କମଳ ଦେଶର ରାଜକୁମାର

କଳାକାର ଜୀବନର ପ୍ରାରମ୍ଭରେ ପ୍ରଫୁଲ୍ଲ କର ଗାଇଥିଲେ ‘କମଳ ଦେଶର ରାଜକୁମାର ମୁଁ, ହାତରେ ପୁଷ୍ପ ଧନୁ..’। ଏହି ଗୀତଟି ତାଙ୍କୁ ବେଶ୍‌ ଲୋକପ୍ରିୟ କରାଇଥିଲା। ଏହାପରେ ସେ କମଳ ଦେଶର ରାଜକୁମାର ଭାବେ ଘରେ ଘରେ ପରିଚିତ ହୋଇଯାଇଥିଲେ। ତାଙ୍କ ସଙ୍ଗୀତ ଓ ସାହିତ୍ୟ ଜୀବନ, ସମ୍ମାନ, ଉପାଧିକୁ ନେଇ ଏହି ଉପସ୍ଥାପନା।

ରେ ଆତ୍ମନ୍‌…

ଶତ ସୂରିଲା ଗୀତର ସ୍ରଷ୍ଟା ପ୍ରଫୁଲ୍ଲ କର। ଚଳଚ୍ଚିତ୍ର ସଙ୍ଗୀତ, ଲଘୁ ସଙ୍ଗୀତ, ଭକ୍ତି ସଙ୍ଗୀତ ଏବଂ ଓଡ଼ିଶୀ ସଙ୍ଗୀତର ସେ ଥିଲେ ଶ୍ରେଷ୍ଠ କଳାକାର। ସେ ଗାଇଥିବା କମଳ ଦେଶର ରାଜକୁମାର ମୁଁ, ମିଳନ୍ତା କି ମତେ ଉଡ଼ନ୍ତା ଥାଳିଆ, ମୁଁ ତ ନିରୀହ କେରାଣ୍ଡି ମାଛ, ହଇରେ ଫୁଲଗଛ, ନା ନା ମୋତେ ପ୍ରେମ କରନା, କାଳୀ କପାଳି ନରମୁଣ୍ଡ ମାଳି…. ଭଳି ଗୀତ ଶ୍ରୋତାଙ୍କ ହୃଦୟରେ ରାଜ୍‌ କରିଥିଲା। ୧୯୭୫ ମସିହାର ଓଡ଼ିଆ ଚଳଚ୍ଚିତ୍ର ‘ମମତା’ଥିଲା ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାର ପ୍ରଥମ କଥାଚିତ୍ର। ଏହାର ସବୁ ଗୀତ ଶ୍ରୋତାଙ୍କ ଭଲପାଇବା ସାଉଁଟିଥିବାବେଳେ ‘ରେ ଆତ୍ମନ ନିଦ୍ରା ପରିହାରି’ ସଙ୍ଗୀତ ଜଗତର ଶ୍ରେଷ୍ଠ ଗୀତ ତାଲିକାରେ ସ୍ଥାନିତ ହୋଇଛି। ସେହିପରି ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ବଳିଦାନ, ସତୀ ଅନସୂୟା, ରାମାୟଣ, ମାନସୀ, ପୂଜା, ଗୌରୀ, ତପସ୍ୟା, ବତୀଘର, ସମୟ ବଡ଼ ବଳବାନ, ହିସାବ ନିକାଶ ଓ ଭୁଲି ହୁଏନା ଆଦି ଲୋକପ୍ରିୟ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସେ ଖ୍ୟାତି ଅର୍ଜନ କରିଥିଲେ। ଏଥିସହ ବହୁ ଜଗନ୍ନାଥ ଭଜନ ଓ ଜଣାଣ ସୃଷ୍ଟି ତାଙ୍କ ଅନନ୍ୟ ପ୍ରତିଭାର ପରିଚୟ ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶିତ ଭଜନ କ୍ୟାସେଟ ‘ପ୍ରଭୁକୃପା’ ଆଜି ବି ସଙ୍ଗୀତ ଜଗତରେ ବେଶ୍‌ ଲୋକପ୍ରିୟ ହୋଇ ରହିଛି। ସେଥିରେ ‘କାଳିଆ ମୋ ଦେହେ ବୋଳିଦେ ତୋ ଦେହ କଳା’ ଓ ‘ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି’ ଆଜି ମଧ୍ୟ ଶ୍ରୋତାଙ୍କୁ ଆନମନା କରିଥାଏ।

ଶିକ୍ଷା ଓ ପରିବାର
ପୁରୀର ଗଦାଧର ହାଇସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ସେ ଶିକ୍ଷାଗ୍ରହଣ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଇନରେ ସ୍ନାତକ ପରେ ମହାରାଷ୍ଟ୍ରର ଅଖିଳ ଭାରତୀୟ ଗାନ୍ଧର୍ବ ମହାବିଦ୍ୟାଳୟରେ ଗୁରୁ ମାର୍କଣ୍ଡେୟ ମହାପାତ୍ର, ପଣ୍ଡିତ କେ. ଆଦିନାରାୟଣ, ପଣ୍ଡିତ ଜେ.ଭି.ଏସ୍‌.ରାଓଙ୍କ ତତ୍ତ୍ୱାବଧାନରେ ସେ ସଙ୍ଗୀତ ବିଶାରଦ ଉପାଧି ପାଇଥିଲେ। ସ୍ତ୍ରୀ ମନୋରମା କର, ଦୁଇପୁଅ ମହାଦୀପ ଓ ମହାପ୍ରସାଦ କର ଏବଂ ଝିଅ ସନ୍ଧ୍ୟାଦୀପାଙ୍କୁ ନେଇ ତାଙ୍କ ସଂସାର। ମହାଦୀପ ଜଣେ ଗିଟାର ଓ ହାରମୋନିୟମ ବାଦକ ଏବଂ ସାନପୁଅ ମହାପ୍ରସାଦ ଜଣେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ। ଝିଅ ସନ୍ଧ୍ୟାଦୀପା ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ।

ଉପାଧି:

ସଙ୍ଗୀତ ଜଗତର ଏହି ପ୍ରଚଣ୍ଡ ପ୍ରତିଭାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ କେତେକ ଉପାଧିରେ ଭୂଷିତ କରାଯାଇଛି। ସେଥିମଧ୍ୟରେ ରହିଛି ଚିନ୍ତା ଓ ଚେତନା ପକ୍ଷରୁ ପଦ୍ମକେଶରୀ, ଉତ୍କଳ ଯୁବ ସାଂସ୍କୃତିକ ସଂଘ ଦ୍ୱାରା ସଙ୍ଗୀତ ଭୂଷଣ, କଳିଙ୍ଗ ସଂସ୍କୃତି ତରଫରୁ ଉତ୍କଳ ଜ୍ୟୋତି, ବାଳକୃଷ୍ଣ ଦାସ ଫାଉଣ୍ଡେଶନ ପକ୍ଷରୁ ସଙ୍ଗୀତ ସରସ୍ବତୀ। ସେହିପରି ହଣ୍ଟସଭିଲେ କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ପଣ୍ଡିତ, ବଳଦେବଜୀ ସେବକ ସଂଘ ଦ୍ୱାରା କଣ୍ଠ ରତ୍ନ, ଏସ୍‌ସିଏଆର୍‌ଟି ପକ୍ଷରୁ ସଙ୍ଗୀତ ସମ୍ରାଟ, କଟକ ଫ୍ରେଣ୍ଡସ୍‌ କ୍ଲବ ତରଫରୁ ସଙ୍ଗୀତ ସନ୍ଧିପଣୀ, ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ ପରିଷଦ ଦ୍ୱାରା ସ୍ବରବ୍ରହ୍ମ ଉପାଧି ପାଇଥିଲେ।

ସମ୍ମାନ:

୨୦୧୫ରେ ସେ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ରେ ବିଭୂଷିତ ହୋଇଥିଲେ। ଜୀବନବ୍ୟାପୀ ଅବଦାନ ନିମନ୍ତେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୨୦୦୪ରେ ଜୟଦେବ ପୁରସ୍କାର ପାଇଥିଲେ। ସେହିପରି ୨୦୦୬ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, ୨୦୦୯ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ସାରଳା ସମ୍ମାନ, ୧୯୭୭ରେ ଚଳଚ୍ଚିତ୍ର ଜଗତ ସମ୍ମାନ, ନିତାଇ ପାଲିତ ସମ୍ମାନ, ବାଣୀଚିତ୍ର ସମ୍ମାନ, ୨୦୧୧ରେ ଫିଟ୍‌ଫାଟ୍‌ ବାଇସ୍କୋପ୍‌ ସମ୍ମାନ, ଅନମୋଲ ସଙ୍ଗୀତ ନିର୍ଦ୍ଦେଶକ ସମ୍ମାନ, କଳିଙ୍ଗ ପ୍ରତିଭା ସମ୍ମାନ, ମାୟାଧର ମାନସିଂହ ଶତବାର୍ଷିକୀ ସମ୍ମାନ, ରାଜଧାନୀ ଗୌରବ ସମ୍ମାନ, ସ୍ବର୍ଣ୍ଣ ସଞ୍ଜୀବନୀ ସମ୍ମାନ, ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ସମ୍ମାନ, ପରମ୍ପରା ସମ୍ମାନ, କାଦମ୍ବିନୀ ଭଳି ବହୁ ସମ୍ମାନର ଅଧିକାରୀ ହୋଇଥିଲେ।

 

ପ୍ରଥମ ଚଳଚ୍ଚିତ୍ର ‘ମମତା’ର ସମସ୍ତ ଗୀତ ହିଟ୍‌ ହୋଇଥିଲା
ପ୍ରଫୁଲ୍ଲ କରଙ୍କ ଦେହାନ୍ତ କଥା ବିଶ୍ୱାସ କରି ହେଉନି। ତାଙ୍କ ଗୀତ ଶୁଣିବା ପରେ ମତେ ଲାଗିଲା ଯେ, ଖୁବ ସୁନ୍ଦର ଜଣେ ଓଡ଼ିଆ ଶିଳ୍ପୀ ଆଗକୁ ଆସିଲେ। ୧୯୭୩ରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ମମତା’ର ସମସ୍ତ ଗୀତ ହିଟ୍‌ ହୋଇଥିଲା। ତାଙ୍କ ଅବର୍ତ୍ତମାନରେ ସମସ୍ତେ ତାଙ୍କୁ ଝୁରିବେ। ତାଙ୍କ ବିୟୋଗ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି।
– ଲକ୍ଷ୍ମୀକାନ୍ତ ପାଲିତ

ସଙ୍ଗୀତ ଜଗତର ଦ୍ୱିତୀୟ ସ୍ତମ୍ଭ ଭୁଶୁଡ଼ି ପଡ଼ିଲା
ସଙ୍ଗୀତ ଜଗତର ସେ ଦ୍ୱିତୀୟ ସ୍ତମ୍ଭ ଆଜି ଭୁଶୁଡ଼ି ପଡ଼ିଲା। ସେ ଦେଖାଇଥିବା ବାଟରେ ଆମେ ଗତି କରୁଛୁ। ତାଙ୍କଠାରୁ ବହୁତ କିଛି ଶିଖିବା ଏବଂ ଶୁଣିବା ବାକି ରହିଗଲା। ଜଣେ କବି, ସାହିତ୍ୟିକ, ଗାୟକ ଏବଂ ସ୍ତମ୍ଭକାର ଭାବେ ତାଙ୍କର ଅନେକ ସୁଖ୍ୟାତି ରହିଛି। ଓଡ଼ିଆ ଗୀତ ରହିଁବା ଯାଏ ପ୍ରଫୁଲ୍ଲ କର ଅମର ରହିବେ।
– ଅଭିଜିତ ମଜୁମଦାର

ଦେଶର ଜଣେ ବଡ଼ ସଙ୍ଗୀତଜ୍ଞ
ଆମକୁ ଛାଡ଼ି ଚାଲିଗଲେ
ଦେଶର ଜଣେ ବଡ଼ ସଙ୍ଗୀତଜ୍ଞ ଆମକୁ ଛାଡ଼ି ଚାଲିଗଲେ। ସେ ଯାହା ଭଲପାଇବା ବାଣ୍ଟି ଯାଇଛନ୍ତି ତାହା ଆମ ପାଖରେ ସବୁଦିନ ପାଇଁ ଅଭୁଲା ସ୍ମୃତି ହୋଇରହିବ।
– ଅଭିଜିତ ମିଶ୍ର

ତାଙ୍କ ଭଳି ବ୍ୟକ୍ତିତ୍ୱ ଆଉ ଥରେ ଜନ୍ମ ନେବା କଷ୍ଟକର
ପ୍ରଫୁଲ୍ଲ କରଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ବିରାଟ କ୍ଷତି। ତାଙ୍କ ଭଳି ଏକାଧିକ ଗୁଣର ଅଧିକାରୀ ବ୍ୟକ୍ତିତ୍ୱ ଆଉ ଥରେ ଜନ୍ମ ନେବା କଷ୍ଟକର। ସଙ୍ଗୀତ ଜଗତ ପାଇଁ ତାଙ୍କର ଅବଦାନ ତାଙ୍କୁ ଚିରସ୍ମରଣୀୟ କରି ରଖିବ।
– ଦିଲ୍ଲୀପ ହାଲି


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri