ରାୟଗଡ଼ାରେ ନିର୍ମାଣ ହେବ ନୂତନ ଜିଲା ଅଦାଲତ କୋଠା

ରାୟଗଡ଼ା ଅଫିସ,୨୧।୩: ରାୟଗଡ଼ା ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତ ପରିସରରେ ନୂତନ ଜିଲା ଅଦାଲତ କୋଠା ନିର୍ମାଣ ନିମନ୍ତେ ରବିବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌.ମୁରଲିଧର ମୁଖ୍ୟ ଅତିଥି ଏବଂ ହାଇକୋର୍ଟ ବିଚାରପତି ବି. ଆର୍‌. ଷଡଙ୍ଗୀ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଦୀର୍ଘ ୮ବର୍ଷ ଧରି ନୂତନ ଜିଲା ଅଦାଲତ କୋଠା ପାଇଁ ଓକିଲ ସଂଘ ଏବଂ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା। ଏହାକୁ ସମର୍ଥନ ଜଣାଇ ହାଇକୋର୍ଟ ରାୟଗଡ଼ାରେ ନୂତନ ଜିଲା ଅଦାଲତ କୋଠା ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଥିଲେ। ୪୭ କୋଟି ବ୍ୟୟରେ ୫ମହଲା ବିଶିଷ୍ଠ ଅତ୍ୟାଧୁନିକ ଡିଜିଟାଲ ତଥା ସମସ୍ତ ପ୍ରକାର ସୁବିଧା ରହିଥିବା କୋଠା କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ ପାଇଁ ଲକ୍ଷ୍ୟ ରହିଛି। ଗୋଟିଏ କୋଠାରେ ରାୟଗଡ଼ାରେ ଥିବା ବିଭିନ୍ନ ଅଦାଲତ ରହିବାରୁ ଲୋକେ ମଧ୍ୟ ଉପକୃତ ହୋଇପାରିବେ। ଏଥିସହ ନୂତନଭାବେ ଆସୁଥିବା ଓକିଲମାନେ ମଧ୍ୟ ଅନେକ ଆଇନ ସମ୍ବନ୍ଧୀୟ ଶିକ୍ଷା ଗ୍ରହଣ କରିପାରିବେ। ସମସ୍ତେ ରାୟଗଡ଼ାରୁ ସିଧାସଳଖ ହାଇକୋର୍ଟ ପର୍ଯ୍ୟନ୍ତ ମାମଲା ଗୁଡ଼ିକ ଲଢ଼ିପାରିବେ ବୋଲି ରାୟଗଡ଼ା ଓକିଲ ସଂଘର ସଭାପତି ଭି.ଏସ୍‌. ରାଜୁ କହିଛନ୍ତି। ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ବିଚାରପତି ଲୋକଙ୍କୁ ନ୍ୟାୟପାଳିକା ଉପରେ ରହିଥିବା ବିଶ୍ୱାସକୁ ଆହୁରି ସୁଦୃୃଢ଼ କରିବା ପାଇଁ ଆଇନଜୀବୀମାନେ ମହକିଲଙ୍କ ସହ ସୁସମ୍ପର୍କ ରଖିବା ଆବଶ୍ୟକ ବୋଲି କହିଛନ୍ତି। ଏଥିସହ ନୂତନ ଜିଲା ଅଦାଲତ ନିର୍ମାଣ ହେବା ପରେ କୋର୍ଟକୁ ଆସୁଥିବା ଗରିବ ମହକିଲମାନେ ସିଧାସଳଖ ସୁବିଧା ପାଇପାରିବେ ଏବଂ ଆର୍ଥିକ ଦୃଷ୍ଟିରୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଜିଲା ଓ ଦୌରାଜଜ୍‌ ବିକ୍ରମ କେଶରୀ ପଟ୍ଟନାୟକ, ଓକିଲ ସଂଘର ସଭାପତି ଭି.ଏସ୍‌. ରାଜୁ, ସମ୍ପାଦକ ଜଗନ୍ନାଥ ଦୋରା ମଞ୍ଚାସୀନ ଥିଲେ। କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା, ରାଜ୍ୟ ସଭା ସଦସ୍ୟ ଏନ୍‌. ଭାସ୍କର ରାଓ, ବିଧାୟକ ମକରନ୍ଦ ମୁଦୁଲି, ଜିଲାପାଳ ସରୋଜ କୁମାର ମିଶ୍ର, ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ସମେତ ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଜିତିଲେ ସମ୍ବିଧାନ ସୁରକ୍ଷିତ ରହିବ: ରାହୁଲ

ରାୟଗଡ଼ା,୪।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ କଂଗ୍ରେସ ସମାବେଶକୁ ଶୁକ୍ରବାର ଭର୍ଚୁଆଲ ମୋଡ୍‌ରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଜନସଭାରେ ସେ କଂଗ୍ରେସର...

ଶୁକ୍ରବାର ରାହୁଲ, ଶନିବାର ନବୀନଙ୍କ ପ୍ରଚାର

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା):କଂଗ୍ରେସ ନିଜ ଗଡ଼କୁ ଫେରିପାଇବା ପାଇଁ ଲାଗିଥିବାବେଳେ ବିଜେଡି ଗଡ଼ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଗାଁ ସମସ୍ୟା ନ ସୁଧୁରିଲେ ଭୋଟ ଦେବୁନି

ରାୟଗଡ଼ା,୧।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାବୁଗୁଡ଼ା ଗ୍ରାମରେ ଆଜି ବି ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଗାଁରେ...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri