ଶିକ୍ଷକଙ୍କ ଗୋ ସେବା ନିଶା

କେନ୍ଦୁଝର, ୮ା୪ ଶିକ୍ଷକତା କରିବା ସହ ସ୍ବଦେଶୀ ବିଚାର ଧାରା ରଖି ଚାଷ ଓ ଗୋସେବା କରି ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ପାଟଣା ବ୍ଲକ ଡେଣୁଆ ଗ୍ରାମର ଡମ୍ବରୁଧର ମହାନ୍ତ। ମୁରୁସୁଆଁ ନୋଡାଲ ହାଇସ୍କୁଲରେ ହିନ୍ଦି ଶିକ୍ଷକ ଭାବେ କାମ କରିଆସୁଥିବା ଡମ୍ବରୁଧରଙ୍କ ବାପା ସ୍ବର୍ଗତ ବିଶ୍ୱନାଥ ମହାନ୍ତ ଜଣେ ଚାଷୀ ଥିଲେ। ବାପାଙ୍କ ଦେହାନ୍ତ ପରେ ଭାଇମାନଙ୍କ ମଧ୍ୟରେ ଭାଗ ବେଳେ ୨/୩ଟି ଗୋରୁଗାଈ ପାଇଥିଲେ। ଆଜି ତାଙ୍କର ଗୋସେବା ମନୋଭାବ ଯୋଗୁ ଏହି ସଂଖ୍ୟା ୪୮ରେ ପହଞ୍ଚିଛି। ଗୋସେବା ଠାରୁ ଅନ୍ୟ କାୈଣସି ଧାର୍ମିକ କାର୍ଯ୍ୟନାହିଁ। ଏଣୁ ଏହି ସେବା କାର୍ଯ୍ୟରେ ତାଙ୍କ ସ୍ତ୍ରୀ କାଞ୍ଚନମଣୀ ମହାନ୍ତ ସହାୟତା କରିଥାନ୍ତି। ଗୋରୁଗାଈଙ୍କୁ ଖାଦ୍ୟପାନୀୟ ଦେବା ସହ କ୍ଷୀର ଦୁହିଁଥାନ୍ତି।
କ୍ଷୀରକୁ ଘରେ ବ୍ୟବହାର କରିବା ସହ ବଳକା ସ୍ଥାନୀୟ ସୋସାଇଟି ତଥା ସ୍ଥାନୀୟ ଲୋକଙ୍କୁ ବିକିଥାନ୍ତି। ଏଣୁ ଘରେ କ୍ଷୀର, ଦହି ବା ଘିଅର ଅଭାବ ନାହିଁ ା ସେସବୁ ବିକି ଯାହା ମିଳେ ସେଥିରେ ଗୋରୁଗାଈଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିଥାନ୍ତି। ପଶୁ ଚିକିତ୍ସା କେନ୍ଦ୍ର ପକ୍ଷରୁ ଚିକିତ୍ସା ସେବା ମିଳୁଥିଲେ ହେଁ ଏଥିପାଇଁ ସରକାରୀ ପ୍ରୋତ୍ସାହନ କିଛି ମିଳୁନାହିଁ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି।
ଗୋବରରେ ଦୁଇଟି ଗୋବର ଗ୍ୟାସ ପ୍ଲାଣ୍ଟ କରି ରୋଷେଇ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ସେହିପରି ଗୋ ମୂତ୍ରରେ ନିମ୍ବ ପତ୍ର, ଅରଖ ପତ୍ର ମିଶାଇ କୀଟନାଶକ ଔଷଧ ପ୍ରସ୍ତୁତ କରି ନିଜର ବାଡ଼ିବଗିଚାରେ ଉପଯୋଗ କରିଥାନ୍ତି। ସେହିପରି ଖତକୁ ବ୍ୟବହାର କରି ଜୈବିକ ସାର ପ୍ରସ୍ତୁତ କରି ନିଜର ଜମି ଓ ବାଡିବଗିଚାରେ ଫସଲ ତଥା ପନିପରିବା ଚାଷ କରୁଥିବା କୁହନ୍ତି ା
ଶିକ୍ଷକତା ପରେ ବଳକା ସମୟକୁ ଗୋରୁଗାଈଙ୍କ ସେବା ତଥା ବାଡିବଗିଚା, ଚାଷ କାର୍ଯ୍ୟ ଆଦିରେ ବିନିଯୋଗ କରିଥାନ୍ତି ବୋଲି ଡମ୍ବରୁଧର କୁହନ୍ତି। ସେହିପରି ଘରେ ଛେଳି, କୁକୁଡା, ବତକ ମଧ୍ୟ ପାଳନ କରିଛନ୍ତି ା ଆଗକୁ ୧୦୦ ଗୋରୁଗାଈ ରଖିବା ସହ ଜୈବିକ ପ୍ରଣାଳୀ ଚାଷ କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିବା ତଥା ଗୋବର ଦୀପ, ଗୋ ମୂତ୍ରରୁ ଫିନାଇଲ ପ୍ରସ୍ତୁତ କରି ସମସ୍ତଙ୍କୁ ବ୍ୟବହାର ପାଇଁ ସଚେତନତ କରିବା ଆଶା ରଖିଛନ୍ତି। ଡମ୍ବରୁଧରଙ୍କ ଦୁଇ ପୁଅ ଓ ଝିଅ ଅଛନ୍ତି ା ସେମାନେ ପାଠ ପଢୁଛନ୍ତି ା ସେ ପତଞ୍ଜଳୀ ଯୋଗ ସମିତି ଓ ଭାରତ ସ୍ବାଭିମାନର ଜିଲା ପ୍ରଭାରୀ ରହିଥିବା ବେଳେ ସ୍ବଦେଶୀ ସାମଗ୍ରୀର ବ୍ୟବହାର, ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାର ବିକାଶ ପାଇଁ ଚାଲିଥିବା ଜନଆନ୍ଦୋଳନକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri