ଫ୍ୟୁଚର ଗ୍ରୁପ୍‌ ସହ ଚୁକ୍ତି ବାତିଲ କଲା ଆର୍‌ଆଇଏଲ୍‌

ନୂଆଦିଲ୍ଲୀ,୨୪।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌) ପକ୍ଷରୁ ଫ୍ୟୁଚର ଗ୍ରୁପ୍‌ ସହ ନିଜର ୨୪,୭୧୩ କୋଟି ଟଙ୍କାର କାରବାରକୁ ବାତିଲ କରି ଦିଆଯାଇଛି। ଏହି କାରବାରକୁ ଋଣଦାତାଙ୍କ ବୈଠକରେ ମଞ୍ଜୁରୀ ମିଳି ନ ଥିବାରୁ ଏହାକୁ ଆଉ ଆଗକୁ ବଢ଼ାଯିବନାହିଁ ବୋଲି ଆର୍‌ଆଇଏଲ୍‌ ପକ୍ଷରୁ ଶନିବାର କୁହାଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ଶେୟାର ବଜାରକୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ, ଫ୍ୟୁଚର ରିଟେଲ୍‌ ଲିମିଟେଡ୍‌ (ଏଫ୍‌ଆର୍‌ଏଲ୍‌) ଏବଂ ଫ୍ୟୁଚର ଗ୍ରୁପ୍‌ର କମ୍ପାନୀଗୁଡିକ ସହିତ କାରବାରର ମଞ୍ଜୁରୀ ପାଇଁ ହୋଇଥିବା ବୈଠକରେ ଶେୟାରଧାରକ ଏବଂ ଅସୁରକ୍ଷିତ ଋଣଦାତାମାନେ ସପକ୍ଷରେ ବହୁମତ ଦେଇଥିଲେ। ତେବେ ସୁରକ୍ଷିତ ଋଣଦାତାମାନେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏଭଳି ପରିସ୍ଥିତିରେ ଯୋଜନା କାର୍ଯ୍ୟକାରୀ କରାଯାଇ ହେବନାହିଁ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରି ନିଜ ବୟାନରେ କହିଛି।
ଫ୍ୟୁଚର ଗ୍ରୁପ୍‌ ପକ୍ଷରୁ ଅଗଷ୍ଟ ୨୦୨୦ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର କମ୍ପାନୀ ରିଲାଏନ୍ସ ରିଟେଲ୍‌ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌) ସହ ୨୪,୭୧୩ କୋଟି ଟଙ୍କାର ମିଶ୍ରଣ ଚୁକ୍ତି ଘୋଷଣା ହୋଇଥିଲା। ଏହି ଚୁକ୍ତି ଅନୁସାରେ ରିଟେଲ୍‌, ହୋଲ୍‌ସେଲ୍‌, ଲଜିଷ୍ଟିକ୍‌ ଏବଂ ଓ୍ବେର୍‌ହାଉସ୍‌ ସେଗ୍‌ମେଣ୍ଟରେ ସକ୍ରିୟ ଥିବା ଫ୍ୟୁଚର ଗ୍ରୁପ୍‌ର ୧୯ଟି କମ୍ପାନୀର ୯୪୭ଟି ଷ୍ଟୋରକୁ ରିଲାଏନ୍ସ ରିଟେଲ ଅଧିଗ୍ରହଣ କରିବା ଯୋଜନା ରହିଥିଲା। ଏହି ମିଶ୍ରଣ ଚୁକ୍ତି ଘୋଷଣା ପରେ ଅଗ୍ରଣୀ ଇ-କମର୍ସ କମ୍ପାନୀ ଆମାଜନ୍‌ ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ଏହି ଚୁକ୍ତି ଆମାଜନ ସହିତ ଫ୍ୟୁଚର ଗ୍ରୁପ୍‌ର ନିବେଶ ବୁଝାମଣାକୁ ଉଲ୍ଲଂଘନ କରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।
ଏହି ବିବାଦ ମଧ୍ୟରେ ଶେୟାରଧାରକ ଏବଂ ଋଣଦାତାମାନଙ୍କର ମଞ୍ଜୁରୀ ପାଇଁ ଫ୍ୟୁଚର ଗ୍ରୁପ୍‌ର ସମ୍ବନ୍ଧିତ କମ୍ପାନୀଗୁଡ଼ିକ ଗତ ୭ଦିନ ମଧ୍ୟରେ ଅଲଗା ଅଲଗା ବୈଠକ ଡକାଇଥିଲେ। ଶେୟାରଧାରକ ଏବଂ ଅସୁରକ୍ଷିତ ଋଣଦାତାମାନେ ଚୁକ୍ତି ସପକ୍ଷରେ ଥିଲେ ମଧ୍ୟ ସୁରକ୍ଷିତ ଋଣଦାତାମାନେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିବା ଫ୍ୟୁଚର ଗ୍ରୁପ୍‌ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଥିଲା। ଏହି ପରିପେକ୍ଷୀରେ ଆର୍‌ଆଇଏଲ୍‌ ପକ୍ଷରୁ ଚୁକ୍ତି ରଦ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର,୪।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ୧୧ତମ ଶାମ୍ଭବୀ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି...

ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ

ଭୁବନେଶ୍ୱର,୪।୫: ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ୧୫.୬୨% ବୃଦ୍ଧି ପାଇ ୧,୮୬,୮୭୭ କୋଟି ଟଙ୍କାରେ ପହଞ୍ଚତ୍ଛି।...

ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ସହ ପତଞ୍ଜଳିର ଚୁକ୍ତି

ଭୁବନେଶ୍ୱର,୪।୫(ଅନୁରାଧା ମହାରଣା): ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ (ପିଆର୍‌ଏଫ୍‌) ଏବଂ ଚେନ୍ନାଇର ଏସ୍‌ଆର୍‌ଏମ୍‌ ସେଣ୍ଟର ଫର୍‌ କ୍ଲିନିକାଲ ଟ୍ରାଏଲ ଆଣ୍ଡ ରିସର୍ଚ୍ଚ ବା ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ମଧ୍ୟରେ ଏକ...

କମିଲା ଅଶୋଧିତ ତୈଳ ଦର: ରୁଷିଆରୁ ଅଶୋଧିତ ତୈଳ ଆମଦାନୀ

ଭୁବନେଶ୍ୱର,୪।୫ (ଅନୁରାଧା ମହାରଣା): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୮୦ ଡଲାରରୁ ତଳକୁ ଖସିଛି। ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୮.୯୯...

ରେକର୍ଡ ପରିମାଣର ବିଦ୍ୟୁତ୍‌ ଚାହିଦା ପୂରଣ

ଭୁବନେଶ୍ୱର,୪।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍‌’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍‌ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍‌ ଚାହିଦାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri