ସାରା ଓଡ଼ିଶାରେ ତାତି: ୪୩ ଡିଗ୍ରୀ ଟପିଲା ଭୁବନେଶ୍ୱର

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସାରା ଓଡ଼ିଶାରେ ଡହ ଡହ ଖରା ସାଙ୍ଗକୁ ଗରମ ପବନ ଦେହକୁ ସିଝାଇ ଦେଉଛି। ପାରଦ ଏବେ ୪୩ ଡିଗ୍ରୀ ଟପିଥିବାବେଳେ ସହରଠୁ ଗାଁ, ରାସ୍ତାରୁ କୋଠା ସବୁକିଛି ତାତି ଯାଉଛି। ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଥିବାବେଳେ ସକାଳ ୧୦ରୁ ରାସ୍ତାଘାଟ ଖାଁଖାଁ ହୋଇଯାଉଛି। ରବିବାର ୨୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୮ ସହରରେ ୪୨ ଡିଗ୍ରୀ ଟପିିଥିଲା। ୪୩.୮ ଡିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ଅପରପକ୍ଷରେ କଂକ୍ରିଟ ସହର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅଗ୍ନିବର୍ଷା ହୋଇଥିଲା। ଏଠାରେ ଦୁଇଦିନ ଧରି ପାରଦ ଉପରମୁହାଁ ଥିବାବେଳେ ରବିବାର ମଧ୍ୟ ସହରର ସର୍ବାଧିକ ତାପମାତ୍ରା ରେକର୍ଡ ଭାଙ୍ଗି ୪୩.୩ ଡିଗ୍ରୀ ଛୁଇଁଥିଲା। ୨୦୧୧ ପରଠାରୁ ଏପ୍ରିଲରେ ଏହା ତୃତୀୟ ସର୍ବାଧିକ ତାପମାତ୍ରା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ୨୦୧୬ ଏପ୍ରିଲ ୧୧ରେ ଭୁବନେଶ୍ୱରର ତାପମାତ୍ରା ୪୫.୮ ଡିଗ୍ରୀ ହୋଇଥିବାବେଳେ ୨୦୧୯ ଏପ୍ରିଲ ୧୬ରେ ୪୩.୭, ୨୦୨୨ ଏପ୍ରିଲ ୨୪ରେ ୪୩.୩ ଏବଂ ୨୦୨୧ ଏପ୍ରିଲ ୨୫ରେ ୪୩.୨ ଡିଗ୍ରୀ ରେକର୍ଡ କରାଯାଇଥିଲା।
ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ରବିବାର ସୋନପୁର ପରେ ଭୁବନେଶ୍ୱର ଦ୍ୱିତୀୟ ଏବଂ ୪୩.୧ଡିଗ୍ରୀ ସହ ଅନୁଗୋଳ ତୃତୀୟ ଉତ୍ତପ୍ତ ସହର ରହିଥିଲା। ସେହିପରି ତାଳଚେର ୪୩, ବଲାଙ୍ଗୀର ୪୨.୩, ଝାରସୁଗୁଡ଼ା ୪୨.୨, ବାରିପଦା ଓ ବୌଦ୍ଧ ୪୨, ସମ୍ବଲପୁର ୪୧.୭, ଟିଟିଲାଗଡ଼ ଓ ଢେଙ୍କାନାଳ ୪୧.୬, ସୁନ୍ଦରଗଡ଼, ବରଗଡ଼ ଓ ନୟାଗଡ଼ ୪୧.୫, ଜଗତ୍‌ସିଂହପୁର ୪୧.୪, ଚାନ୍ଦବାଲି ଓ ଯାଜପୁର ୪୧.୨, ହୀରାକୁଦ ୪୧.୧, ଭବାନୀପାଟଣା, ଖୋର୍ଦ୍ଧା ଓ ଦେବଗଡ଼ ୪୧, ଭଦ୍ରକ ୪୦.୫, ପାରଳାଖେମୁଣ୍ଡିରେ ୪୦.୫, କେନ୍ଦୁଝର ୪୦.୪, କେନ୍ଦ୍ରାପଡ଼ା ୪୦.୨, ମାଲକାନଗିରି ଓ ଛତ୍ରପୁର ୪୦ ଡିଗ୍ରୀ ତାପମାତ୍ରା ରହିଥିଲା।
ଅନ୍ୟପକ୍ଷରେ ସୋମବାରଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ। ଏହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଥିପାଇଁ ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଥିବାରୁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଭାଗ। ୨୫ରେ ସୋନପୁର, ବୌଦ୍ଧ ଓ ବଲାଙ୍ଗୀର, ୨୬ରେ ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ମୟୂରଭଞ୍ଜ ଏବଂ ୨୭ ଓ ୨୮ରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଓ ମୟୂରଭଞ୍ଜରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ସୂଚନା ଦିଆଯାଇଛି। ତେବେ ଏହି ସମୟରେ କୋରାପୁଟ, ରାୟଗଡ଼ା, ମାଲକାନଗିରି, ଗଜପତି, ମୟୂରଭଞ୍ଜ, ନବରଙ୍ଗପୁର, ବାଲେଶ୍ୱର ଜିଲାର କିଛି ସ୍ଥାନରେ କାଳବୈଶାଖୀ ମଧ୍ୟ ହେବାର ସମ୍ଭାବନା ରହିଛି। ତେଣୁ ୨୮ ତାରିଖ ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ସମସ୍ତ ଜିଲାକୁ ପରାମର୍ଶ ଦେଇଛନ୍ତି। ପ୍ରଚାର ମାଧ୍ୟମରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ଓ ସଚେତନ କରିବା ସହ ବୟସ୍କ, ରୋଗାକ୍ରାନ୍ତ ଭଳି ଲୋକଙ୍କ ପ୍ରତି ଅଧିକ ଧ୍ୟାନ ଦେବାକୁ କୁହାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢ଼େ ୩ଟା ମଧ୍ୟରେ ବାହାରକୁ ବାହାରିଲେ ପ୍ରାକ୍‌ ସଚେତନତା ଅବଲମ୍ବନ କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri