ଲୁଣାବନ୍ଧ ବାନ୍ଧିଲେ ଗ୍ରାମବାସୀ

ବାଲିଆପାଳ,୧୬ ।୩(ସ୍ବ.ପ୍ର.) – ସରକାର ଗୁହାରୀ ଶୁଣିଲେନି। ଶେଷରେ ଗ୍ରାମବାସୀ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଏକାଠି ହୋଇ ଅଣ୍ଟା ଭିଡ଼ିଲେ। ସମସ୍ତେ ମିଶି ଲୁଣା ବନ୍ଧ ବାନ୍ଧି ଗାଁ ଭିତରକୁ ପଶିଯାଉଥିବା ଉଚ୍ଚ ଲୁଣି ଜୁଆରକୁ ଅଟକାଇବାରେ ସଫଳ ହୋଇ ଏକତାର ପ୍ରମାଣ ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ବ୍ଲକ ଚୌମୁଖ ପଞ୍ଚାୟତ ଦୁଇ ସମୁଦ୍ର ଉପକୂଳ ଗାଁରେ।
ବ୍ଲକର ଚଉମୁଖ ଓ କଙ୍କଡ଼ାପାଳ ଗାଁ ସମୁଦ୍ର ଓ ସୁବର୍ଣ୍ଣରେଖା ନଦୀର ତ୍ରିକୋଣ ଭୂମିରେ ଅବସ୍ଥିତ। ଗତ ୟାସ୍‌ ବାତ୍ୟାରେ ସମୁଦ୍ର ଓ ନଦୀ ମୁହାଣରୁ ଲୁଣି ଜୁଆର ମାଡ଼ି ଆସି ଗାଁକୁ ସୁରକ୍ଷା ଦେଉଥିବା ଲୁଣାବନ୍ଧକୁ ଭାଙ୍ଗି ଦେଇଥିଲା। ସୁରକ୍ଷା ବନ୍ଧର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଘାଇ ହୋଇ ଲୁଣି ପାଣି ଗାଁ ଭିତରକୁ ମାଡ଼ି ଆସିଥିଲା। ଧନଜୀବନ ନଷ୍ଟ ହେବା ସହିତ ଶହ ଶହ ଏକର ଚାଷ ଜମିରେ ଲୁଣି ପାଣି ଜମିଯାଇଥିଲା। ଯେଉଁଥିପାଇଁ ଚାଷୀ ଆଜି ବି ଭଲ ଫସଲ ଅମଳ କରିପାରୁନାହିଁ। ବାତ୍ୟାର ବହୁ ମାସ ପରେ ମଧ୍ୟ ସରକାର ଲୁଣା ବନ୍ଧର ଘାଇ ମରାମତି କଲେ ନାହିଁ। ଫଳରେ ଅମାବାସ୍ୟା ପୂର୍ଣ୍ଣମୀରେ ଉଚ୍ଚ ଜୁଆର ହେଲେ ସେହି ଘାଇ ଦେଇ ଲୁଣି ପାଣି ଚାଷ ଜମିକୁ ମାଡ଼ି ଆସୁଥିବାରୁ ଗ୍ରାମବାସୀ ଚାଷ କରି ନ ପାରି ବହୁ ଅସୁବିଧାର ସମ୍ମଖୀନ ହେଉଛନ୍ତି। ଗ୍ରାମବାସୀ ଯେତେ ଗୁହାରୀ କଲେ ମଧ୍ୟ ପ୍ରଶାସନ କି ସରକାର ଗୁହାରି ଶୁଣିଲେ ନାହିଁ। ଶେଷରେ ଗ୍ରାମବାସୀ ଏକାଠି ହୋଇ ନିଜ ଅଞ୍ଚଳର ସୁରକ୍ଷା ପାଇଁ ନିଜେ ଅଣ୍ଟା ଭିଡ଼ି ଲୁଣା ବନ୍ଧ ମରାମତି କରିଛନ୍ତି। ଏହି କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳର ସେଚ୍ଛାସେବୀ ସଙ୍ଗଠନ ସ୍ପର୍ଶ ଓ ଗୁଞ୍ଜ ଏନଜିଓ ସହାୟତାର ହାତ ବଢ଼ାଇଥିବାରୁ ଗ୍ରାମବାସୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ସରକାର ଯଦି ଏହି ଲୁଣାବନ୍ଧକୁ ପଥର ବନ୍ଧରେ ରୂପାନ୍ତରିତ ନ କରନ୍ତି ତେବେ ସମୟ ଆସିବା ଚଉମୁଖ ଓ କଙ୍କଡ଼ାପାଳ ଗାଁ ସମୁଦ୍ରରେ ଲୀନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri