ପ୍ରଥମ ମୁକ୍ତାକାଶ ସ୍କଲ୍ପଚର୍‌ ପାର୍କ ଏବେ ଜରାଜୀର୍ଣ୍ଣ

ବନ୍ଦନା ସେଠୀ
ଭୁବନେଶ୍ୱର, ୧୧।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ସ୍ବଚ୍ଛ ଓ ସୁନ୍ଦର ସହର ଭାବେ ଗଢି ତୋଳିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ସେଥିମଧ୍ୟରୁ କେତୋଟି ବାସ୍ତବ ରୂପ ନେଉଥିବାବେଳେ ଆଉ କେତେକ ଯୋଜନା ଫାଇଲ୍‌ ତଳେ ଚାପିହୋଇ ରହିଯାଉଛି। ପ୍ରକଳ୍ପ ନିର୍ମାଣ କରିବା ପରେ ତାହାର ରକ୍ଷଣାବେକ୍ଷଣ କଥା କର୍ତ୍ତୃପକ୍ଷ ଭୁଲି ଯାଉଛନ୍ତି। ଫଳରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ପ୍ରକଳ୍ପ ଅଳ୍ପ କିଛି ବର୍ଷରେ ଧ୍ୱଂସ ପାଲଟି ଯାଉଛି। ଏହାର ଏକ ଉଦାହରଣ ହେଉଛି ମୁକ୍ତାକାଶ ସ୍କଲ୍ପଚର୍‌ ପାର୍କ। ରକ୍ଷଣାବେକ୍ଷଣ ଅଭାବରୁ ଏହି ପାର୍କ ଏବେ ଜରାଜୀର୍ଣ୍ଣରେ ପରିଣତ ହୋଇଛି।
ବିଡିଏ ଏବଂ ଆର୍ଟିଷ୍ଟ ନେଟ୍‌ଓ୍ବର୍କ ପ୍ରମୋଟିଙ୍ଗ୍‌ ଇଣ୍ଡିଆନ୍‌ କଲ୍‌ଚର (ଆନ୍‌ପିକ୍‌)ର ମିଳିତ ସହଯୋଗରେ କଳିଙ୍ଗନଗରଠାରେ ମୁକ୍ତାକାଶ ସ୍କଲ୍ପଚର୍‌ ପାର୍କ ନିର୍ମିତ ହୋଇଥିଲା। ୨୦୧୮ ନଭେମ୍ବର ୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ଏଠାରେ ରିଡ୍ୟୁସ୍‌, ରି-ୟୁଜ୍‌ ଓ ରିସାଇକେଲ୍‌ ଥିମ୍‌କୁ ନେଇ ବିଭିନ୍ନ କଳାକୃତି ନିର୍ମାଣ କରାଯାଇଥିଲା। ଭୁବନେଶ୍ୱର ଓ କଟକ ମହାନଗରରୁ ସଂଗୃହୀତ ହୋଇଥିବା ୫୦ ଟନ୍‌ର ବର୍ଜ୍ୟ ଯଥା ପୁରୁଣା ଲୁହା, ଟିଣ, ଆଲୁମିନିୟମ, ଦସ୍ତା, ଭଙ୍ଗା ସାଇକେଲ ଆଦି ବିଭିନ୍ନ ଅନାବଶ୍ୟକ ସାମଗ୍ରୀରୁ ହାତୀ, ସିଂହ, ମୟୂର, ବାଘ, ହରିଣ, କଇଁଛ, ଘୋଡ଼ା ଭଳି ବିଭିନ୍ନ ପ୍ରକାରର ଜୀବଜନ୍ତୁ, ସରୀସୃପ ସମେତ ଅନେକ ପ୍ରକାରର ପ୍ରାୟ ୨୧ଟି କଳାକୃତି ତିଆରି ହୋଇଥିଲା। ସ୍ପେନ୍‌, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଜର୍ମାନୀ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଫ୍ରାନ୍ସ ଆଦି ବିଭିନ୍ନ ଦେଶରୁ ଆସିଥିବା ୧୪ ଜଣ ଏବଂ ୭ ଜଣ ଭାରତୀୟ କାରିଗରଙ୍କ ଦ୍ୱାରା ବର୍ଜ୍ୟକୁ ଜୀବନ୍ତ ରୂପ ଦିଆଯାଇଥିଲା। ୫ ଏକର ଜାଗା ଉପରେ ପ୍ରାୟ ୫କୋଟି ଟଙ୍କା ବ୍ୟୟରେ ଏହି ପାର୍କ ନିର୍ମାଣ କରାଯାଇଥିଲା। ଅଦରକାରୀ ସାମଗ୍ରୀକୁ ଏଣେତେଣେ ନ ଫିଙ୍ଗି ସେଥିରୁ ସୁନ୍ଦର କଳାକୃତି ନିର୍ମାଣ କରାଯାଇପାରିବ ବୋଲି ଏଠାରେ ବାର୍ତ୍ତା ଦିଆଯାଇଥିଲା। ତେବେ ଭାରତର ସର୍ବପ୍ରଥମ ଇଣ୍ଟରନ୍ୟାଶନାଲ ଆର୍ଟ ସିମ୍ପୋଜିୟମ୍‌ କୁହାଯାଉଥିବା ଏହି ପାର୍କ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। କଳାକୃତି ବଦଳରେ ଏବେ ସେଠାରେ ଅନାବନା ଘାସ ବୁଦା ଏବଂ ଊଇହୁଙ୍କା ଦେଖିବାକୁ ମିଳୁଛି। ବିଶେଷକରି ଶିଶୁଙ୍କୁ ଆକୃଷ୍ଟ କରୁଥିବା ଜୀବଜନ୍ତୁଙ୍କ ଆକୃତି ଏବେ ଲୁପ୍ତପ୍ରାୟ। ପରିଚାଳନା ତ ଦୂରର କଥା, ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଅନେକ ପ୍ରତିକୃତିରେ ଲାଗିଥିବା ଲୁହାକୁ କାଢ଼ି ନେଇ ଦୁର୍ବୃତ୍ତ ବିକି ସାରିଲେଣି। ଏହି ମୁକ୍ତାକାଶ ପାର୍କ ଏବେ ନିଶାସକ୍ତ ଏବଂ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ପାଲଟିଛି।
ଏ ନେଇ ବିଡିିଏର ମୁଖ୍ୟ ଉଦ୍ୟାନବିତ୍‌ ଅଶୋକାନନ୍ଦ ଧର କହିଛନ୍ତି, ବିଡିଏର କେବଳ ଜାଗା ଥିଲା। ପରିଚାଳନା ଓ ଖର୍ଚ୍ଚ ଆନ୍‌ପିକ୍‌ ସଂସ୍ଥା କରିଥିଲା। ଆନ୍‌ପିକ୍‌ ସଂସ୍ଥା ତାହାର ରକ୍ଷଣାବେକ୍ଷଣ କଲା ନାହିଁ। ସମ୍ପୃକ୍ତ ଅଞ୍ଚଳ ଉପରେ ୩୩କେଭିର ବିଦ୍ୟୁତ୍‌ ଲାଇନ୍‌ ରହିଛି। ତେଣୁ ସେଠାରେ ଏହି ପାର୍କ ପାଇଁ ଓପିଟିଏସ୍‌ ବାରଣ କରିଥିଲା ବୋଲି ଧର କହିଛନ୍ତି। ତେବେ ଏଭଳି ଏକ ସ୍ଥାନରେ ବିଡିଏ ପାର୍କ ପାଇଁ ଅନୁମତି ଦେଲା କିପରି ପଚାରିବାରୁ, ଏ ସମ୍ପର୍କରେ ନିର୍ମାଣକାରୀ ସଂସ୍ଥାକୁ ପଚାରନ୍ତୁ ବୋଲି କହି ନିଜ ମୁଣ୍ଡରୁ ଦୋଷ ଖସାଇଛନ୍ତି ଅଧିକାରୀ। କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ କରାଯାଉଥିବାବେଳେ ବିଭାଗ ଦୃଷ୍ଟି ଦେଉ ନାହିଁ। ଅପରପକ୍ଷେ ଦେଶ ବିଦେଶରୁ ଶିଳ୍ପୀମାନେ ଆସି ପାର୍କ ନିର୍ମାଣ କରିବା ସମୟରେ ମଧ୍ୟ ଓପିଟିସିଏଲ୍‌ କିପରି କିଛି ଜାଣି ପାରିଲା ନାହିଁ ତାହା ପ୍ରଶ୍ନ ହୋଇଛି। ଏଥିରୁ ସରକାର୍‌ କା ମାଲ୍‌, ଦରିଆ ମେଁ ଡାଲ୍‌ ନୀତିରେ ଏଠାରେ କାର୍ଯ୍ୟ ହେଉଥିବା ପ୍ରମାଣିତ ହେଉଛି। ଅନ୍ୟପକ୍ଷେ ୩୩ କେଭି ବିଦ୍ୟୁତ୍‌ ତାର ଥିବା ସତ୍ତ୍ୱେ ଏବେ ବି ପାର୍କରେ ଜରାଜୀର୍ଣ୍ଣ ଅବସ୍ଥାରେ ଲୁହା ନିର୍ମିତ ପ୍ରତିକୃତିଗୁଡ଼ିକ ପଡ଼ିରହିଛି। ସେଗୁଡିକୁ ସ୍ଥାନାନ୍ତର କରାଯାଉ ନାହିଁ।
ସୂଚନାଯୋଗ୍ୟ, ଛୋଟ ବଡ଼ ମିଶି ଏଠାରେ ୨୧ଟି କଳାକୃତି ରହିଥିବାବେଳେ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଥିଲା। ଏହାର ରକ୍ଷଣାବେକ୍ଷଣ ପାଇଁ ସୁରକ୍ଷା କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି କରାଯାଇଥିଲା। ଆବର୍ଜନାରୁ ଯେ ଏଭଳି ସୁନ୍ଦର କଳାକୃତି ପ୍ରସ୍ତୁତ ହୋଇପାରେ ତାହା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ମାତ୍ର ଆବର୍ଜନାରୁ ପ୍ରସ୍ତୁତ କଳାକୃତିଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ପୁଣି ଆବର୍ଜନାରେ ପରିଣତ ହୋଇଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ପାର୍କିଂ, ରାସ୍ତା, ପଥଚଲା ରାସ୍ତା ସମେତ ଉଦ୍ୟାନର ଯୋଜନା ମଧ୍ୟ ରହିଥିଲା। ନିଆରା ସୃଜନଶୀଳତାକୁ ଉପଭୋଗ କରିବା ପାଇଁ ବେଶ୍‌ କିଛି ଦିନ ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା। ମାତ୍ର କର୍ତ୍ତୃପକ୍ଷଙ୍କ ଅବହେଳାରୁ ଶିଳ୍ପୀମାନଙ୍କ ଏତେ ଦିନର ପରିଶ୍ରମ ଏବେ ପାଣିରେ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri