ପ୍ରେଗ୍ନେସିକୁ ନେଇ ବଡ ରାଜ ଖୋଲିଲେ ସୋନମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁର ଏବେ ମା’ ହେବାର ଅନୁଭୁତିକୁ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରୁଛନ୍ତି । ଅଭିନେତ୍ରୀ ଖୁବଶୀଘ୍ର ଆନନ୍ଦ ଆହୁଜାଙ୍କ ପିଲାର ମା’ ହେବାକୁ ଯାଉଛନ୍ତି । ବିବାହାର ୪ ବର୍ଷ ପରେ ସୋନମ ଗର୍ଭବତୀ ହୋଇଛନ୍ତି । ଏବେ ସେ ତାଙ୍କର ପ୍ରେଗ୍ନେସି ଅନୁଭବକୁ ଶେୟାର କରୁଛନ୍ତି । ଯଦିଓ ଏବେ ସେ ଖୁସି ଅଛନ୍ତି କିନ୍ତୁ ପ୍ରେଗ୍ନେସି ଆରମ୍ଭ ତାଙ୍କ ପାଇଁ ବଡ କଠିନ ଥିଲା ବୋଲି ସେ କହିଛନ୍ତି ।
ନିକଟରେ ଏକ ସାକ୍ଷାତ୍‌କାରରେ ସୋନମ କହିଛନ୍ତି ଗର୍ଭାବସ୍ଥାର ପ୍ରଥମ ୩ ମାସ ମୋ ପାଇଁ ବଡ କଷ୍ଟକର ସମୟ ଥିଲା । ସମସ୍ତେ ଗର୍ଭାବସ୍ଥାକୁ ନେଇ ଭଲ କଥା ହୋଇଥାଆନ୍ତି । ହେଲେ କେହି କେବେ କହି ନାହାନ୍ତି ଏହା କେତେ କଷ୍ଟକର । ଯଦି ଆପଣ ଆପଣଙ୍କ ଭିତରେ ଆଉ ଏକ ଜୀବନ ଆଣିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣ ଆପଣଙ୍କୁ ସମ୍ମାନ କରିବାକୁ ପଡିବ ।
ଏହାସହ ସେ କିପରି ପତି ଆନନ୍ଦ ଆହୁଜାଙ୍କ ସହ ପ୍ରେଗ୍ନେସିକୁ ନେଇ ପ୍ଲାନିଂ କରିଥିଲେ ତାହା ମଧ୍ୟ ଖୋଲାଖୋଲି ଭାବେ କଥା ହୋଇଛନ୍ତି । ସୋନମ କହିଛନ୍ତି ଆମେ ଦୁହେଁ ବିବାହ ପରେ ସ୍ଥିର କରିଥିଲୁ ୨ ବର୍ଷ ପର୍ଯ୍ୟନ୍ତ ବେବି ପ୍ଲାନିଂ କରିବୁ ନାହିଁ ଆମେ ଏହି ୨ ବର୍ଷ ଏନଜୟ କରିବୁ । ତାହାହିଁ ହେଲା । ଆସନ୍ତା ମେ’ରେ ଆମ ବିବାହକୁ ୪ ବର୍ଷ ପୂରଣ ହୋଇଯିବ । ତେବେ ୨ ବର୍ଷ ପରେ ଆମେ ବେବି ପ୍ଲାନିଂ ଆରମ୍ଭ କରିଦେଇଥିଲୁ ଆଉ ଏହା ପୂରଣ ହୋଇଗଲା । ଏହା ଆମ ପାଇଁ ଗୋଟିଏ ବଡ ଆଶୀର୍ବାଦ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ...

ରାଗିଲେ କରନ୍‌ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri