୭ମ ଥର ବାପା ହେଲେ ବିଶ୍ୱର ୧ ନମ୍ବର ଧନୀ ବ୍ୟକ୍ତି

ନ୍ୟୁୟର୍କ,୧୧।୩: ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ଏଲୋନ ମସ୍କ ଏବଂ ହଲିଉଡ୍‌ର ପ୍ରସିଦ୍ଧ ଗାୟିକା ଗ୍ରିମସ ପୁଣି ଥରେ ମାତାପିତା ହୋଇଛନ୍ତି। ସରୋଗେସି ମାଧ୍ୟମରେ ଡିସେମ୍ବର ୨୦୨୧ରେ ସେମାନଙ୍କର ଦ୍ୱିତୀୟ ଶିଶୁକୁ ଗୁପ୍ତ ଭାବରେ ସ୍ବାଗତ କରିଛନ୍ତି। ଶିଶୁର ସମ୍ପୂର୍ଣ୍ଣ ନାମ ହେଉଛି ଏକ୍ସା ଡାର୍କ ସିଡେରାଏଲ (Exa Dark Siderael) ଏବଂ ଡାକ ନାମ ଓ୍ବାଇ ରହିଛି।
୩୩ ବର୍ଷୀୟ ଗ୍ରିମସ ପିପୁଲ୍ସ ମାଗାଜିନ ପକ୍ଷରୁ ଏକ ସାକ୍ଷାତକାରରେ ଏହାର ଖୁଲାସା କରିଛନ୍ତି। ପୂର୍ବରୁ ତାଙ୍କର ଏକ ପୁଅ ଅଛି। ତିନି ବର୍ଷ ଏକାଠି ରହିବା ପରେ ସେପ୍ଟେମ୍ବର ୨୦୨୧ରେ ଏହି ଯୋଡି ଅଲଗା ହେବା ବିଷୟରେ ଘୋଷଣା କରିଥିଲେ। କିନ୍ତୁ ଦେଖାଯାଉଛି ଯେ ଦୁହେଁ ଏବେ ପୁଣିଥରେ ଏକାଠି ହୋଇଛନ୍ତି। ଗ୍ରିମସ କହିଛନ୍ତି, ଆମେ ଦୁହେଁ ଉତ୍ତମ ବନ୍ଧୁ। ଅଲଗା ଅଲଗା ଘରେ ରହୁଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବୁଝାମଣା ରହିଛି। ଆମେ ଅଧିକାଂଶ ସମୟରେ ପରସ୍ପରକୁ ଭେଟିଥାଉ। ମୁଁ ମସ୍କଙ୍କ ସହ ଖୁସି ଅଛି। ଏଲୋନ ମସ୍କଙ୍କ ଏହା ୭ମ ସନ୍ତାନ। ପୂର୍ବରୁ ତାଙ୍କ ପ୍ରଥମ ସ୍ତ୍ରୀ ଜଷ୍ଟିନ୍‌ ଓ୍ବିଲସନ୍‌ ୫ ପୁଅ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri