ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ର ଚାହିଦା ବଢ଼ୁଛି

ଜାତୀୟ ତଥା ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ଗୁଡ଼ିକର ଆଦର ଆମ ରାଜ୍ୟରେ ବଢ଼ିଚାଲିଛି। ଗ୍ରାହକମାନେ ନିଜ ରୁଚିର ପୋଷାକ ବାଛିବାରେ ମନ ବଳାଉଛନ୍ତି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସହରରେ ସ୍ବତନ୍ତ୍ର ବ୍ରାଣ୍ଡେଡ୍‌ ଶୋ’ରୁମ୍‌ ପ୍ରତିଷ୍ଠା କରିଥିବା ରିଦ୍ଧିସିଦ୍ଧିର ନିର୍ଦ୍ଦେଶକ ଅମିତ୍‌ ଅଗରଓ୍ବାଲ୍‌ ସାମ୍ପ୍ରତିକ ବ୍ରାଣ୍ଡ୍‌ ବ୍ୟବସାୟକୁ ନେଇ ଧରିତ୍ରୀ ସହ ସାକ୍ଷାତ୍‌କାର ବେଳେ ଅନେକ କଥା ଶେୟାର କରିଛନ୍ତି।

ବ୍ୟବସାୟିକ ଜୀବନ କିପରି ଆରମ୍ଭ ହୋଇଥିଲା?
ମୋ ବାପା ବିଜୟ କୁମାର ଅଗ୍ରଓ୍ବାଲ୍‌ଙ୍କର କଟକ ମାଲ୍‌ଗୋଦାମରେ ଖାଇବା ତେଲ ଓ ଚିନି ବ୍ୟବସାୟ ରହିଛି। ମୁଁ କଲେଜ ପାଠ ପଢ଼ିବା ସହିତ ତାଙ୍କୁ ବ୍ୟବସାୟରେ ସହଯୋଗ କରୁଥିଲି। ବି.କମ୍‌ ପାସ୍‌ ପରେ ନିଜସ୍ବ ଷ୍ଟେଶନାରି ସରଞ୍ଜାମ ବିଭିନ୍ନ ସରକାରୀ ବିଭାଗକୁ ଯୋଗାଉଥିଲି। ପରେ ଏଫ୍‌ଏମ୍‌ସିଜି ବିତରକ ଭାବେ ବ୍ୟବସାୟ ଆରମ୍ଭ କରିଥିଲି। ମାତ୍ର ମହାବାତ୍ୟାରେ ଗୋଦାମ ଘରେ ପାଣି ପଶିଯିବାରୁ ବହୁ କ୍ଷତି ସହିବାକୁ ପଡ଼ିଥିଲା। ଏହାପରେ ଭିଡିଓକନ୍‌ କମ୍ପାନୀର ଏକ ଶୋ’ରୁମ୍‌ ଖୋଲିବା ସୁଯୋଗ ମିଳିଲା।
ଇଲେକ୍ଟ୍ରୋନିକ୍‌ ଛାଡ଼ି ପୋଷାକପତ୍ର ବ୍ୟବସାୟ କାହିଁକି ଆପଣେଇଲେ?
୨୦୦୦ ମସିହାରେ ପ୍ରଥମେ ଭିଡିଓକନ୍‌ର ଏକ ସ୍ବତନ୍ତ୍ର ଶୋ’ରୁମ୍‌ ରାଣୀହାଟଠାରେ ଖୋଲିଥିଲି। ବ୍ୟବସାୟ ଠିକ୍‌ଠାକ୍‌ ଥିଲା କିନ୍ତୁ, ପରବର୍ତ୍ତୀ ସମୟରେ କମ୍ପାନୀ ନୀତିରେ ପରିବର୍ତ୍ତନ ହୋଇ ଶୋ’ରୁମ୍‌ଗୁଡ଼ିକ ବନ୍ଦ ହୋଇଗଲା। ପରେ ମୁଁ ଏହାକୁୁ ମଲ୍ଟିବ୍ରାଣ୍ଡ୍‌ ଶୋ’ରୁମ୍‌ରେ ପରିବର୍ତ୍ତନ କଲି। ପ୍ରତିଯୋଗିତାମୂଳକ ବଜାରରେ ପ୍ରାଇସ୍‌ ଅଣ୍ଡର୍‌କଟିଂ କରି ବିକ୍ରି ହେବାରୁ ମୁଁ ଅତିଷ୍ଠ ହୋଇ ଏହି ବିଜ୍‌ନେସକୁ ବନ୍ଦ କରିବାକୁ ମନସ୍ଥ କଲି ଏବଂ ପୋଷାକପତ୍ର ବ୍ୟବସାୟ ପ୍ରତି ମନ ବଳାଇଲି।
ବ୍ରାଣ୍ଡେଡ୍‌ ପୋଷାକର ବ୍ୟବସାୟ ଯାତ୍ରା କିପରି ଅଛି?
୨୦୦୫ ମସିହାରେ ପିଲାମାନଙ୍କ ପୋଷାକପତ୍ର ଖୁଚୁରା ଦୋକାନ ‘ପ୍ଲାନେଟ୍‌ କିଡ୍ସ’ କଟକ ମାତାମଠରେ ଆରମ୍ଭ କଲି। ଏହି ସମୟରେ ଦେଶର ବଡ଼ବଡ଼ ସହରଗୁଡ଼ିକରେ ବୁଲିବା ବେଳେ ଓଡ଼ିଶାରେ ବ୍ରାଣ୍ଡେଡ୍‌ ଖୁଚୁରା ଶୋ’ରୁମ୍‌ ପ୍ରତିଷ୍ଠା କରିବାର ଆଇଡିଆ ଆସିଥିଲା। କମ୍ପାନୀଗୁଡ଼ିକ ସହିତ ଯୋଗାଯୋଗ ପରେ ବ୍ଲାକ୍‌ବେରି, ଲିଭାଇସ୍‌, ଆଡିଡାସ୍‌ ପରି ପ୍ରତିଷ୍ଠିତ କମ୍ପାନୀର ଫ୍ରାଞ୍ଚାଇଜ୍‌ ମିଳିଲା। ଗ୍ରାହକଙ୍କ ଚାହିଦା ଓ ଆଗ୍ରହକୁ ଦେଖି ବିବା, ଟର୍‌ଟଲ୍‌, ମଣ୍ଟେକାର୍ଲୋ, ଟୁଇଲ୍‌ସ, ରେମଣ୍ଡ୍‌ସ, ଆରୋ, ଲିନେନ୍‌ କ୍ଲବ୍‌, ମାନ୍ୟବର, ପୁମା ୟୁସିବି ଆଦି ବ୍ରାଣ୍ଡ୍‌କୁ ନେଇ ଅନେକ ଶୋ’ରୁମ୍‌ କରିବାର ଯୋଜନା ସଫଳ ହେଲା। ଏଥିସହିତ ଭୁବନେଶ୍ୱର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ସମ୍ବଲପୁର ଆଦି ସହରରେ ଏକାଧିକ ଶୋ’ରୁମ୍‌ ପ୍ରତିଷ୍ଠା କରି ଲୋକଙ୍କୁ ସେବା ଯୋଗାଉଛି।
ବ୍ୟବସାୟରେ ଥିବା ଅସୁବିଧାର ସମାଧାନ କିପରି କରୁଛନ୍ତି?
ଅନ୍‌ଲାଇନ୍‌ରେ ପୋଷାକ ଆଦି ବ୍ୟବସାୟ ଆମ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ଡେଡ୍‌ ଷ୍ଟକ୍‌ ରିହାତି ଏହି ସମସ୍ୟାକୁ ବଢ଼ାଇ ଦେଉଛି। ଆମେ ଗ୍ରାହକମାନଙ୍କ ପାଇଁ ପ୍ରତ୍ୟକ୍ଷ ଭାବରେ କପଡ଼ା, ଡିଜାଇନ୍‌, ରଙ୍ଗ ଆଦିର ଅନୁଭବ ପ୍ରଦାନ କରିଥାଉ। ଏହାଛଡ଼ା କମ୍ପାନୀର ସଦ୍ୟ ପ୍ରସ୍ତୁତ ସାମଗ୍ରୀଗୁଡ଼ିକ ଋତୁ ଅନୁଯାୟୀ ଶୋ’ରୁମ୍‌ରେ ଉପଲବ୍ଧ କରାଇଥାଉ। ଏହାଛଡ଼ା ପର୍ବପର୍ବାଣି, ବାହାଘର ଆଦି ବିଭିନ୍ନ ଉତ୍ସବ ସମୟରେ ଅଫର ଯୋଜନା କାର୍ଯ୍ୟକାରୀ କରିଥାଉ। ବର୍ଷରେ ଦୁଇଥର ଷ୍ଟକ୍‌ କ୍ଲିୟରାନ୍ସ ସେଲ୍ସ ଯୋଜନା କରିଥାଉ।
ଆଗାମୀ ଦିନ ପାଇଁ କି ଯୋଜନା ରହିଛି?
ଆଗକୁ ଜାତୀୟ ଓ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ଗୁଡ଼ିକ ସହ ଅଧିକ ଜଡ଼ିତ ହେବୁ। ଓଡ଼ିଶାର ଆହୁରି ଅନେକ ସହରରେ ଆମ ବ୍ୟବସାୟ ବଢ଼ାଇବାକୁ ପ୍ରୟାସ କରିବୁ। ଏଥିସହିତ ମହିଳା ଓ ପିଲାମାନଙ୍କ ପୋଷାକର ସ୍ବତନ୍ତ୍ର ଶୋ’ରୁମ୍‌ ଖୋଲିବା ଯୋଜନା ମଧ୍ୟ ରହିଛି।
ମାନ୍ଦାବସ୍ଥା ଓ କୋଭିଡ୍‌ ଭଳି ସ୍ଥିତିର ମୁକାବିଲା କିଭଳି କରିଥିଲେ?
ମାନ୍ଦାବସ୍ଥାରେ ବ୍ୟବସାୟ କମିଗଲା। ସେଥିରୁ ଉଦ୍ଧାର ପାଇଁ ଭିନ୍ନ ଭିନ୍ନ ରିହାତି ଅଫର୍‌ ଦେଇ ବ୍ୟବସାୟ ଚଳାଇଥିଲୁ। ମାତ୍ର କୋଭିଡ୍‌ ସମୟରେ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଓ ସାମାଜିକ ଉତ୍ସବ ଉପରେ କଟକଣା ଯୋଗୁ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ପରେ ସମସ୍ତଙ୍କ ସହଯୋଗ ପାଇ ଆଗକୁ ବଢ଼ିଲି। ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ବ୍ୟାଙ୍କ୍‌, କମ୍ପାନୀ ଓ କର୍ମଚାରୀଙ୍କ ଅକୁଣ୍ଠ ସହଯୋଗ ମନୋବଳ ବଢ଼ାଇ ଦେଇଥିଲା।
ବ୍ରାଣ୍ଡେଡ୍‌ ଶୋ’ରୁମ୍‌ରେ କାରବାର କିଭଳି ଚାଲିଛି?
ଆମ ରାଜ୍ୟରେ ବ୍ରାଣ୍ଡ୍‌ ସଚେତନତା କ୍ରମଶଃ ବଢ଼ୁଛି। ଗ୍ରାହକମାନେ ବହୁ ସଂଖ୍ୟାରେ ସ୍ବତନ୍ତ୍ର ଶୋ’ରୁମ୍‌କୁ ଆସିଗଲେଣି। କୋଭିଡ୍‌ ଯୋଗୁ ବଡ଼ ସହରରେ ରହି କାମ କରୁଥିବା ଲୋକେ ଘରକୁ ଫେରିଲେ। ସେମାନଙ୍କ ଚାହିଦା ପୂରଣ କରିବାକୁ ଆମ ଶୋ’ରୁମ୍‌ ସମର୍ଥ ହେଲା। ଏପରି କି ସହର ନିକଟବର୍ତ୍ତୀ ଅଞ୍ଚଳରୁ ମଧ୍ୟ ଗ୍ରାହକମାନେ ଆସୁଛନ୍ତି।
ବର୍ତ୍ତମାନ ସ୍ଥିତିରେ ବହୁ ମଲ୍‌ ଖୋଲିଗଲାଣି। ଖୁଚୁରା ଶୋ’ରୁମ୍‌କୁ ଏହା କ୍ଷତି ପହଞ୍ଚାଇବ କି?
ସ୍ବତନ୍ତ୍ର ଶୋ’ରୁମ୍‌ଗୁଡ଼ିକରେ କମ୍ପାନୀ ଉତ୍ପାଦିତ ସମସ୍ତ ଉତ୍ପାଦ ଉପଲବ୍ଧ ହୋଇଥାଏ। ଗ୍ରାହକମାନଙ୍କୁ ସଦ୍ୟ ପ୍ରସ୍ତୁତ ନୂଆ ଡିଜାଇନ୍‌ ଆକର୍ଷିତ କରିଥାଏ। ପ୍ରାୟତଃ ଯୁବଗୋଷ୍ଠୀ ବ୍ରାଣ୍ଡେଡ୍‌ ଖୁଚୁରା ଷ୍ଟୋର୍‌ରୁ କ୍ରୟ କରିଥାଆନ୍ତି। ତେଣୁ କେତେକ ଡିସ୍‌କାଉଣ୍ଟରେ ରୁଚି ରଖୁଥିବା ଗ୍ରାହକଙ୍କୁ ଛାଡ଼ିଦେଲେ ଗୁଣବତ୍ତା ଦେଖୁଥିବା ଗ୍ରାହକମାନେ ବ୍ୟବସାୟ ଅବ୍ୟାହତ ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri