ମହାରାଣୀଙ୍କ ଅଭିଭାଷଣ ପଢ଼ିଲେ ପ୍ରିନ୍ସ ଚାର୍ଲସ

ଲଣ୍ଡନ, ୧୧ା୫: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ (୯୬) ଚାଲିବାରେ ଅସୁବିଧା ଯୋଗୁ ମଙ୍ଗଳବାର ଆରମ୍ଭ ହୋଇଥିବା ବ୍ରିଟିଶ ପାର୍ଲାମେଣ୍ଟ ଅଧିବେଶନରେ ଉପସ୍ଥିତ ହୋଇପାରିନାହାନ୍ତି। ପରମ୍ପରା ଅନୁସାରେ ମହାରାଣୀ ପ୍ରଥମେ ଅଭିଭାଷଣ ଦେବା କଥା। କିନ୍ତୁ ତାଙ୍କ ଅନୁପସ୍ଥିତିରେ ପ୍ରଥମ ଥର ପାଇଁ ପ୍ରିନ୍ସ ଚାର୍ଲସ୍‌ ପ୍ୟାଲେସ୍‌ ଅଫ୍‌ ଓ୍ବେଷ୍ଟମିନାରରେ ଏହି ଅଭିଭାଷଣ ପଢ଼ିଛନ୍ତି। ନିକଟରେ ଏକ ଟେବୁଲରେ ମହାରାଣୀଙ୍କ ମୁକୁଟ ରଖାଯାଇଥିଲା। ଏହି ବକ୍ତବ୍ୟ ବ୍ରିଟେନ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଏଥିରେ ସରକାରୀ ଏଜେଣ୍ଡା ସ୍ଥାନିତ ହୋଇଥାଏ। ଅଭିଭାଷଣ ଆରମ୍ଭରେ ମହାରାଣୀ ‘ମାଇ ମାଜେଷ୍ଟି’ ପଢ଼ିଥାନ୍ତି। ତେବେ ପ୍ରିନ୍ସ ଚାର୍ଲସ ଏହା ବଦରେ ‘ହର ମାଜେଷ୍ଟି’ରୁ ବକ୍ତବ୍ୟ ଆରମ୍ଭ କରିଥିଲେ। ବିଶ୍ୱର ସବୁଠୁ ଦୀର୍ଘ ସମୟ (୭୦ ବର୍ଷ) ପର୍ଯ୍ୟନ୍ତ ମହାରାଣୀ ଥିବା ଏଲିଜାବେଥ ଗର୍ଭବତୀ ଥିବାବେଳେ ୧୯୫୯ ଓ ୧୯୬୩ରେ ଅଭିଭାଷଣ ପ୍ରଦାନ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri