କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ମିଳୁ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଗୋଟିଏ ଅଞ୍ଚଳର ମାତୃଭାଷା ସେହି ଅଞ୍ଚଳର ମାତୃ ସଂସ୍କୃତିକୁ ଜନ୍ମ ଦିଏ। ଯେପରି ପଶ୍ଚିମ ଓଡ଼ିଶାର କୋସଲି ମାତୃଭାଷା କୋସଲି ମାତୃ ସଂସ୍କୃତିକୁ ଜନ୍ମ ଦେଇଛି। କୋସଲି ସଂସ୍କୃତି ହେଉଛି ମୂଳତଃ ଯୋଗ ସଂସ୍କୃତି। ପଶ୍ଚିମ ଓଡ଼ିଶାବାସୀଙ୍କ ସବୁଠାର ବଡ଼ ସମ୍ବଳ ହେଉଛି ସେମାନଙ୍କ ଭାଷା ସଂସ୍କୃତି। ପ୍ରାଥମିକ ସ୍ତରରେ ଶିଶୁମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷା ଦିଆଯାଉ ନ ଥିବାରୁ ସେମାନଙ୍କ ବୌଦ୍ଧିକ ବିକାଶ ହେଉନାହିଁ। ଶିଶୁମାନେ ଅଧାରୁ ପାଠପଢା ଛାଡିଦେଉଛନ୍ତି କିମ୍ବା ନିରକ୍ଷର ରହିବାକୁ ପସନ୍ଦ କରୁଛନ୍ତି। ତେଣୁ କୋସଲି ଭାଷାକୁ ଗୁରୁତ୍ୱ ଦେବାକୁ କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ତରଫରୁ ରାଜ୍ୟ ସରକାରଙ୍କଠାରେ ୩ ଦାବି ଉପସ୍ଥାପନ କରାଯାଇଛି। ଏନେଇ ଶନିବାର ଉତ୍କଳ ସାମ୍ବାଦିକ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏକାଡେମୀ ଦାବି କରିଛି ଯେ, କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ମିଳୁ। ଏହାକୁ ଓଡ଼ିଶାର ଅନ୍ୟତମ ସରକାରୀ ଭାଷାଭାବେ ଗ୍ରହଣ କରାଯିବା ସହ
ପ୍ରାଥମିକ ସ୍ତରରେ ପଶ୍ଚିମ ଓଡ଼ିଶାର ଶିଶୁମାନଙ୍କୁ କୋସଲି ଭାଷାରେ ଶିକ୍ଷା ଦିଆଯାଉ। ଓଡ଼ିଶା ତଥା ଭାରତର ସାଂସ୍କୃତିକ ନାଭିକେନ୍ଦ୍ର ସୁବଣ୍ଣର୍ର୍ପୁରରେ କୋସଲ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯାଉ।
ଅବସରରେ ଏକାଡେମୀ ଓ କୋସଲ ହେରିଟେଜ ଟ୍ରଷ୍ଟ ପକ୍ଷରୁ ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ହିନ୍ଦୀ, ଓଡ଼ିଆ ଓ କୋସଲି ଭାଷାରେ ତିନୋଟି ପୁସ୍ତକ ‘ଅଦ୍ୱୟ ସିଦ୍ଧି’, ‘ମନଗହନ’ ଓ ‘ପ୍ରଜ୍ଞାଲୋକ’ ଲୋକାର୍ପିତ ହୋଇଥିଲା। ଏକାଡେମୀର କାର୍ଯ୍ୟକାରୀ ସଭାପତି ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ନରେନ୍ଦ୍ର କୁମାର ମିଶ୍ର ଅଧ୍ୟକ୍ଷତା କରି କହିଲେ, ଓଡ଼ିଶାର ପ୍ରାୟ ଦୁଇକୋଟିରୁ ଅଧିକ ଲୋକ ଏହି ଭାଷା ବ୍ୟବହାର କରୁଥିବାରୁ ଏହାକୁ ଓଡ଼ିଶାର ଅନ୍ୟତମ ସରକାରୀ ଭାଷା ଭାବେ ସରକାର ଗ୍ରହଣ କରିବା ଉଚିତ। ସାରସ୍ବତ ସାଧକ ପଣ୍ଡିତ ଡ. ପ୍ରବୋଧ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋସଲି ଭାଷା ଅତ୍ୟନ୍ତ ପ୍ରାଚୀନ ଓ ସମୃଦ୍ଧ ବୋଲି ମତବ୍ୟକ୍ତ କରିବା ସହିତ ତା’ର ମହନୀୟତା ଉପରେ ଆଲୋକପାତ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ଓ ଯୋଗ ବିଭାଗ ମୁଖ୍ୟ ପ୍ରଫେସର ଡ. ସୁବାସ ଚନ୍ଦ୍ର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଧିକ ଭାଷା ମାଧ୍ୟମରେ କିଭଳି ଅଧିକ ଜ୍ଞାନ ଲାଭ କରାଯାଇପାରିବ ତାହାର ଅନେକ ଉଦାହରଣ ଦେଇଥିଲେ। ସମ୍ମାନିତ ଅତିଥି ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କର ଏବଂ ସମ୍ମାନିତ ବକ୍ତା ଶିଳ୍ପୀ ସଞ୍ଜୟ ଭଟ୍ଟ ଭାଷା ଓ ପୁସ୍ତକ ସମ୍ପର୍କରେ କହିଥିଲେ। ପ୍ରଶାସକ ଆଜାଦହିନ୍ଦ୍‌ ପାଣିଗ୍ରାହୀ ପୁସ୍ତକଗୁଡ଼ିକର ସମୀକ୍ଷା କରିଥିବାବେଳେ ଖବରଦାତା ଗୋରେଖନାଥ ସାହୁ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ ମା’-ପୁଅ: ଏବେ ଜେଲ୍‌ରେ…

ଦିଗପହଣ୍ଡି,୧୫।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଏସ୍‌.ଚାଞ୍ଚଡାପଲ୍ଲୀ ଗ୍ରାମର ଗଗନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ ପାତ୍ରଙ୍କୁ ଘରେ ପଶି...

୯ ଘଣ୍ଟା ହେବ ବିଦ୍ୟୁତ୍‌ କାଟ: ଏହି ଦିନ ସକାଳ ୮ଟାରୁ କଟିଯିବ….

ବରଗଡ଼,୧୫।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ଭଟଲି ଏବଂ ଘେଁସ ଗ୍ରୀଡ ସବଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ...

ଶୀତରେ ଥରୁଛି ଖଜୁରିପଡ଼ା: ତାପମାନ ଯନ୍ତ୍ର ବସାଇବାକୁ ଦାବି

ଖଜୁରିପଡ଼ା, ୧୫ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ୍‌ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ବେଶୀ ଅନୁଭୂତ ହେଉଛି।...

ସ୍ବାମୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରୁଥିଲେ ସ୍ତ୍ରୀ… ଜଣାପଡ଼ିବା ପରେ ଘଟିଗଲା ଏମିତି

ନୂଆଦିଲ୍ଲୀ,୧୫।୧୨: ମହିଳାଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ ଏକ ସାଧାରଣ ଘଟଣା। କିନ୍ତୁ ଗାଜିପୁରର ମହମ୍ମଦାବାଦରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଅଶ୍ଳୀଳ ଫଟୋ...

ଶେଫାଳି ବର୍ମା ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୫ା୧୨: ଭାରତ ଓପନର ଶେଫାଳି ବର୍ମା ନଭେମ୍ୱର ମାସ ପାଇଁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ...

New Labour Law: ସପ୍ତାହକୁ ମିଳିବ କି ୩ଦିନ ଛୁଟି? କଣ କହିଲା ଶ୍ରମ ମନ୍ତ୍ରଣାଳୟ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୧୨: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରୁ ଅଫିସ୍ ପର୍ଯ୍ୟନ୍ତ, ଲୋକଙ୍କ ମନରେ ସମାନ ପ୍ରଶ୍ନ ଘୂରି ବୁଲୁଛି ଯେ, ଭାରତରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ...

ମେସିଙ୍କ କ୍ରିକେଟ୍‌ କ୍ରେଜ୍‌: ବଡ଼ ଉପହାର ଦେଲେ ଜୟ ଶାହା

ନୂଆଦିଲ୍ଲୀ, ୧୫।୧୨: ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ତାଙ୍କ ଗୋଟ ଇଣ୍ଡିଆ ଟୁର୍‌ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର...

ରାଜ୍ୟ ସରକାରଙ୍କ ବଡ଼ ଭେଟି: ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୬୭% ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୧୫।୧୨: ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri