Odisha Elections 2024

ଘର ଭଡ଼ା

ଜବ୍‌, ବ୍ୟବସାୟ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅଧିକାଂଶ ପରିବାରକୁ ବାହାରେ ଘର ଭଡ଼ା ନେଇ ରହିବାକୁ ହୋଇଥାଏ। ଆବଶ୍ୟକ ସ୍ଥଳେ ବାରମ୍ବାର ଘର ବି ବଦଳାଇବାକୁ ହୋଇଥାଏ। ଏମିତିରେ ଘର ଭଡ଼ା ନେବା ବେଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଦିଗ ପ୍ରତି ଯତ୍ନଶୀଳ ହେବା ବୁଦ୍ଧିମତ୍ତାର କାର୍ଯ୍ୟ…

ଏଗ୍ରିମେଣ୍ଟ ଗୁରୁତ୍ୱପୂର୍ଣ୍ଣ: ବର୍ତ୍ତମାନ ଅନେକ ସ୍ଥାନରେ ଘରଭଡ଼ା ନେବା ବେଳେ ଏଗ୍ରିମେଣ୍ଟ ପେପରରେ ଦସ୍ତଖତ କରିବାକୁ ହେଉଛି। ତେଣୁ ଘର ନେବା ପୂର୍ବରୁ ଉକ୍ତ ପେପରରେ ଘରମାଲିକଙ୍କର କ’ଣ ସବୁ ନିୟମ ଲେଖା ରହିଛି ଭଲ ଭାବେ ପଢ଼ି ନିଅନ୍ତୁ। ଏପରିକି ଘରଭଡ଼ା ସହିତ ଇଲେକ୍ଟ୍ରି ବିଲ୍‌ କିମ୍ବା ଓ୍ବାଟର ବିଲ୍‌, ଆପାର୍ଟମେଣ୍ଟ ହୋଇଥିଲେ ସୋସାଇଟି ଚାର୍ଜ ଇତ୍ୟାଦି ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପରେ ହିଁ ଏଗ୍ରିମେଣ୍ଟ ପେପରରେ ସାଇନ୍‌ କରନ୍ତୁ। ନଚେତ୍‌ ପରବର୍ତ୍ତୀ ସମୟରେ ଅଧିକ ଟଙ୍କା ଦେବାକୁ ପଡ଼ିପାରେ ଏବଂ ଅଯଥା ସମସ୍ୟା ମଧ୍ୟ ଉପୁଜିପାରେ।
ହୁଅନ୍ତୁନି ଠକାମିର ଶିକାର: ନୂଆ ଜାଗାରେ ଘରଭଡ଼ା ଖୋଜିବା ଲାଗି ଅନେକଙ୍କୁ ମଧ୍ୟସ୍ଥଙ୍କ ସାହାଯ୍ୟ ନେବାକୁ ହୋଇଥାଏ। ହେଲେ ବେଳେବେଳେ ଦଲାଲଙ୍କ ହାବୁଡ଼ରେ ପଡ଼ି କେତେଜଣଙ୍କୁ ଠକାମିର ଶିକାର ହୋଇଥିବାର ବି ନଜିର ରହିଛି। କାରଣ କେବେ କେବେ ଦଲାଲମାନେ ନିଜ ପ୍ରାପ୍ୟ ନେବା ପରେ ବି ପ୍ରତିମାସରେ ଭଡ଼ାଟିଆଙ୍କଠୁ ଘରମାଲିକ କହିଥିବା ଟଙ୍କାଠାରୁ ଅଧିକ ନେଇଥାନ୍ତି। ଏକ୍ଷେତ୍ରରେ ଘରମାଲିକଙ୍କ ସହ ଭଡ଼ା ଟଙ୍କା ସମ୍ପର୍କରେ ସିଧାସଳଖ କଥା ହୋଇଯିବା ବୁଦ୍ଧିମତ୍ତାର କାର୍ଯ୍ୟ।
ସୁରକ୍ଷା ପ୍ରତି ରୁହନ୍ତୁ ସଜାଗ: ବର୍ତ୍ତମାନ ଚାରିଆଡ଼େ ଚୋରି ଡକାୟତିର ଆଶଙ୍କା ବହୁତ। ତେଣୁ ଘରଭଡ଼ା ନେବା ବେଳେ ନିରୋଳା କିମ୍ବା ଏକୁଟିଆ ସ୍ଥାନରେ ଥିବା ଘର ନେବା ଠିକ୍‌ ନୁହେଁ। ଘରର କବାଟ, ଝରକା ଆଦି ଠିକ୍‌ ଭାବେ ବନ୍ଦ ହେଉଛି ନା ନାହିଁ ଭଲ ଭାବେ ଦେଖି ନେବା ଦରକାର। ଆଖପାଖରେ ରହୁଥିବା ଲୋକେ କିପରି ଜାଣିବାକୁ ଚେଷ୍ଟା କରିବା ସହ ସମସ୍ତଙ୍କ ସହିତ ସୁସମ୍ପର୍କ ରଖନ୍ତୁ ଯେପରି ଆବଶ୍ୟକ ସ୍ଥଳେ ସେମାନେ ସାହାଯ୍ୟ ପାଇଁ ଆଗେଇ ଆସିବେ।
ଯଥା ସମ୍ଭବ କମ୍‌ ସାମଗ୍ରୀ ରଖନ୍ତୁ: ନିଜ ଘର ହେଉ ଅବା ଭଡ଼ା ବିଭିନ୍ନ ପ୍ରକାର ଫର୍ନିଚର, ଇଲେକ୍ଟ୍ରୋନିକ ସାମଗ୍ରୀ ଏବଂ ଅନ୍ୟାନ୍ୟ ଗୃହସଜ୍ଜା ଉପକରଣ ରଖିବାର ସଉକ ଅନେକଙ୍କର ରହିଛି। ହେଲେ ଭଡ଼ାଘରେ ରହୁଥିଲେ, ପରେ ଶିଫ୍ଟିଂ ବେଳେ ଯେପରି ନଷ୍ଟ ନ ହୁଏ ସେଥିପାଇଁ ଟିଭି, ଫ୍ରିଜ୍‌, ଫ୍ୟାନ୍‌, କମ୍ପ୍ୟୁଟର ଭଳି ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀକୁ ଛାଡ଼ି ଏସି, ମାଇକ୍ରୋଓ୍ବେଭ୍‌, ଗିଜର ଆଦି ସାମଗ୍ରୀ କମ୍‌ ରଖିବାକୁ ଚେଷ୍ଟା କରନ୍ତୁ। ସେହିପରି ଭଡ଼ାଘର ମଝିରେ ମଝିରେ ବଦଳାଇବାକୁ ହେଉଥିବାରୁ ଶିଫ୍ଟିଂ ବେଳେ ଭାଙ୍ଗି ନ ଯିବା ଲାଗି ଅଧିକ ଦାମୀ ଫର୍ନିଚର, କାଚ ଶୋ ପିସ୍‌, ଝୁମର, ଅନ୍ୟାନ୍ୟ ଡେକୋରେଟିଭ ଲାଇଟ୍‌ ଆଦି ସାମଗ୍ରୀ ନ ରଖିବା ଭଲ।
ରଖନ୍ତୁନି ବଡ଼ ଗାଡ଼ି : ଭଡ଼ାଘରେ ରହୁଥିଲେ ସଉକ ପାଇଁ ଏକାଧିକ ଗାଡ଼ି ବିଶେଷକରି ଚାରିଚକିଆ ଯାନ ନ କିଣିବା ଭଲ। କାରଣ ଅନେକ ଭଡ଼ାଘରେ ପାର୍କିଂ ପାଇଁ ପର୍ଯ୍ୟାପ୍ତ ଜାଗା ନ ଥାଏ। ତେଣୁ ଗାଡ଼ି ରଖିବା ନିହାତି ଆବଶ୍ୟକ ଥିଲେ ପ୍ରଥମେ ପାର୍କିଂ ବ୍ୟବସ୍ଥା ଦେଖିବା ପରେ ଭଡ଼ା ନିଅନ୍ତୁ ନଚେତ୍‌ ଆପଣଙ୍କୁ ରାସ୍ତାକଡ଼ରେ ଗାଡ଼ି ରଖିବାକୁ ପଡ଼ିପାରେ, ଯାହାକି ଉଭୟ ଅବୈଧ ଏବଂ ବିପଦପୂର୍ଣ୍ଣ।
ପୋଷା ଜୀବଜନ୍ତୁ: ଘରେ ପୋଷା ଜୀବଜନ୍ତୁ ରଖିବାର ସଉକ ଅନେକଙ୍କର ରହିଛି। ହେଲେ ଯଦି ଆପଣ ଭଡ଼ା ଘରେ ରହୁଛନ୍ତି ତେବେ ପୋଷା ଜୀବଜନ୍ତୁ ନ ରଖିବା ଭଲ। କାରଣ ଅନେକ ଘର ମାଲିକ କୁକୁର, ବିଲେଇ ଆଦି ନିଜ ଘରେ ରଖିବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ପ୍ରଥମେ ଏ ବାବଦରେ ବୁଝିନେବା ଭଲ।

କ’ଣ କୁହନ୍ତି ଏମାନେ…

ହରପ୍ରିୟା ମହାରଣା(ଗୃହିଣୀ, ଭୁବନେଶ୍ୱର)- ଏବେ ଆମେ ଭୁବନେଶ୍ୱରରେ ଘର ଭଡ଼ା ନେଇ ରହୁଛୁ। କଲୋନିରେ ସମସ୍ତେ ଆମେ ମିଶିକି ରହୁଛୁ ସତ, ହେଲେ ମନରେ ଚୋରି ହେବାର ଭୟ ବହୁତ ରହୁଛି। ଆମେ ଯେବେ ବି ଗାଁକୁ ଯାଉ କିମ୍ବା କୌଣସି ବାହାର ଜାଗାକୁ ବୁଲିବାକୁ ଯାଉ ଘରକୁ ଚାବି ଦେଇ ଯାଇଥାଉ। ବେଶି ଦିନ ନ ରହି ୨-୩ ଦିନରେ ଫେରିଆସୁ। ବେଶି ରାତି ଯାଏଁ ଘରର ଗେଟ୍‌ କେବେ ବି ଖୋଲା ରଖେନି। ସବୁବେଳେ ନିଜ ପାଖେ ଏମରଜେନ୍ସି ନମ୍ବର କିଛି ରଖିଥାଏ। ବାହାରେ ରହୁଥିବାରୁ ଆମେ ଆମ ସୁରକ୍ଷା ପାଇଁ ଏବେ ଗୋଟେ କୁକୁର ରଖିଛୁ ।

ଅନିତା ଦାସ (ଗୃହିଣୀ, ପୁରୀ)- ୫ବର୍ଷ ହେଲାଣି ଭଡ଼ାଘରେ ରହୁଛି। ଏଇ ଭିତରେ ୨ଟି ଘର ବଦଳାଇ ସାରିଲିଣି। ତେବେ ପରିବାର ସହିତ ରହୁଥିବାରୁ ଘର ଭଡା ନେବା ପୂର୍ବରୁ ଘରର କବାଟ, ଝରକା, ପାଣି ବ୍ୟବସ୍ଥା ଆଦି ଠିକ୍‌ ଅଛି କି ନାହିଁ ଦେଖେ। ସୁରକ୍ଷା ଦୃଷ୍ଟିରୁ ଆଖପାଖରେ ରହୁଥିବା ଲୋକେ ଭଲ ହେବା ପ୍ରତି ଗୁରୁତ୍ୱ ଦିଏ ଏବଂ ସଭିଙ୍କ ସହ ସୁସମ୍ପର୍କ ରଖେ। ଏହା ଛଡା ଯିବାଆସିବା କରିବାକୁ ସୁବିଧା ହେବା ଲାଗି ଘରର ଲୋକେଶନକୁ ମଧ୍ୟ ଗୁରୁତ୍ୱ ଦିଏ। ଏସବୁ ବ୍ୟତୀତ ପ୍ରତି ମାସରେ ଭଡା ଦେବାରେ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାରୁ ଘର ଖର୍ଚ୍ଚ ଦେଖିଚାହିଁ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଭୁଲ୍‌ରେ ବି ରଖନ୍ତୁ ନାହିଁ ଏସବୁ ଜିନିଷ; ମାଡ଼ିଆସିବ ବିପଦ, ବଢ଼ିବ ଅଶାନ୍ତି…

ଜାଣତରେ ହେଉ ଅବା ଅଜାଣତରେ ଆମ ଘରେ ଏମିତି କିଛି ଜିନିଷ ରହିଯାଇଥାଏ; ଯାହା ଗୃହରେ ନକାରାତ୍ମକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଫଳରେ...

ବାସ୍ତୁ ଅନୁଯାୟୀ ଘରର କେଉଁ ରୁମ୍‌ରେ କି ରଙ୍ଗ ଦେଲେ ଶୁଭ? ବଢ଼ିବ ସୁଖଶାନ୍ତି, ଦୂର ହେବ…

ଘରକୁ ଆକର୍ଷଣୀୟ କରିବା ପାଇଁ ଏହାର ପ୍ରତି ରୁମ୍‌ ତଥା କାନ୍ଥ ଓ ଛାତରେ ଆମେ ବିଭିନ୍ନ ପ୍ରକାରର ରଙ୍ଗ ଦେଇଥାଉ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ,...

ଚାଣକ୍ୟ କହିଥିବା ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର, ରହିବ ମା’ ଲକ୍ଷ୍ମୀଙ୍କ କୃପା…

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ...

କେମିତି କମାଇବେ ଘର ଖର୍ଚ୍ଚ: ଆପଣାନ୍ତୁ ଏହି ଟିପ୍ସ

ବେଳେବେଳେ ସ୍ବାମୀଙ୍କର ଖର୍ଚ୍ଚୀ ସ୍ବଭାବ ଘରର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଥାଏ। ଏଥିପାଇଁ ଅନେକ ସମୟରେ ସୁରୁଖୁରୁରେ ଘର ଚଳାଇବା ସମସ୍ୟା ହୋଇପଡେ ଗୃହିଣୀଙ୍କ ପାଇଁ।...

ଯନ୍ତ୍ରଣାର ଉତ୍ସ ଭାରିକୋଜ୍‌ ଭେନ୍‌

ଯନ୍ତ୍ରଣା ଭରା ଅବସ୍ଥାରେ ଭାରିକୋଜ୍‌ ଭେନ୍‌କୁ ଠାବ କରାଯାଇଥାଏ। ଏହି ଭେନ୍‌ ପ୍ରାୟତଃ ସମସ୍ତଙ୍କ ପାଖେ ଦେଖାଯାଇ ନ ଥାଏ। ଏପରି ଭେନ୍‌ ସାଧାରଣ ଭେନ୍‌...

ବିଲୁପ୍ତି ପଥେ କାଳବୈଶାଖୀ

ଖରାଦିନର ଏକ ଉତ୍ତପ୍ତ ଅପରାହ୍ନ। ଧୁ ଧୁ ମୁଣ୍ଡଫଟା ଖରା, ପ୍ରବଳ ଗରମ, ଗୁଳୁଗୁଳି ଓ ଝାଞ୍ଜି ପବନରେ ଅତିଷ୍ଠ ସାଧାରଣ ଜନଜୀବନ। ପିଲାମାନେ ଯାଇଥାନ୍ତି...

ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଇବା ଆଦୌ ଠିକ୍‌ ନୁହେଁ, ଜାଣନ୍ତୁ…

ଶରୀରକୁ ସୁସ୍ଥ ରଖିବାରେ ପାଣିର ଭୂମିକା ଯଥେଷ୍ଟ ରହିଥାଏ। କୁହାଯାଏ, ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରତିଦିନ ୬ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ।...

କେଉଁ ଦିଗକୁ ମୁହଁ କରି ଭୋଜନ କରିବା ଶୁଭ? ଜାଣନ୍ତୁ ମିଳିବ କି ଫଳ…

ହିନ୍ଦୁ ଧର୍ମରେ ପ୍ରତ୍ୟେକ କଥା ପାଇଁ କିଛି ନା କିଛି ନିୟମ ରହିଛି। ଏପରିକି ଭୋଜନ କରିବା ସମୟରେ ମଧ୍ୟ ଆମକୁ କିଛିଟା ନିୟମ ମାନିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri