ରଣାଙ୍ଗନ ଛାଡ଼ିଲେ ୫୨ କର୍ପୋରେଟର ପ୍ରାର୍ଥୀ

ଭୁବନେଶ୍ୱର, ୧୫।୩ (ବ୍ୟୁରୋ): ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ସୋମବାର ଶେଷ ହୋଇଛି। ଶେଷ ଦିନରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରୁ ୪୪ଜଣ କର୍ପୋରେଟର ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ପ୍ରଥମ ଦିନରେ ୮ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ। ଫଳରେ ଏହାକୁ ମିଶାଇ ମୋଟ ୫୨ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରୁ ଓହରି ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ବିଜେଡିରୁ ସ୍ବାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହି ବିଦ୍ରୋହୀ ପ୍ରାର୍ଥୀଙ୍କୁ ମନାଇବା ଓ ଦମନ ପାଇଁ ଦଳ ପକ୍ଷରୁ କଳବଳ କୌଶଳ ଆପଣାଯାଇଥିଲା। ଶେଷରେ ସେଥିରେ ସଫଳତା ମିଳିଥିବା କୁହାଯାଉଥିଲେ ମଧ୍ୟ ଅଳ୍ପ କେତେକ ସ୍ଥାନରେ ବିଦ୍ରୋହୀ ରହିଥିବା ସୂଚନା ମିଳିଛି। ଚଳିତ ନିର୍ବାଚନରେ ୬୭ ଓ୍ବାର୍ଡ ପାଇଁ ମୋଟ ୩୪୩ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ଜଣେ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଖାରଜ ହୋଇଥିଲା। ବାକି ୩୪୨ଜଣଙ୍କ ମଧ୍ୟରୁ ଏବେ ୫୨ଜଣ ଓହରିଯାଇଥିବାରୁ ଆଉ ୨୯୦ଜଣ ନିର୍ବାଚନ ମଇଦାନକୁ ଓହ୍ଲାଇବା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ୧୨ ମେୟର ପ୍ରାର୍ଥୀଙ୍କ ମଧ୍ୟରୁ କେହି ନାମାଙ୍କନପତ୍ର ପ୍ରତ୍ୟାହାର କରି ନ ଥିବା ଜଣାପଡିଛି।
ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରକାରୀଙ୍କ ମଧ୍ୟରେ ରହିଛନ୍ତି, ଓ୍ବାର୍ଡ ନଂ.୩ରୁ ସସ୍ମିତା ସେଠୀ, ୫ରୁ ବିଜୟଲକ୍ଷ୍ମୀ ରାଉତ, ୭ରୁ ସୁଶୀଲ କୁମାର ପଣ୍ଡା, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ଈଶ୍ୱର ଚନ୍ଦ୍ର ସ୍ବାଇଁ ଓ ସ୍ବର୍ଣ୍ଣପ୍ରଭା ରାୟ, ୧୦ରୁ ସ୍ବାଗତିକା ରାଉତ, ଦିଲୀପ କୁମାର ନାୟକ, ୧୧ରୁ ସ୍ମରଣିକା ମହାନ୍ତି ଓ ରଶ୍ମୀତା ମହାନ୍ତି, ୧୨ରୁ ସସ୍ମିତା ସେଠୀ, ୧୩ରୁ ଶ୍ରଦ୍ଧାଞ୍ଜଳି ମଲ୍ଲିକ, ରଞ୍ଜିତା ସେଠୀ ଓ ତପସ୍ବିନୀ ଦାସ, ୧୪ରୁ ମିନିରାଣୀ ସିଂ, ସନ୍ଧ୍ୟାରାଣୀ ମଲ୍ଲିକ ଓ ରେବତୀ ସ, ୧୬ରୁ ଚୌଧୁରୀ ବିକାଶ ଦାସ, ଅକ୍ଷୟ କୁମାର ବେହେରା ଓ ପ୍ରଶାନ୍ତ କୁମାର ସ୍ବାଇଁ ୧୭ରୁ ଦିପ୍ତୀରେଖା ପାଇକରାୟ, ସୁସ୍ମିତା ଦାସ ଓ ବିଜୟିନୀ ବେହେରା, ୧୮ରୁ ଧିରେନ୍ଦ୍ର କୁମାର ବେହେରା, ୧୯ରୁ ପୁନମ୍‌ ପରିଡ଼ା ଓ ଜ୍ୟୋତ୍ସ୍ନାରାଣୀ ରାଉତରାୟ, ୨୦ରୁ ଗଦାଧର ପ୍ରଧାନ ଓ ପ୍ରସନ୍ନ କୁମାର ସାହୁ, ୨୨ରୁ ଦ୍ରୌପଦୀ ମଣିସିଂ, ୨୫ରୁ ଅକ୍ଷୟ କୁମାର ବାରିକ, ୨୭ରୁ ବସନ୍ତ କୁମାର ପ୍ରଧାନ ଓ ଅକ୍ଷୟ କୁମାର ମହାନ୍ତି, ୨୯ରୁ ଶେଖ୍‌ ନିଜାମ ଉଦ୍ଦିନ୍‌, ୩୦ରୁ ନିହାର ରଞ୍ଜନ ପତି, ୩୬ରୁ ଦେବାଶିଷ ସିଟ୍‌, ୩୮ରୁ ପ୍ରଣତି ମିଶ୍ର ଓ ରାଜଶ୍ରୀ ମହାନ୍ତି, ୩୯ରୁ ପ୍ରତିଭା ସାମନ୍ତରାୟ, ୪୧ରୁ ମମତା ସାହୁ ଓ ଗାୟତ୍ରୀ ପଣ୍ଡା, ୪୫ରୁ ପ୍ରଶାନ୍ତ କୁମାର ନାୟକ, ୪୮ରୁ ଜ୍ୟୋତିର୍ମୟୀ ସାହୁ ଓ ସ୍ମିତାରାଣୀ ମହାନ୍ତି, ୫୨ରୁ ଚିନ୍ମୟ କୁମାର ମାଝୀ, ୫୩ରୁ ବନଶ୍ରୀ ଦାସ, ୫୯ରୁ ଲିଙ୍ଗରାଜ ମହାନ୍ତି, ୬୩ରୁ ଲକ୍ଷ୍ମୀପ୍ରିୟା ମହାନ୍ତି, ୬୫ରୁ ଦିପ୍ତୀମୟୀ ପାଟଶାଣୀ, ସସ୍ମିତା ପାତ୍ର ଓ କିଶୋରୀ ମୋହନ ପଟ୍ଟାନାୟକ ଏବଂ ୬୭ରୁ ଗୀତାରାଣୀ ରଥ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ବରୀରେ ପ୍ରାର୍ଥୀ ଘୋଷଣା କରିପାରୁନି ଭାଜପା

ବରୀ,୨୮ା୪(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲାର ବରୀ ନିର୍ବାଚନମଣ୍ଡଳୀରେ ଭାଜପା ଏଯାଏ ପ୍ରାର୍ଥୀ ଦେଇପାରିନାହିଁ। ଏଠାରେ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକ ଓ କଂଗ୍ରେସ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିବା...

ଭାଜପା,ବିଜେଡି କଳହପ୍ରିୟ: ଅଜୟ କୁମାର

କଟକ, ୨୮ା୪(ଶିଳ୍ପା ପ୍ରିୟଦର୍ଶିନୀ)ବାରବାଟୀ-କଟକ କଂଗ୍ରେସ ପକ୍ଷରୁ କଂଗ୍ରେସ ସମାବେଶ କଟକସ୍ଥିତ ଖ୍ରୀଷ୍ଟିଆନ୍‌ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ...

ଡବଲ ଇଞ୍ଜିନ ନୁହେଁ, ଯୋଡି ଶଙ୍ଖ ଦରକାର: ପାଣ୍ଡିଆନ

ନୂଆପଡ଼ା,୨୮ା୪ (ମକାରୁ ବେମାଲ)୫-ଟି ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ନୂଆପଡ଼ା ଜିଲା ଗସ୍ତରେ ଆସି ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆୟୋଜିତ...

ଅପରାଧପ୍ରବଣ ରାଉରକେଲା ରେଳଷ୍ଟେଶନ

ରାଉରକେଲା,୨୮ା୪(ସଙ୍ଗୀତା ଜେନା)ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ରାଉରକେଲା ରେଳ ଷ୍ଟେଶନର ପ୍ରମୁଖତା ରହିଆସିଛି। ଦୂରଦୂରାନ୍ତକୁ ଯାତ୍ରା କରିବା ପାଇଁ ପ୍ରତିଦିନ ଏହି ଷ୍ଟେଶନକୁ ହଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri