Posted inଜାତୀୟ

ରୋପୱେ ଦୁର୍ଘଟଣା: ୨ ଦିନ ହେବ ଫସି ରହିଥିବା ଲୋକଙ୍କ ନିକଟକୁ ଡ୍ରୋନ ସାହାଯ୍ୟରେ ପଠାଯାଉଛି ଖାଦ୍ୟ ସାମଗ୍ରୀ

ଦେବଘର,୧୨ ।୪: ଝାଡଖଣ୍ଡର ଦେବଘର ରୋପୱେରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ପର୍ଯ୍ୟନ୍ତ ୩୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁର ୧୧ ଜଣ ଫସି ରହିଛନ୍ତି । ଅକାଶ ଏବଂ ପୃଥିବୀ ମଧ୍ୟରେ ଈଶ୍ୱରଙ୍କୁ ଜୀବନ ଭିକ୍ଷା କରୁଥିବା ଲୋକଙ୍କ ମଧ୍ୟରୁ ଆଉ ୧୧ ଜଣଙ୍କୁ ଉଦ୍ଧାର କରିବା ପାଇଁ ମଙ୍ଗଳବାର ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଏବେ ପ୍ରଶ୍ନ ଉଠିଛି ଏତେବଡ ଦୁର୍ଘଟଣା ଘଟିଲା କିପରି । ଯେଉଁ ଟ୍ରଲିରେ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଝାଡଖଣ୍ଡର ଧାର୍ମିକ ନଗରୀ ଦେବଘର ପାହାଡ ଉପରେ ନିର୍ମିତ ମନ୍ଦିର ପର୍ଯ୍ୟନ୍ତ ଯାଇଥାଆନ୍ତି ସେଥିରେ ତ୍ରୁଟି ହେଲା କିପରି ।
ସୂଚନାଯୋଗ୍ୟ, ରବିବାର ଏକାସାଙ୍ଗେ କିଛି ଟ୍ରଲିକୁ ଶ୍ରଦ୍ଧାଳୁଙ୍କ ସହ ପଠାଇ ଦିଆଯାଇଥିଲା । ହଠାତ୍ ରୋପୱେ କେବଲ ଉପରେ ଲୋଡ ପଡିଯାଇଥିଲା । ଫଳରେ ଗୋଟିଏ ରୋଲର ଭାଙ୍ଗି ଯାଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ରୋଲର ଭାଙ୍ଗି ଯିବାରୁ ୩ ଟ୍ରଲି ପାହାଡରେ ପିଟି ହୋଇ ଯାଇଥିଲେ । ସେଥିମଧ୍ୟରୁ ୨ଟି ଟ୍ରଲି ତଳକୁ ଖସି ପଡିଥିଲା । ଏହାସବୁ ଏତେ ଶୀଘ୍ର ହୋଇଥିଲା ଯେ କେହି କିଛି ବୁଝି ପାରି ନ ଥିଲେ । କେତେଜଣ ଶ୍ରଦ୍ଧାଳୁ ଟ୍ରଲିରୁ ବାହାରି ତଳେ ପଡିଯାଇଥିଲେ ।
ଏବେ ପ୍ରାୟ ୨୫୦୦ ଫୁଟ ଉପରେ ପାହାଡ ମଝିରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସେମାନଙ୍କ ନିକଟକୁ ଡ୍ରୋନ୍ ସାହାଯ୍ୟରେ ଖାଦ୍ୟ ସାମଗ୍ରୀ ପଠାଯାଉଥିବା ଜଣାପଡିଛି । କାରଣ ୨ ଦିନ ହେବ ଏତେ ଉଚ୍ଚରେ ଫସି ରହିଥିବା ଲୋକେ ବିନା ଖାଦ୍ୟ ପାନୀୟରେ ଅସୁସ୍ଥ ହୋଇଯିବାର ସମ୍ଭାବନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri