବାକୁ ବସିଛି। କଲେଜ କର୍ତ୍ତୃପକ୍ଷ ମାର୍କଶିଟ୍‌ ଓ ସାର୍ଟିଫିକେଟ ହଜାଇ ଦେଇଥିବାବେଳେ ବର୍ଷେ ବିଳମ୍ବରେ ଉତ୍ତୀର୍ଣ୍ଣ କରାଇବାକୁ କହି ତାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବୋଲି ସମ୍ପୃକ୍ତା ଛାତ୍ରୀ ସ୍ବପ୍ନାରାଣୀ ନାୟକ ଅଭିଯୋଗ ଆଣିଛନ୍ତି।
ଅନୁଯାୟୀ, ସ୍ବପ୍ନାରାଣୀ ଗତବର୍ଷ ଅଗଷ୍ଟରେ ଅନଲାଇନ୍‌ରେ ବିଏଡ୍‌ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ। ପରୀକ୍ଷା ପରେ ଅନ୍ୟ ପରୀକ୍ଷାର୍ଥୀଙ୍କୁ ମାର୍କଶିଟ୍‌ ଓ ସାର୍ଟିଫିକେଟ ମିଳିସାରିଛି। କେବଳ ସ୍ବପ୍ନାରାଣୀ ଏଥିରୁ ବାଦ୍‌ ପଡ଼ିଛନ୍ତି। ତେବେ ବାଦ୍‌ ପଡ଼ିବାର କାରଣ ସେ ବୁଝିପାରୁନାହାନ୍ତି। କଲେଜ କର୍ତ୍ତୃପକ୍ଷଙ୍କୁ ସେ ଅନେକ ନେହୁରା ହୋଇଥିଲେ ବି ଶୁଣୁନାହାନ୍ତି। ଏପରି କି, ଅଧ୍ୟକ୍ଷାଙ୍କୁ ଦେଖା କରିବା ପାଇଁ ଅନୁମତି ଦିଆଯାଉନାହିଁ। କାହା ପାଖରେ ଅଭିଯୋଗ କଲେ କିମ୍ବା ଗଣମାଧ୍ୟମକୁ ଜଣାଇଲେ ସାର୍ଟଫିକେଟ୍‌ ମିଳିବା ଆହୁରି ମୁସ୍କିଲ ହେବ ବୋଲି ଧମକ ଦିଆଯାଉଛି। ସ୍ବପ୍ନାରାଣୀ କହିଛନ୍ତି, ପ୍ରଥମେ ତାଙ୍କୁ ମାର୍କଶିଟ୍‌ ଓ ସାର୍ଟିଫିକେଟ୍‌ ଦିଆଯିବ ବୋଲି କୁହାଗଲା। ମାତ୍ର ପରେ ମନା କରିଦିଆଗଲା। ଏବେ ତାଙ୍କୁ ୨୦୨୨ ବର୍ଷର ସାର୍ଟିଫିକେଟ ଦିଆଯିବାକୁ କୁହାଯାଉଛି। ଏହାଦ୍ୱାରା ତାଙ୍କର ଗୋଟିଏ ବର୍ଷ ନଷ୍ଟ ହେବ। ତେଣୁ ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି। ସେ ନିରାଶ ହୋଇ ଭାଙ୍ଗିପଡ଼ିଛନ୍ତି। ସେହିପରି ସ୍ବପ୍ନାରାଣୀଙ୍କ ମା’ କହିଛନ୍ତି, କଲେଜ କର୍ତ୍ତୃପକ୍ଷଙ୍କ ଯୋଗୁ ଝିଅର ଗୋଟିଏ ବର୍ଷର ପାଠପଢ଼ା ନଷ୍ଟ ହୋଇସାରିଛି। କିଛି ଭୁଲ୍‌ ନ ଥାଇ ମଧ୍ୟ ସ୍ବପ୍ନାରାଣୀ କୌଣସି ଚାକିରି ପାଇଁ ଆବେଦନ କରିପାରୁନାହାନ୍ତି। ଏଥିପାଇଁ କିଏ ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ତାଙ୍କ ଝିଅର ପାଠପଢା ୨୦୨୧ ମସିହାରେ ସରିଛି। ଏବେ ୨୦୨୨ର ସାର୍ଟିଫିକେଟ୍‌ ଦିଆଯିବାକୁ କୁହାଯାଉଛି। ଉତ୍ତୀର୍ଣ୍ଣ ପ୍ରମାଣପତ୍ର ହିଁ ପିଲାଙ୍କ ଦକ୍ଷତାର ମାପକାଠି। ଗୋଟିଏ ବର୍ଷ ପଛୁଆ ହୋଇ ଉତ୍ତୀର୍ଣ୍ଣ ହେବା ଦ୍ୱାରା ସ୍ବପ୍ନରାଣୀଙ୍କ ଭବିଷ୍ୟତ ମଧ୍ୟ ପ୍ରଭାବିତ ହେବ। ତେଣୁ ଏଭଳି ଭାବେ ପିଲାଙ୍କ ଭବିଷ୍ୟତକୁ ଦଳିଚକଟି ଦିଆଯାଉଛି। ତେବେ କଲେଜ କର୍ତ୍ତୃପକ୍ଷ ସଫେଇ ଦେଇ କହିଛନ୍ତି, ମାର୍କଶିଟ୍‌ ଛପା ହେବା ପାଇଁ ପ୍ରେସ୍‌କୁ ଯାଇଥାଏ। କେବଳ ଜଣଙ୍କ ପୁରୁଣା ବର୍ଷର କାମ କରିବାକୁ ପ୍ରେସ୍‌ ରାଜି ହେଉନାହିଁ। ଫଳରେ ମାର୍କଶିଟ୍‌ ପ୍ରକାଶ କରାଯାଇପାରୁନାହିଁ। ସମ୍ପୃକ୍ତା ଛାତ୍ରୀ କେଉଁ ବିଷୟରେ କେତେ ମାର୍କ ରଖିଛନ୍ତି ତାହା ମଧ୍ୟ କଲେଜକୁ ଜଣାନାହିଁ। ଏ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ମିଶ୍ର କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବାବେଳେ ପରୀକ୍ଷା ନିୟନ୍ତ୍ରକ ଡ. ସନ୍ଦୀପ କୁମାର ଚାନ୍ଦ କହିଛନ୍ତି, ସମ୍ପ୍ରତି ପରୀକ୍ଷା କାର୍ଯ୍ୟର ଚାପ ଅଧିକ। ତେଣୁ ଏଭଳି ସ୍ଥଳେ ପୁରୁଣା ବର୍ଷର ଫଳାଫଳ ଦେବା ସମ୍ଭବ ନୁହେଁ। ଅନ୍ୟପକ୍ଷରେ ଆଇନଜୀବୀ ଚିନ୍ମୟ ଦାଶ କହିଛନ୍ତି, ସମ୍ପୃକ୍ତା ଛାତ୍ରୀ ଏ ସଂକ୍ରାନ୍ତରେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଛାତ୍ରୀଙ୍କ ମୌଳିକ ଅଧିକାରକୁ କଲେଜ କ୍ଷୁଣ୍ଣ କରିଛି। ଏଣୁ କର୍ତ୍ତୃପକ୍ଷ କୋର୍ଟରେ କୈଫିୟତ ଦେବା ପାଇଁ ପ୍ରସ୍ତୁତ ରହିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri