ଦୌଡ଼ରେ ବିଜେଡିର ୪ କାଉନସିଲର

ଖୋର୍ଦ୍ଧା ଅଫିସ,୭ା୪ : ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ୨୨ ଓ୍ବାର୍ଡ ବିଶିଷ୍ଟ ଖୋର୍ଦ୍ଧା ପୌରପାଳିକାରେ ବିଜେଡି ୧୩ଟି ଆସନରେ ବିଜୟ ଲାଭ କରିଥିବା ବେଳେ ଭାଜପା ୪ଟି ଏବଂ ସ୍ବାଧୀନ ପ୍ରାର୍ଥୀ ୫ଟିରେ ବିଜୟୀ ହୋଇଥିଲେ। ବୁଧବାର ସମସ୍ତ ସ୍ବାଧୀନ କାଉନସିଲର ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛନ୍ତି। ଫଳରେ ଦଳର ସଂଖ୍ୟା ୧୮ରେ ପହଞ୍ଚିଛି। ତେବେ ଉପାଧ୍ୟକ୍ଷ ପଦ ପାଇଁ ବିଜେଡିରୁ ୪ଜଣ କାଉନସିଲର ଅମିୟ କୁମାର ମହାନ୍ତି, ଅଜିତ ମହାପାତ୍ର, ସୌର୍ଯ୍ୟରଞ୍ଜନ ମହାନ୍ତି, ପ୍ରବୀଣା ଜଗଦ୍ଦେବ ରାୟ ଆଶାୟୀ ରହିଛନ୍ତି।

ପୌର ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉପାଧ୍ୟକ୍ଷ ପାଇଁ ନିର୍ବାଚିତ କାଉନସିଲରମାନେ ମତଦାନ କରିବେ। ଏହି ପଦବୀ ସାଧାରଣ ବର୍ଗ ପାଇଁ ସଂରକ୍ଷିତ ରହିଛିି। ତେଣୁ ଏହି ଆସନରେ ନିଜ ସମର୍ଥକଙ୍କୁ ବସାଇବା ପାଇଁ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଓ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ମଧ୍ୟରେ ଛକାପଞ୍ଝା ଲାଗିିଥିବା ଜଣାପଡ଼ିଛି। ପୂର୍ବରୁ ନିର୍ବାଚିତ ଦଳୀୟ କାଉନସିଲରଙ୍କ ମଧ୍ୟରୁ ଏକାଧିକ ବିଧାୟକ ସାହୁଙ୍କ ସମର୍ଥକ ଏବଂ ସ୍ବାଧୀନ କାଉନସିଲର ମଧ୍ୟ ତାଙ୍କ ହାତରେ ରହିଥିବା ଚର୍ଚ୍ଚା ହେଉଥିଲା। ଫଳରେ ବିଧାୟକ ସାହୁଙ୍କ ନିକଟରେ ଅଧିକ କାଉନସିଲରଙ୍କ ସମର୍ଥନ ରହିଥିବା ଆଲୋଚନା ହେଉଥିଲା। ଏପରି କି ସେ ନିର୍ବାଚିତ ପ୍ରବୀଣା ଜଗଦ୍ଦେବଙ୍କ ପାଇଁ ଲବି କରୁଥିବା କୁହାଯାଉଛି। ତେବେ ବିଧାୟକ ସାହୁ ଏହାକୁ ଖଣ୍ଡନ କରିଛନ୍ତି। ଉପାଧ୍ୟକ୍ଷ କିଏ ହେବ ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି। ଅନ୍ୟପଟେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଖୋର୍ଦ୍ଧା ଏବଂ ଟାଙ୍ଗୀ ବ୍ଲକର ଚେୟାରମ୍ୟାନ ପଦବୀରେ ବିଧାୟକ ସାହୁ ନିଜ ସମର୍ଥକଙ୍କୁ ବସାଇବାରେ ସକ୍ଷମ ହୋଇଛନ୍ତି। ତେଣୁ ଉପାଧ୍ୟକ୍ଷ ମଧ୍ୟ ହାତେଇବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ସ୍ବାଧୀନ କାଉନସିଲର ବିଜେଡିରେ ସାମିଲ ପରେ ସବୁ କିଛି ଓଲଟପାଲଟ ହୋଇଯାଇଛି। ଏବେ ଦଳ ଯାହା ଉପରେ ମୋହର ମାରିବ, ସେ ଉପାଧ୍ୟକ୍ଷ ହେବା ନିଶ୍ଚିତ। ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି, ଉପାଧ୍ୟକ୍ଷ ପାଇଁ ୪ ଆଶାୟୀଙ୍କ ନଁା ଆସିଛି। ଏ ସମ୍ପର୍କରେ ଦଳ ଯାହା ନିଷ୍ପତ୍ତି ଗ୍ରହଣ କରିବ। ଅନ୍ୟପଟେ ବିଧାୟକ ମିତ୍ର ଦଳୀୟ ଟିକେଟରୁ ନିର୍ବାଚିତ ହୋଇଥିବା ସୌର୍ଯ୍ୟରଞ୍ଜନ ମହାନ୍ତିଙ୍କୁ ଉପାଧ୍ୟକ୍ଷ ଆସନରେ ବସାଇବା ପାଇଁ ଲବି କରିଥିବା ଚର୍ଚ୍ଚା ହେଉଛି। ବିଧାୟକ ମିତ୍ର ଏହାକୁ ଖଣ୍ଡନ କରିଛନ୍ତି। ମୁଁ କାହା ପାଇଁ ଦଳ ସହିତ କଥାବାର୍ତ୍ତା କରିନାହିଁ। ତେବେ ଗୁରୁବାର ଦଳ କାହା ଉପରେ ଭରସା କରିବ, ତାହାକୁ ନେଇ ସବୁଠି ଉତ୍କଣ୍ଠା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର

ଭୁବନେଶ୍ୱର/ହିଞ୍ଜିଳିକାଟୁ/ଶେରଗଡ଼/ଖଲ୍ଲିକୋଟ,୮ା୫(ଅନିଲ ଦାସ/ ଦ୍ୱିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟନାରାୟଣ ଦାଶ/ପ୍ରଶାନ୍ତ ମିଶ୍ର):କିଛିଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ଭାଜପାକୁ ଯଦି ପଚାରିବେ...

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

ବିଧାୟକ ପ୍ରାର୍ଥୀଙ୍କ ଫଟୋରେ ଜୋତାମାଳ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀର କିଶୋର ଦାଶ),୮ା୫:କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକଙ୍କ ଫଟୋରେ କେହି ଜୋତାମାଳ ଝୁଲାଇବା...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri