ଆସ୍ଥାନରେ ଚାଦର ଚଢ଼ାଇଲେ ଶ୍ରଦ୍ଧାଳୁ

ବାଲେଶ୍ୱର ଅଫିସ, ୧।୪

ବାଲେଶ୍ୱର ଜିଲାର ଭାଇଚାରାର ପ୍ରତୀକ ସହରର ସୁନହଟ ସ୍ଥିତ ‘ବାବା ଭୁଜାଖିଆ ପୀରଙ୍କ ୩ ଦିନିଆ ୭୮ତମ ବାର୍ଷିକ ଉତ୍ସବ ‘ଉର୍ସ’ ଉଦ୍‌ଘାଟିତ ହୋଇଯାଇଛି। ପ୍ରତିବର୍ଷ ମାର୍ଚ୍ଚ ଶେଷ ବୁଧବାର, ଗୁରୁବାର, ଶୁକ୍ରବାର ୩ ଦିନ ଧରି ବାବାଙ୍କ ଏହି ପୀଠରେ ବାର୍ଷିକ ଉତ୍ସବ ପାଳିତ ହୋଇଥାଏ। ରାଜ୍ୟ ତଥା ରାଜ୍ୟ ବାହାରୁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ହଜାର ହଜାର ଶ୍ରଦ୍ଧାଳୁ ନିଷ୍ଠାର ସହ ପୀରବାବାଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ଆସନ୍ତା ଏପ୍ରିଲ ୧ତାରିଖ ପର୍ଯ୍ୟନ୍ତ ୩ଦିନ ବାବାଙ୍କ ଉର୍ସ ଉତ୍ସବ ପାଳନ ହେଉଥିବା ବେଳେ ଉତ୍ସବର ପ୍ରଥମ ଦିନରେ ଗୋସାଲ, କୋରାନ୍‌ ପାଠ, ମିଲାତ ସରିଫ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସ୍ଥାନୀୟ ପରମିଟ୍‌ ଘାଟରୁ ପାଣି ଆଣାଯାଇ ବାବାଙ୍କ ଆସ୍ଥାନକୁ ପବିତ୍ର କରାଯିବା ପରେ ଚାଦର ଚଢ଼ାଯିବା ସହ ସାମୂହିକ କୋରାନ ପାଠ କରାଯାଇଥିଲା। ବିହାରର ଅମଜେର ସରିଫର ଧର୍ମଗୁରୁ ହଜରତ ସୟେଦ ଜମାଲୁଦ୍ଦିନ ଆବେଦୁଲ କ୍ୱାଦ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୋସାଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଭକ୍ତମାନେ ଦିବସବ୍ୟାପୀ ବାବାଙ୍କୁ ଦର୍ଶନ କରି ଚାଦର ଚଢ଼ାଇଥିଲେ। ତେବେ ଜନଗହଳି ନିୟନ୍ତ୍ରଣ ପାଇଁ ପୀରବାବା ଶାନ୍ତି କମିଟି ଓ ଜିଲା ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ୩ଜଣ ଡିଏସ୍‌ପି, ୩ଜଣ ଇନ୍ସପେକ୍ଟର, ୨୬ଜଣ ସବ୍‌ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ଏବଂ ୧୩ ସେକ୍ସନ ପୋଲିସଫୋର୍ସ ସହ କନଷ୍ଟେବଳ ଓ ହୋମଗାର୍ଡ଼ଙ୍କୁ ମୁତୟନ କରାଯାଇଛି ବୋଲି ଜିଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଇଛି। ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକମାନେ ବାବାଙ୍କ ବାର୍ଷିକ ଉତ୍ସବରେ ଯୋଗଦେଇ ପ୍ରାର୍ଥନା କରିବା ସହ ଭୋଗ ଲଗାଇଥାନ୍ତି। ବିଶେଷ କରି ପୀଠରେ ଲଡୁ, ଗଜା, କୋରା, ଖଜା ଆଦି ଶୁଖିଲା ମିଷ୍ଠାନ୍ନ ଭୋଗ ସ୍ବରୂପ ଲଗାଯିବାର ବିଧି ରହିଛି। ବହୁ ଭକ୍ତ ଏହି ପୀଠକୁ ଆସିବା ପରେ ସେମାନଙ୍କର ମାନସିକ ପୂରଣ ହୋଇଥିବା କହିଛନ୍ତି। ବାବାଙ୍କ ପ୍ରତି ମନରେ ଦୃଢ଼ ବିଶ୍ୱାସ ଥିବାରୁ ପ୍ରତ୍ୟେକ ବର୍ଷ ଉର୍ସ ଉତ୍ସବ ପାଳନ ପାଇଁ ଭକ୍ତମାନେ ଏଠାକୁ ଆସିଥାନ୍ତି ବୋଲି ସେମାନେ କହିଛନ୍ତି। ତେବେ ଭାଇଚାରାର ନିଦର୍ଶନ ପାଲଟିଥିବା ବାବା ଭୁଜାଖିଆ ପୀରଙ୍କ ପୀଠରେ ଉଭୟ ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବାବାଙ୍କ ପୀଠକୁ ଆସିଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି। ବାବା ଭୁଜାଖିଆ ପୀର ପୀଠ ପରିଚାଳନା କମିଟି ସଭାପତି ଶେଖ ରଫିକ, ସମ୍ପାଦକ ଶେଖ ଜହିରୁଦ୍ଦିନଙ୍କ ସମେତ ଶେଖ ଅବଦୁଲ ଲତିଫ, ଶେଖ ଅବଦୁଲ ମୋହିତ, ଶେଖ ଅବଦୁଲ ବୁରହାନ, ଶେଖ ସାମସୁଦ୍ଦିନ, ହାଫିଜ ବାଦରୁଲ ହସନ, ଶେଖ ସଲିମ, ଶେଖ ଅବଦୁଲ ଇସଲାମ, ଶେଖ ଅବଦୁଲ କାମିଲ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri