ଏଇ ଭାରତରେ

ଅସହାୟ ବୟସ୍କଙ୍କ ସାହାରା ପାଲଟିଛନ୍ତି ତାମିଲନାଡୁର ଏକ ଦମ୍ପତି ରାଜେଶ୍ୱରୀ ଏବଂ ଏନ. ରାମମୂର୍ତ୍ତି। ଗହଣା ବିକି ସେହି ଅର୍ଥରେ ଆଶ୍ରୟଗୃହ ଖୋଲି ମାଗଣାରେ ବୟସ୍କମାନଙ୍କ ସେବା କରୁଛନ୍ତି। ସେମାନେ କୁଷ୍ଠରୋଗୀଙ୍କ ପାଇଁ ମଧ୍ୟ ରହିବାର ବ୍ୟବସ୍ଥା କରିଛନ୍ତି। ତାମିଲନାଡୁ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ୨୦ ବର୍ଷ ପୂର୍ବେ ଏନ୍‌. ରାମମୂର୍ତ୍ତି ଡେନାଲାଇ ଗ୍ରାମରେ ତାଙ୍କ ଘରେ ଜଣେ କୁଷ୍ଠ ରୋଗ ପୀଡ଼ିତାଙ୍କ ଯତ୍ନ ନେବା ଆରମ୍ଭ କରିଥିଲେ। ପୀଡ଼ିତାଙ୍କୁ ଔଷଧ ଏବଂ ଖାଦ୍ୟ ଦେଉଥିଲେ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ। ଏହିଠାରୁ ସେମାନଙ୍କ ସେବା ଆରମ୍ଭ ହୋଇଥିଲା। ଏହି ଖବର ପ୍ରଚାର ହେବା ପରେ କିଛିଦିନ ମଧ୍ୟରେ ଆଉ ଜଣେ ବୟସ୍କା ମହିଳା ତାଙ୍କ ଘରେ ପହଞ୍ଚତ୍ଲେ ଓ ଧୀରେ ଧୀରେ ଅସହାୟଙ୍କ ସଂଖ୍ୟା ୫ରେ ପହଞ୍ଚତ୍ଥିଲା। ଏହାକୁ ଲକ୍ଷ୍ୟକରି ସେମାନେ ୨୦୦୫ରେ ଏମ୍‌ଏନ୍‌ ଟ୍ରଷ୍ଟ ଗଠନ କରିଥିଲେ ଓ ଗହଣା ବିକି ଏକ ଆଶ୍ରୟଗୃହ ନିର୍ମାଣ କରିଥିଲେ। ଏଭଳି କାର୍ଯ୍ୟ ଲାଗି ଗାଁରେ ଲୋକେ ତାଙ୍କଠାରୁ ଦୂରେଇ ରହୁଥିଲେ। ହେଲେ ଏହାକୁ ଖାତିର ନ କରି ଏହି ଦମ୍ପତି ସେମାନଙ୍କ ସେବା ଜାରି ରଖିଲେ । ଆଜି ୫୧ ଜଣ ଅସହାୟଙ୍କ ଆଶ୍ରୟ ପାଲଟି ଯାଇଛି ତାଙ୍କ ଘର। ଡାକ୍ତରଙ୍କ ଦ୍ୱାରା ବୟସ୍କମାନଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସେମାନଙ୍କ ପାଇଁ ଖାଦ୍ୟ, ଔଷଧ, ପୋଷାକ ଓ ଅନ୍ୟାନ୍ୟ ବାବଦ ଖର୍ଚ୍ଚ ଏହି ଦମ୍ପତି ବହନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri