ଭାରସାମ୍ୟ ହରାଇ ରାସ୍ତା କଡ ରେଲିଂରେ ଘୋଷାଡିହେଲା ସ୍କୁଟି , ଜୀବନ ଶଙ୍କଟରେ

ନନ୍ଦପୁର, ୧୮।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାର ସେମିଳିଗୁଡା–ହାଣ୍ଡିପୁଟ ସଂଯୋଗୀ ଏମଡିଆର–୫୫ ରାସ୍ତାର ମାରଡ଼ା ବ୍ରିଜ୍ ନିକଟରେ ଥିବା ମୋଡ଼ରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣ ଯୁବକ ଆହତ ହୋଇଛନ୍ତି।

ଓଡ଼ି–୧୦–ଏସି–୨୫୪୪ ନମ୍ବର ବିଶିଷ୍ଟ ସ୍କୁଟିରେ ଯାଉଥିବା ଦେବରାଜ ବୁରୁଡ଼ି (୧୯) ଓ ସହଯାତ୍ରୀ ଅନନ୍ତ ବୁରୁଡ଼ି (୨୦) ଏହି ଦୁର୍ଘଟଣାରେ ଆହତ ହୋଇଥିଲେ। ନିୟନ୍ତ୍ରଣ ହରାଇବାରୁ ସ୍କୁଟିଟି ମୋଡ଼ରେ ପଡ଼ିଯାଇଥିବା ଅନୁମାନ କରାଯାଉଛି।

ସ୍ଥାନୀୟ ଯୁବକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଦୁଇଜଣଙ୍କୁ ଉଦ୍ଧାର କରି ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତରମାନେ ପ୍ରାଥମିକ ଚିକିତ୍ସା କରିଥିଲେ।

ଅନନ୍ତଙ୍କ ସ୍ଥିତି ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଦେବରାଜ ବୁରୁଡ଼ିଙ୍କ ଘର ଖୁଡ଼ୁବ ଗ୍ରାମରେ ହୋଇ ଥିବା ବେଳେ ଅନନ୍ତ ବୁରୁଡ଼ି ପ୍ରଧାନୀପୁଟ ଗ୍ରାମର ବାସିନ୍ଦା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୬୨୦ ଫୁଟ ଟପିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ୍‌

ସମ୍ବଲପୁର,୧୮।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ କରିଛି।…

ଏକାସାଙ୍ଗରେ ଗଠନ ହେବ ୬ ଗ୍ରହଙ୍କ ବିରଳ ମହାସଂଯୋଗ: ମାଲାମାଲ ହେବେ କର୍କଟ ସମେତ ଏହି ୬ ରାଶି

ଗ୍ରହ ଗୋଚର ଦୃଷ୍ଟିରୁ ସେପ୍ଟେମ୍ବର ମାସର ପ୍ରଥମ ତାରିଖ ଅତ୍ୟନ୍ତ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ଦିନ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ…

ଯାହାକୁ ରଖିବେ ଅନନ୍ତ : ତାଳଗଛକୁ ଆଶ୍ରୟ କରି ବନ୍ୟା ପାଣିରେ ୫ ଦିନ ପରେ, ମୁଣ୍ଡ ଦେଖି…

ଧାମନଗର, ୧୮।୮ (ସନ୍ତୋଷ କୁମାର ମହାପାତ୍ର): ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଯୋଗୁ ବୈତରଣୀ ଓ ଏହାର ଶାଖା ନଦୀ କୋଚିଳା, ଗେଙ୍ଗୁଟି, କଣ୍ଡିଆ,…

‘ମଦ ପିଇ ସ୍କୁଲ ଆସୁଥିଲେ ପ୍ରଧାନଶିକ୍ଷକ’, ଅଭିଜିତ ଦୀପକେଙ୍କ ଚେତାବନୀ ପରେ…

ନୂଆଦିଲ୍ଲୀ, ୧୮।୮: କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ‘ସ୍କୁଲ ଠିକ କର’ ଅଭିଯାନ ଚଳାଉଛି। ଏହି ମଧ୍ୟରେ ମହାରାଷ୍ଟ୍ରର ହିଙ୍ଗୋଲି ଜିଲାର ଏକ ସ୍କୁଲରେ…

ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି: ଲୁଟିନେଲେ ୫୦ ତୋଳା ସୁନା, ନଗଦ ଟଙ୍କା

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଦୁଇ ଘରୁ ପ୍ରାୟ ୫୦ ତୋଳା ସୁନା ଅଳଙ୍କାର…

‘ଫାଶୀ ଦିଅ କିମ୍ବା ଜେଲ ପଠାଅ, ମୁଁ…’, କଂଗ୍ରେସ ନେତାଙ୍କ ବୟାନକୁ ନେଇ ରାଜନୀତି ହଲଚଲ

ନୂଆଦିଲ୍ଲୀ, ୧୮।୮: ବନ୍ଦେ ମାତରମ’ର ସମ୍ପୂର୍ଣ୍ଣ ଛନ୍ଦ ଗାନକୁ ନେଇ ଜାରି ରହିଥିବା ରାଜନୈତିକ ହଙ୍ଗାମା ମଧ୍ୟରେ କର୍ନାଟକ କଂଗ୍ରେସ ସଭାପତି ବି.କେ. ହରିପ୍ରସାଦ ବଡ଼ ବୟାନ…

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସହାୟତା ଘୋଷଣା: ବାସନକୁସନ-ପୋଷାକ ବାବଦକୁ ମିଳିବ…

ଭୁବନେଶ୍ୱର,୧୮।୮: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କ୍ଷୁଦ୍ର ଚାଷୀଙ୍କୁ ହେକ୍ଟର ପିଛା…

ଗଞ୍ଜେଇ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ମାଡିବସିଲା ଅଡବା ପୋଲିସ, ୭ କ୍ୱିଣ୍ଟାଲ ଜବତ

ମୋହନା,୧୮।୮(ମନ୍ମଥ ମିଶ୍ର): ଜଙ୍ଗଲରୁ ବାହାରିଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଆଟାପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri