ଚାଇନାକୁ ଅର୍ଥ, ଅସ୍ତ୍ର ମାଗିଛି ରୁଷିଆ

ମସ୍କୋ,୧୫ା୩: ୟୁକ୍ରେନ୍‌ ବିରୋଧରେ ଲଢ଼େଇ ପାଇଁ ରୁଷିଆ ଚାଇନାକୁ ସେନା ଓ ଆର୍ଥିକ ସହାୟତା ମାଗିଥିବା ଆମେରିକା ଅଭିଯୋଗ ଆଣିଛି। ସୋମବାର ରୋମରେ ଆମେରିକା ଓ ଚାଇନା ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ପୂର୍ବରୁ ଓ୍ବାଶିଂଟନ୍‌ ଅଧିକାରୀଙ୍କ ଏଭଳି ଦାବି ବିଶ୍ୱ ସମୁଦାୟ ପାଇଁ ଚିନ୍ତାର କାରଣ ପାଲଟିଛି। ରୁଷିଆକୁ ଚାଇନା ଏପରି ସହାୟତା ନ ଦେବାକୁ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକେ ସୁଲିଭାନ୍‌ ପରାମର୍ଶ ଦେଇଛନ୍ତି। ଏପରି କଲେ ଚାଇନା ବୈଶ୍ୱିକ ସ୍ତରରେ କଠୋର କଟକଣାର ସମ୍ମୁଖୀନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଏଭଳି କାମକୁ କେବେ ପ୍ରଶ୍ରୟ ଦିଆଯାଇପାରିବ ନାହିଁ ବୋଲି ସୁଲିଭାନ୍‌ କହିଛନ୍ତି। ଆମେରିକାର ଏହି ଅଭିଯୋଗକୁ ଚାଇନା ଖଣ୍ଡନ କରିଛି। ଓ୍ବାଶିଂଟନ୍‌ ପକ୍ଷରୁ ଭୁଲ୍‌ ତଥ୍ୟ ପ୍ରଚାର କରାଯାଉଥିବା ଆମେରିକାରେ ଥିବା ଚାଇନା ରାଷ୍ଟ୍ରଦୂତ ଲିୟୁ ପେଙ୍ଗ୍ୟୁ କହିଛନ୍ତି। ସେହିପରି ନିଜ ଲକ୍ଷ୍ୟ ହାସଲ ନିମନ୍ତେ ରୁଷିଆ ପାଖରେ ଯଥେଷ୍ଟ ମିଲିଟାରି ସାମଗ୍ରୀ ରହିଛି ଏବଂ ଚାଇନାକୁ କୌଣସି ପ୍ରକାର ସହାୟତା ମଗାଯାଇ ନ ଥିବା କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ୟୁକ୍ରେନ୍‌ ପ୍ରସଙ୍ଗରେ ସୁଲିଭାନ୍‌ ଏବଂ ଚାଇନାର ପ୍ରମୁଖ କୂଟନୀତିଜ୍ଞ ୟାଙ୍ଗ୍‌ ଜିଏଚିଙ୍କ ମଧ୍ୟରେ ରୋମ୍‌ରେ ଆଲୋଚନା ହୋଇଛି।
ଉପରେ ରୁଷିଆର ଆକ୍ରମଣକୁ ଚାଇନା ଏ ପର୍ଯ୍ୟନ୍ତ ନିନ୍ଦା ନ କରି ନୀରବ ରହିଛି। ଏପରିକି ମସ୍କୋର ଆକ୍ରମଣ ସମ୍ପର୍କରେ ପୂର୍ବରୁ ଚାଇନା ଅବଗତ ଥିଲା ବୋଲି ଆମେରିକାର ଜୋ ବାଇଡେନ୍‌ଙ୍କ ପ୍ରଶାସନ ବିଶ୍ୱାସ କରୁଛି। ୨୦୧୪ରେ ମଧ୍ୟ ରୁଷିଆ କ୍ରିମିଆକୁ କବ୍‌ଜା କରିଥିବା ସମୟରେ ଚାଇନା ଚୁପ୍‌ ରହିଥିଲା। ୟୁକ୍ରେନ୍‌ ଆକ୍ରମଣ ପରେ ବେଜିଂ ମସ୍କୋକୁ କୂଟନୈତିକ ସମର୍ଥନ ଜଣାଇଛି। ହେଲେ ଚାଇନା ମଧ୍ୟ ରୁଷିଆ ଉପରେ କଟକଣା ଲଗାଉ ବୋଲି ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ର ବେଜିଂ ଉପରେ ଚାପ ପକାଉଛନ୍ତି। ବାସ୍ତବରେ ରୁଷିଆ ସେନା ସହାୟତା ମାଗିଥିଲେ ଏ ନେଇ ଚାଇନା କ’ଣ ପଦକ୍ଷେପ ନେଉଛି ତାହା ଉପରେ ସମଗ୍ର ବିଶ୍ୱର ନଜର ରହିଛି। ବେଜିଂ ରୁଷିଆକୁ ଏହି ସାହାଯ୍ୟ ଯୋଗାଇଲେ ତାହା ଭାରତ ପାଇଁ ସତର୍କଘଣ୍ଟି ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟିରେ ଡ୍ରେନକୁ ଖସିଲା ବସ: ଘନ କୁହୁଡି ଯୋଗୁ…

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରେ ମାଟି ଓ ପଥର ଖସିବା ପରଠୁ ଘାଟିରେ କିଛି ଦିନ...

ରକ୍ତ ନେଇ HIV ସଂକ୍ରମିତ ହେଲେ ଥାଲାସେମିଆ ପୀଡିତ ୫ ଶିଶୁ: ୨ ଡାକ୍ତର ସସପେଣ୍ଡ

ନୂଆଦିଲ୍ଲୀ,୧୯ା୧୨: ମଧ୍ୟପ୍ରଦେଶର ସତନା ଜିଲାରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଥାଲାସେମିଆ ରୋଗରେ ପୀଡ଼ିତ ୫ ଜଣ ଶିଶୁଙ୍କୁ ସରକାରୀ ଡାକ୍ତରଖାନାରେ ରକ୍ତ ଦିଆଯିବା...

ପୌଷ ଅମବାସ୍ୟାରେ ଖୋଲିବ ଏହି 3 ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ,୧୯ା୧୨: ଆଜି ପବିତ୍ର ପୌଷ ଅମବାସ୍ୟା । ଆଜି ଭାବପ୍ରବଣ ଗଭୀରତା ଏବଂ ନବୀକରଣ ଶକ୍ତିର ଦିନ। ଆଜି ଶାନ୍ତ ଏବଂ ସଚ୍ଚୋଟ ଆଲୋଚନା, ଅତୀତର...

ଅଞ୍ଚଳ ପାଇଁ ଗୌରବ ଆଣିଲେ କଳାହାଣ୍ଡି ଛାତ୍ର ଟେକ: ଖେଳିଗଲା ଖୁସିର ଲହରୀ

କର୍ଲାମୁଣ୍ଡା, ୧୯।୧୨ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲାସ୍ଥିତ ଅମର ଡିଗ୍ରୀ କଲେଜର ଛାତ୍ର ଟେକ ବଗର୍ତ୍ତୀ ଆସନ୍ତା ଜାନୁଆରୀ ୨୬ରେ ନୂଆଦିଲ୍ଲୀ...

ଉସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ହିଂସା, ଢାକା ସମେତ ଅନେକ ସହରରେ ହଙ୍ଗାମା

ନୂଆଦିଲ୍ଲୀ,୧୯ା୧୨: ବାଂଲାଦେଶରେ ଜୁଲାଇ ବିଦ୍ରୋହର ଜଣେ ପ୍ରମୁଖ ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦି ଛଅ ଦିନ ଧରି ଜୀବନ ସହିତ...

ଚାଷୀଙ୍କ ଚେତାବନୀ: ୨୦ ସୁଦ୍ଧା ସମସ୍ତ ଟୋକନ ନ ଆସିଲେ ଆନ୍ଦୋଳନ ତୀବ୍ରତର

ଅତାବିରା/ଗୋଡ଼ଭଗା , ୧୯ା୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାସ):ଧାନର ଅଭାବୀ ବିକ୍ରି ସହ ୪ ଦଫା ଦାବି ନେଇ ରାଜ୍ୟ କୃଷକ ସଂଗଠନ ଗତ ୯ ତାରିଖ ଏନ୍‌ଏଚ୍‌...

ମଣ୍ଡିରୁ ଉଠୁନି ଧାନ, ଚାଷୀ ଅସନ୍ତୋଷ: ଦିନ ରାତି ଜଗି ବସିଛନ୍ତି ଚାଷୀ

ଅତାବିରା, ୧୯ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଗତ ମାସ ୨୮ ତାରିଖରୁ ମଣ୍ଡି ଖୋଲିଥିବା ବେଳେ ବର୍ତ୍ତମାନ ମଧ୍ୟ ଧାନ କିଣା ବିକା ସ୍ବାଭାବିକ ହୋଇପାରି ନାହିଁ...

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri