ଜଳ ଯୋଗାଣ କେନ୍ଦ୍ରର ବିଦ୍ୟୁତ୍‌ ସଂଯୋଗ କାଟିଦେଉଛି ବିଭାଗ

ନନ୍ଦାହାଣ୍ଡି, ୧୦ା୩(ଡି.ଏନ୍‌.ଏ.):  ବିଦ୍ୟୁତ୍‌ ବିଲ୍‌ ପଇଠ ହୋଇ ନ ଥିବାରୁ ବିଦ୍ୟୁତ୍‌ ବିଭାଗ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡ଼ା ଗାଁରେ ଥିବା ଜଳ ଯୋଗାଣ କେନ୍ଦ୍ରରୁ ସଂଯୋଗ କାଟି ଦେଇଥିଲା। ଫଳରେ ଲୋକମାନେ ପାନୀୟ ଜଳ ନ ପାଇ ହନ୍ତସନ୍ତ ହୋଇଥିଲେ। ଜିଲାପାଳ ଡ. କମଳଲୋଚନ ମିଶ୍ର ଘଟଣା ସମ୍ପର୍କରେ ଅବଗତ ହେବା ପରେ ବିଦ୍ୟୁତ୍‌ ବିଭାଗକୁ ତୁରନ୍ତ ସଂଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଲୋକମାନଙ୍କୁ ପିଇବା ପାଣି ମିଳିଥିଲା।
ପଡାଲଗୁଡ଼ା ଗାଁରେ ପ୍ରାୟ ୧୫ଶହ ଲୋକ ଅଛନ୍ତି। ବିଦ୍ୟୁତ୍‌ ବିଲ୍‌ ପଇଠ ହୋଇ ନ ଥିବାରୁ ବିଭାଗ ପକ୍ଷରୁ ୨ ଦିନ ହେବ ବିଦ୍ୟୁତ୍‌ ସଂଯୋଗ କଟାଯାଇଥିଲା। ଖରାଦିନେ ପାଣି ନ ମିଳିବାରୁ ଲୋକେ ହନ୍ତସନ୍ତ ହୋଇଥିଲେ। ଖରାଦିନେ ପାନୀୟ ଜଳ ଯୋଗାଣ ଉପରେ ସରକାର ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଏଠାରେ ବ୍ୟତିକ୍ରମ ଦେଖାଦେଇଛି। ଲୋକମାନଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ସ୍ଥାନୀୟ ଖବରଦାତାମାନେ ଘଟଣା ସମ୍ପର୍କରେ ଅବଗତ ହୋଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାପାଳ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କୁ ତୁରନ୍ତ ଜଳ ଯୋଗାଣ କେନ୍ଦ୍ରରେ ଇଲେକ୍ଟ୍ରି ସଂଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଲୋକଙ୍କୁ ପାଣି ମିଳିଥିଲା। ବିଦ୍ୟୁତ୍‌ ବିଲ୍‌ ପଇଠ ସମ୍ପର୍କରେ ପଡାଲଗୁଡ଼ା ପିଇଓ ପ୍ରଫୁଲ୍ଲ କୁମାର ବାଗଙ୍କୁ ପଚାରିବାରୁ ବିଦ୍ୟୁତ୍‌ ବିଭାଗ ମାସକୁ ମାସ ବିଲ୍‌ ଦେଉନାହାନ୍ତି। ତେଣୁ ଟଙ୍କା ବନ୍ଧା ଯାଇପାରୁନି। ବିଦ୍ୟୁତ୍‌ ବିଭାଗ ନୋଟିସ୍‌ ନ ଦେଇ ସଂଯୋଗ କାଟିଥିଲା ବୋଲି ସେ କହିଛନ୍ତି। ବିଦ୍ୟୁତ୍‌ ବିଭାଗ ଏପରି କାର୍ଯ୍ୟ କରିବା ଠିକ୍‌ ନୁହେଁ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ପ୍ରକାଶ ଯେ, କିଛିଦିନ ପୂର୍ବରୁ ମଧ୍ୟ ଦହଣା, ଅଣ୍ଟାସର ଗ୍ରାମର ଜଳ ଯୋଗାଣ କେନ୍ଦ୍ରର ବିଦ୍ୟୁତ୍‌ ସଂଯୋଗକୁ ବିଭାଗ ପକ୍ଷରୁ କାଟି ଦିଆଯାଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶ ପରେ ସେଠାରେ ବିଦ୍ୟୁତ୍‌ ସଂଯୋଗ ମିଳିବା ପରେ ଲୋକମାନଙ୍କୁ ପାଣି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri